ବଢ଼ିଥିବା ୟୁରିକ୍‌ ଏସିଡ୍‌କୁ କଣ୍ଟ୍ରୋଲ କରିବ କାକୁଡ଼ି, କିଛି ଦିନରେ ହିଁ ଅନୁଭବ କରିପାରିବେ ପରିବର୍ତ୍ତନ

ଖରାପ ଲାଇଫ୍‌ଷ୍ଟାଇଲ୍‌ ଓ ଖାଦ୍ୟପେୟ ଯୋଗୁ ବୃଦ୍ଧଙ୍କଠାରୁ ଆରମ୍ଭ କରି ଯୁବପିଢ଼ିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ୟୁରିକ୍‌ ଏସିଡ୍‌ ସମସ୍ୟା ଦେଖାଯାଉଛି। ଶରୀରରେ ପ୍ୟୁରିନ୍‌ ନାମକ ପ୍ରୋଟିନ୍‌ର ପରିମାଣ ବୃଦ୍ଧି ପାଇଲେ ୟୁରିକ୍‌ ଏସିଡ୍‌ର ସ୍ତର ବଢ଼ିଯାଏ। ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ଅଧିକ ହୋଇଗଲେ, ତୁରନ୍ତ ଏହାକୁ କମାଇବାକୁ ପଡ଼େ। ନଚେତ୍‌ ଶରୀର ଉପରେ କୁ-ପ୍ରଭାବ ପଡ଼ିପାରେ। କେବଳ ଏତିକି ନୁହେଁ କିଡ୍‌ନୀ ଉପରେ ମଧ୍ୟ ଅଧିକ ପ୍ରଭାବ ପଡ଼ିଥାଏ। ଏଣୁ ଠିକ୍‌ ସମୟରେ ୟୁରିକ୍‌ ଏସିଡ୍‌କୁ ନିୟନ୍ତ୍ରଣ କରିବା ଆବଶ୍ୟକ।

ବର୍ଦ୍ଧିତ ୟୁରିକ୍‌ ଏସିଡ୍‌କୁ ଆପଣ ଘରୋଇ ଉପାୟରେ ବି ନିୟନ୍ତ୍ରଣ କରିପାରିବେ। ଆପଣ ଚାହିଁଲେ କେବଳ କାକୁଡ଼ି ସେବନ କରି ମଧ୍ୟ ୟୁରିକ୍‌ ଏସିଡ୍‌କୁ ନିୟନ୍ତ୍ରଣ କରିପାରିବେ। ଖରାଦିନେ ବଜାରରେ ବହୁ ପରିମାଣରେ କାକୁଡ଼ି ଉପଲବ୍ଧ ହୋଇଥାଏ। ଏଣୁ ଆପଣ ସହଜରେ ଏହାକୁ ପାଇପାରିବେ।

ୟୁରିକ୍‌ ଏସିଡ୍‌ର ନର୍ମାଲ ଲେବଲ:

ପୁରୁଷ: ୩.୪-୭.୦ ମିଲିଗ୍ରାମ୍‌/ଡେସିମିଟର
ମହିଳା: ୨.୪-୬.୦ ମିଲିଗ୍ରାମ୍‌/ଡେସିମିଟର

ଏମିତି କରନ୍ତୁ କାକୁଡ଼ି ସେବନ:

ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଗ୍ଲାସ କାକୁଡ଼ି ଜୁସ୍‌ ପିଇବା ଦ୍ୱାରା ଲାଭ ମିଳେ। କାକୁଡ଼ିକୁ କାଟି ଗ୍ରାଇଣ୍ଡିଂ କରନ୍ତୁ। ଆପଣ ଚାହିଁଲେ ଏଥିରେ କିଛି ପୋଦିନା ବି ପକାଇପାରିବେ। ଏହାକୁ ଏକ କପଡ଼ାରେ ଛାଣି ଦିଅନ୍ତୁ। ଏବେ ଏଥିରେ ଲେମ୍ବୁ ରସ ଓ ସୈନ୍ଧବ ଲୁଣ ପକାଇ ପିଅନ୍ତୁ। ଏଥିସହ ଆପଣ କାକୁଡ଼ିକୁ ସାଲାଡ୍‌ ଭାବେ ମଧ୍ୟ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.