କରୋନାକୁ ମାତ୍ ଦେବା ପାଇଁ ଭ୍ୟାକସିନ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ, ରିସର୍ଚ୍ଚରୁ ପ୍ରକାଶ

କରୋନା ଭାଇରସ ଦ୍ୱାରା ସଂକ୍ରମିତ ଲୋକଙ୍କ ମଧ୍ୟରେ ପ୍ରାକୃତିକ ପ୍ରତିରୋଧକ କ୍ଷମତା ବଢ଼ିଯାଇଥାଏ । ଏହାଦ୍ୱାରା ସେମାନେ ଭାଇରସର ନୂଆ ସ୍ୱରୂପକୁ ନେଇ ମଧ୍ୟ ସୁରକ୍ଷିତ ରହିଥାନ୍ତି । ଏକ ଅଧ୍ୟୟନ ରିପୋର୍ଟରୁ ଏହା ସୂଚିତ କରାଯାଇଛି । ଆମେରିକାର ରାଙ୍କଫେଲର ୟୁନିର୍ଭସିଟିର ଅନୁସନ୍ଧାନ କର୍ତ୍ତା କୋଭିଡ ରୋଗୀଙ୍କ ରକ୍ତରେ ମହଜୁଦ ଥିବା ଆଣ୍ଟିବଡି ର ବିଶ୍ଲେଷଣ କରି ଏହା ସମ୍ବନ୍ଧରେ ଜାଣି ପାରିଥିଲେ ।

ଗତ ବର୍ଷ ଏହି ଅଧ୍ୟୟନରେ ୬୩ କରୋନା ରୋଗୀଙ୍କୁ ସାମିଲ କରାଯାଇଥିଲା । ଅନୁସନ୍ଧାନକାରୀ ଏହା ଉପରେ ରିସର୍ଚ୍ଚ କରିିଥିଲେ । ସମୟ ଅତିକ୍ରମ କରିବା ସହ ରୋଗୀଙ୍କ ପ୍ରତିରକ୍ଷା ତନ୍ତ୍ରରେ ମେମୋରି ବି କୋଶିକା ଗୁଡିକରୁ ଉତ୍ପନ୍ନ ଆଣ୍ଟିବଡି କ୍ଷମତା ସମ୍ପର୍କରେ ଜାଣିଲେ । କରୋନାକୁ ହରେଇବା ପାଇଁ ଏହା ଶରୀରରେ ବେଶ ଭଲ କାମ କରୁଥିଲା ।

ରିସର୍ଚ୍ଚ ଅନୁଯାୟୀ ଏହି ଲୋକଙ୍କ ମଧ୍ୟରେ ଭାଇରସ ସହ ଲଢ଼ିବା ପାଇଁ ଦୀର୍ଘକାଳୀନ ସୁରକ୍ଷା ପ୍ରଣାଳି ଭାବେ ଆଣ୍ଟିବଡି ବିକଶିତ ହୋଇଥାଏ । ମାଡର୍ଣ୍ଣା କିମ୍ବା ଫାଇଜର ଟିକାର ଗୋଟିଏ ଡୋଜ ଶରୀରରେ ଆଣ୍ଟିବଡି ତିଆରି କରି ରୋଗ ପ୍ରତିରୋଧକ ଶକ୍ତିିକୁ ବୃଦ୍ଧି କରିଥାଏ । ଯାହା କରୋନାକୁ ମାତ୍ ଦେବା ପାଇଁ ଅନେକ ମାତ୍ରାରେ ସାହାଯ୍ୟ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.