ଏକ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ପିଆନ୍ତୁ ନାହିଁ ଗାଈର କ୍ଷୀର, ବଢ଼ିଯିବ ଏହି ରୋଗର ଭୟ !

ଏକ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଗାଈର କ୍ଷୀର ଦେବା ଉଚିତ ନୁହେଁ। ଏମିିତି କରିବା ଦ୍ୱାରା ତାଙ୍କ ଶ୍ୱସନ ଏବଂ ପାଚନ ତନ୍ତ୍ରରେ ଏଲାର୍ଜୀ ସମ୍ବଦ୍ଧୀୟ ରୋଗ ବଢ଼ିବାର ଆଶଙ୍କା ଥାଏ। କାରଣ ତାହା କ୍ଷୀରରେ ଥିବା ପ୍ରୋଟୀନକୁ ପଚାଇ ନଥାଏ। ବିଶେଷଜ୍ଞଙ୍କ ଅନୁସାରେ ଯେଉଁ ପିଲାଙ୍କୁ ମା କ୍ଷୀର ମିଳିନଥାଏ ତେବେ ତାଙ୍କ ସ୍ୱାସ୍ଥ୍ୟକୁ ବନାଇ ରଖିବା ପାଇଁ ପୋଷଣର ବିକଳ୍ପ ରୂପର ଆବଶ୍ୟକତା ପଡିଥାଏ। ଶିଶୁ ବିଶେଷଜ୍ଞଙ୍କ କହିବାନୁଯାୟୀ ଯଦି ଗାଈର କ୍ଷୀରକୁ ପ୍ରାରମ୍ଭିକ ଅବଧିରେ ଦିଆଯାଏ ତେବେ ଲୌହ ତତ୍ତ୍ୱର ନିମ୍ର ସାନ୍ଦ୍ରତାର ଏମନିମିଆର ଭୟ ହୋଇପାରେ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଗାଈର କ୍ଷୀର ବହୁ ପୁରାତନ କାଳରୁ ଆମ ସଂସ୍କ୍ରୁତି ସହିତ ଜଡିତ। କିନ୍ତୁ ଏହା ଏକ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଦେବା ଉଚିତ ନୁହେଁ। ଏହା ଶିଶୁଙ୍କର ଅପରିପକ୍ୱ କିଡନୀ ଉପରେ ସମସ୍ୟା ପକାଇପାରେ। ଏବଂ ପଚାଇବାରେ ମଧ୍ୟ ମୁସକିଲ ହୋଇଥାଏ। ସେହିଭଳି ଏକ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଘରର ଅନୁପୂରକ ଭୋଜନର ଆବଶ୍ୟକତା ପଡିଥାଏ ଯାହାଦ୍ୱାରା ଆଲାର୍ଜୀ ହୋଇନଥାଏ।

ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରେ ଜଣାପଡିଲା ଯେ କେବଳ ୪୦ ପ୍ରତିଶତ ପିଲାଙ୍କୁ ସମୟ ଭିତରେ ଅନୁପୂରକ ଭୋଜନ ମିଳିଥାଏ କେବଳ ୧୦ ପ୍ରତିଶତ ପିଲାଙ୍କୁ ଛଅରୁ ତିନି ମାସ ମଧ୍ୟରେ ଥିବା ପିଲାଙ୍କୁ ପର୍ଯ୍ୟାପ୍ତ ଆହାର ମିଳିପାରିଥାଏ।

ଏହାସହ ପଢନ୍ତୁ : ବ୍ରେକଫାଷ୍ଟରେ ପ୍ରତିଦିନ ଖାଉଛନ୍ତି କି ବ୍ରେଡ୍ ତେବେ ହୋଇଯାନ୍ତୁ ସାବଧାନ, ହୋଇପାରେ ଏହି ଘାତକ ରୋଗ !

ଭାରତରେ ଅଧିକତମ ଶିଶୁଙ୍କୁ ଗାଈର କ୍ଷୀର ଦିଆଯାଇଥାଏ କାରଣ ଗ୍ରାମୀଣ ଅଞ୍ଚଳରେ ବିଶେଷକରି ଗ୍ରାମୀଣ କ୍ଷେତ୍ରରେ ଜାଗ୍ରୁତକତା କମ୍‌ ହୋଇଥାଏ। ଏକ ସର୍ଭେରୁ ଜଣାପଡିଛି ଯେ ଏକ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ସ୍ତନ୍ୟପାନ ନକରାଇ ୪୨ ପ୍ରତିଶତ ପିଲାଙ୍କୁ ଗାଈର କ୍ଷୀର ପିଇବାକୁ ଦିଆଯାଉଛି।

Pritiparna

Recent Posts

ଶିଶୁ ମନ୍ଦିର ଗୁରୁଜୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ମୋହନ ମାଝିଙ୍କ ରାଜନୈତିକ ଜୀବନ ଯାତ୍ରା

(କେନ୍ୟୁଜ) : ଉଠିଲା ପରଦା । ହଟିଲା ସସପେନସ । ସାମ୍ନାକୁ ଆସିଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ।…

25 mins ago

କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ଓଡ଼ିଶାର ନୂଆ ଉପ-ମୁଖ୍ୟମନ୍ତ୍ରୀ

କେନ୍ୟୁଜ (ବ୍ୟୁରୋ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀଙ୍କ ନାମ…

28 mins ago

ଦେଖିପାରିଲାନି ଭାଇର ସୁନା ସଂସାର, ଦୀର୍ଘ ଦିନର ରାଗକୁ ସୁଝାଇ ଭାଇବୋହୁକୁ ମାରିଲା ଦେଢ଼ଶୁର

ବାସୁଦେବପୁର (କେନ୍ୟୁଜ) : ଭାଇ ବୋହୂକୁ ମାରିଲା ଦେଢ଼ଶୁର..ଅଛୁଆଁ ଭାଇ ବୋହୁକୁ ମାରିଦେଲା ରାକ୍ଷସ ଦେଢ଼ଶୁର…ଭୁଲିଗଲା ସମ୍ପର୍କ, ଆଉ କରିବସିଲା…

36 mins ago

ଜେଜେବାପାଙ୍କ ପାଇଁ ଡାକ୍ତର ସାଜିବି, ପାଖରେ ଟଙ୍କାଟିଏ ସମ୍ବଳ ନାହିଁ ତଥାପି ପାଇଲେ ଡାକ୍ତରୀ ପଢ଼ିବାର ସୁଯୋଗ

ବେଗୁନିଆ (କେନ୍ୟୁଜ) : ଗରିବ ଦିନ ମଜୁରିଆର ପୁଅ ଆଜି ନିଟ୍ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ । ଜେଜେବାପାଙ୍କ ଅକାଳ…

40 mins ago

ଅଧାରେ ରହିଗଲା ବାହାଘରର ଆଶା, ଝିଅକୁ ଏକା କରି ଚାଲିଗଲା ମା’

ଭୁବନେଶ୍ୱର: ବୋଉ ତୁ ଖାଇଲୁଣି, ହଁ ରେ ଖାଇ ପିଇ ଯାଉଛି କାମକୁ କାମରୁ ଆସିଲେ ଫୋନ କରିଵି ଏତିକ…

47 mins ago

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର । ସବୁ କଳ୍ପନାଜଳ୍ପନାର…

2 hours ago