ଗୁଆ ଘିଅ ବଢ଼ାଇବ ଆଖିର ଜ୍ୟୋତି, ପିନ୍ଧିବାକୁ ପଡିବନି ଚଷମା
ବର୍ତ୍ତମାନ କେବଳ ବୟସ୍କ ଲୋକମାନେ ନୁହେଁ ଛୋଟ ପିଲାମାନଙ୍କର ମଧ୍ୟ ଆଖି ଖରାପ ହେବାରେ ଲାଗିଛି। ଏନେଇ ଆଜିର ଛୋଟ ଛୋଟ ପିଲା ମଧ୍ୟ ଚଷମା ପିନ୍ଧିଥିବାର ଦେଖାଯାଉଛି। କିନ୍ତୁ ଜଣ ଜଣଙ୍କୁ ଏହି ଚଷମା ପିନ୍ଧିବାକୁ ଭଲ ଲାଗିନଥାଏ କିନ୍ତୁ ବାଧ୍ୟକୁ ପିନ୍ଧନ୍ତି ।
ବର୍ତ୍ତମାନ କେବଳ ବୟସ୍କ ଲୋକମାନେ ନୁହେଁ ଛୋଟ ପିଲାମାନଙ୍କର ମଧ୍ୟ ଆଖି ଖରାପ ହେବାରେ ଲାଗିଛି। ଏନେଇ ଆଜିର ଛୋଟ ଛୋଟ ପିଲା ମଧ୍ୟ ଚଷମା ପିନ୍ଧିଥିବାର ଦେଖାଯାଉଛି। କିନ୍ତୁ ଜଣ ଜଣଙ୍କୁ ଏହି ଚଷମା ପିନ୍ଧିବାକୁ ଭଲ ଲାଗିନଥାଏ କିନ୍ତୁ ବାଧ୍ୟକୁ ପିନ୍ଧନ୍ତି । ତେବେ ଚିକିତ୍ସାର ପ୍ରାଚୀନ ପଦ୍ଧତୀ ବିଷୟରେ ଯଦି କଥା ହେବା ତାହେଲେ ଆୟୁର୍ବେଦ ଏବଂ ପ୍ରାକୃତିକ ଚିକିତ୍ସାରେ ଆଖିକୁ ଶକ୍ତିଶାଳୀ କରିବା ନେଇ ରହିଛି ଅନେକ ପ୍ରତିକାର। ସେଥିମଧ୍ୟରୁ ଗୋଟିଏ ହେଉଛି ପ୍ରତିଦିନ ନାଭିରେ ଘିଅ କିମ୍ବା ବାଦାମ ତେଲ ଲଗାଇବା। ବିଶେଷଜ୍ଞଙ୍କ ଅନୁଯାୟୀ ଏହି ସମାଧାନ ଏତେ ପ୍ରଭାବଶାଳୀ ଯେ ଏହା ଆଖିରେ ଚଷମା ବ୍ୟବହାର କରିବା ବନ୍ଦ କରିଦେବ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ନାଭିରେ ବାଦାମ ତେଲ ଲଗେଇବା ଠିକ୍ ନା ଗାଇ ଘିଅ? ଚିକିତ୍ସା ଶାସ୍ତ୍ର ଅନୁସାରେ ନାଭି ହେଉଛି ମନୁଷ୍ୟ ଶରୀରର କେନ୍ଦ୍ର ବିନ୍ଦୁ। ଆୟୁର୍ବେଦ ଏବଂ ପ୍ରାକୃତିକ ଚିକିତ୍ସା ଶାସ୍ତ୍ର ଅନୁଯାୟୀ, ଶରୀରର ବିଭିନ୍ନ ଅଙ୍ଗକୁ ସଂଯୋଗ କରୁଥିବା ୭୨ ହଜାର ନାଡି ଏହି ନାଭି ସହିତ ସଂଯୁକ୍ତ। ଏଗୁଡିକ ମଧ୍ୟରେ ଆଖି ଆଡକୁ ଯାଇଥିବା ଅପ୍ଟିକ୍ ସ୍ନାୟୁ ମଧ୍ୟ ଏଥିରେ ସାମିଲ ରହିଛି।
ଗର୍ଭରେ ରହୁଥିବା ଶିଶୁ ନାଭି ସହିତ ଜଡିତ ଗର୍ଭନାଳରୁ ଉଭୟ ପୋଷଣ ଓ ଖାଦ୍ୟ ଗ୍ରହଣ କରି ବିକଶିତ ହୋଇଥାଏ। ଏହି କାରଣରୁ ବଡ ହେବା ପରେ ମଧ୍ୟ ନାଭିକୁ ଦିଆଯାଇଥିବା ପୋଷଣ ଶରୀରର ଅନେକ ଅଙ୍ଗକୁ ଉପକାର କରିଥାଏ। ପ୍ରାକୃତିକ ଚିକିତ୍ସାରେ ଦେଶି ଘିଅ କିମ୍ବା ବାଦାମ ତେଲ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ। ତେବେ ଏଠାରେ କହିରଖିବାକୁ ଚାହିଁବୁ ଯେ କେବଳ ଦେଶି ଗାଈ ଘିଅ ଛଡା ମଇଁଷି କିମ୍ବା ଅନ୍ୟ ପ୍ରଜାତିର ଗାଈ ଘିଅ ପ୍ରାକୃତିକ ଚିକିତ୍ସାରେ ବ୍ୟବହାର କରାଯାଇପାରିବ ନାହିଁ।
କଣ ଫାଇଦା ଜାଣନ୍ତୁ
ଯଦି ଘିଅ କିମ୍ବା ବାଦାମ ତେଲର ବ୍ୟବହାର କଥା ଉଠେ ତେବେ ଦେଶୀ ଗାଈର ପ୍ରକୃତି କ୍ଷାରୀୟ ହୋଇଥାଏ। ଏହାର ମଧ୍ୟ ଶରୀର ପାଇଁ ଥଣ୍ଡା। ତେଣୁ ଏହାକୁ ଯେକୌଣସି ଋତୁରେ ବ୍ୟବହାର କରାଯାଇପାରିବ। ତେଣୁ ଏହା ସର୍ବୋତ୍ତମ ଅଟେ। ଯଦି ବାଦାମ ତେଲ କଥା କୁହାଯାଏ ତେବେ ଏହା ଅମ୍ଳଯୁକ୍ତ ବା ଏସିଡିକ୍। ବାଦାମ ତେଲର ପ୍ରକୃତି ହେଉଛି ଗରମ। ଯଦିଓ ଶୀତ ଋତୁରେ ନାଭିରେ ବାଦାମ ତେଲ ପ୍ରୟୋଗ କରାଯାଇପାରେ, କିନ୍ତୁ ଗ୍ରୀଷ୍ମ ଦିନରେ ଏହାକୁ ନାଭିରେ ପ୍ରୟୋଗ କରିବା ନିଷେଧ କରାଯାଇଛି ।
କିପରି କରିବେ ବ୍ୟବହାର ଜାଣନ୍ତୁ
ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନାଭିରେ ଦୁଇରୁ ତିନି ବୁନ୍ଦା ଦେଶୀ ଗାଈ ଘିଅ ଲଗାନ୍ତୁ। ଏହା କରିବା ଦ୍ୱାରା ନା କେବଳ ଆଖିର ଜ୍ୟୋତି ବଢିଥାଏ ବରଂ ଏହା କରିବା ଦ୍ୱାରା ଦୃଷ୍ଟି ଶକ୍ତି ବଢିବା ସହିତ ଆଖିର ଦୁର୍ବଳତା ମଧ୍ୟ ଦୂର ହୋଇଥାଏ। ଯଦି ଏହାମୁ ନିୟମିତ ବ୍ୟବହାର କରିବେ ତାହେଲେ ଆଖିରେ ଯଦି ଚଷମା ବ୍ୟବହାର କରାଯାଉଥାଏ ତେବେ ଏହା ମଧ୍ୟ ଦୂର ହୋଇଯାଏ।
ନୋଟ୍ : ଏହି ସମସ୍ତ ସୂଚନା ସାମାନ୍ୟ ସୂଚନା ଉପରେ ଆଧାରିତ ।