ଲାଇଫ୍ ଷ୍ଟାଇଲ୍

କେବଳ ଖାଦ୍ୟ ପାଇଁ ନୁହେଁ, କେଶ ପାଇଁ ଭାରି ଉପକାରୀ ହୋଇଥାଏ ଜିରା

ଜିରା ଏକ ଗୁଳ୍ମଜାତୀୟ ସପୁଷ୍ପକ ବୃକ୍ଷ । ବିଭିନ୍ନ ଦେଶରେ ଜିରା ଏକ ମସଲା ରୂପେ ଜଣାଶୁଣା । ଏହାକୁ ଗୋଟା ଓ ଗୁଣ୍ଡ ଉଭୟ ପ୍ରକାରେ ବ୍ୟବହାର କରାଯାଏ । ବହୁ ପୁରାତନ କାଳରୁ ଜିରାର ବ୍ୟବହାର ହୋଇ ଆସୁଅଛି । ଯେକୌଣସି ତରକାରୀ ପ୍ରସ୍ତୁତ କଲା ବେଳେ ଜିରା ଆବଶ୍ୟକ ହୁଏ । ଜିରା ଖାଦ୍ୟର ସ୍ୱାଦ ବଢ଼ାଏ । ଜିରା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ଏହା କେଶ ପାଇଁ ବି ଭାରି ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଜିରାକୁ କେଶ ପାଇଁ କିପରି ବ୍ୟବହାର କରିବା ?

କେଶର ଚମକ ବଢ଼ାଏ :

ଜିରା କେବଳ କେଶ ଝଡ଼ିବାରୁ ମୁକ୍ତି ଦିଏ ନାହିଁ, ଏହା କେଶକୁ ଲମ୍ବା ଓ ସାଇନିଂ କରିବାରେ ମଧ୍ୟ ସହଯୋଗ କରେ । କଳା ଜିରାର ପାଣିକୁ ଅଣ୍ଡାର କେଶର ଓ ଅଲିଭ୍ ଅଏଲରେ ମିଶାଇ ଚୁଟିରେ ଲଗାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇ ଘଣ୍ଟାଏ ପର୍ୟ୍ୟନ୍ତ ଛାଡ଼ି ଦିଅନ୍ତୁ । ଭଲ ଫଳ ପାଇବା ପାଇଁ ସପ୍ତାହରେ ଥରେ ଏହାକୁ ପ୍ରୟୋଗ କରନ୍ତୁ ।

ଚନ୍ଦାପଣରୁ ମୁକ୍ତି ଦିଏ :

ବଦଳୁଥିବା ଜଳବାୟୁରେ ପ୍ରାୟ ସମସ୍ତଙ୍କର କେଶ ଝଡୁଛି । ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି କି? ତା’ହେଲେ ଜିରା ଆପଣଙ୍କ ସମସ୍ୟାର ସମାଧାନ କରିପାରିବ । ଏକ ଛୋଟ ଚାମଚ ଜିରା ତେଲକୁ ବଡ଼ ଚାମଚ ଅଲିଭ ଅଏଲ ଅବା ନଡ଼ିଆ ତେଲରେ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ମୁଣ୍ଡରେ ଭଲ ଭାବେ ଘଷି ଲଗାଇ ଦିଅନ୍ତୁ । ଏହି ତେଲକୁ ମୁଣ୍ଡରେ ଅତିକମରେ ଅଧାଘଣ୍ଟା ରହିବାକୁ ଦିଅନ୍ତୁ । ତା’ପରେ ସାମ୍ପୁ କରି କେଶକୁ ଧୋଇ ଦିଅନ୍ତୁ । ଏହି ତେଲର ବ୍ୟବହାର କଲେ ମୁଣ୍ଡରୁ ଚୁଟି ଝଡ଼ିବା କମି ଯିବ ଓ ଆପଣ ଚନ୍ଦାପଣରୁ ମୁକ୍ତି ପାଇବେ ।

ରୁପିରୁ ମୁକ୍ତି ଦିଏ :

ରୁପି କେଶର ଆଉ ଏକ ବଡ଼ ସମସ୍ୟା । ଜଣ ଜଣଙ୍କ ମୁଣ୍ଡରେ ପ୍ରାୟ ସବୁବେଳେ ରୁପି ଦେଖାଯାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜିରା ତେଲ ବ୍ୟବହାର କରନ୍ତୁ ।

KNews Bureau

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

8 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

25 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

39 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

52 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

53 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago