ସକାଳେ ଗରମ ପାଣି ସହିତ ଖାଆନ୍ତୁ କରି ପତ୍ର, ଓଜନ ହ୍ରାସ କରିବାରେ ମିଳିବ ସହାୟତା

ଆଜିକାଲି ଓଜନ ହ୍ରାସ କରିବାରେ ବହୁ ପ୍ରକାର ବ୍ୟବସ୍ଥା ରହିଛି । ଆପଣ ଅଲଗା ଅଲଗା ଡାଏଟ ପ୍ଲାନ ନେଇ ପାରନ୍ତି । ଯୋଗ, ଜିମ୍‌ ଓ କେତେ ପ୍ରକାର ବ୍ୟାୟାମ ଦ୍ୱାରା ମଧ୍ୟ ଆପଣ ଓଜନ ହ୍ରାସ କରିପାରିବେ । ଏହାଛଡା ଏମିତି କିଛି ଘରୋଇ ନୁସ୍କା ରହିଛି ଯାହାକୁ ଖାଇଲେ ଆପଣଙ୍କ ମୋଟାପା କମ ହୋଇପାରିବ । ଏପରି ଏକ ନୁସ୍କା ହେଉଛି କରି ପତ୍ର । ଓଜନ ହ୍ରାସ କରିବାରେ ଏହା ବହୁତ ସାହାଯ୍ୟ କରିଥାଏ।

ଓଜନ ହ୍ରାସ କରିବାରେ କରି ପତା

୧. ମୋଟାପଣ କମ କରିବାରେ ଆପଣ ଖାଦ୍ୟରେ ଅଧିକରୁ ଅଧିକ କରି ପତ୍ର ବ୍ୟବହାର କରନ୍ତୁ । ତରକାରୀ ଓ ଚଟଣୀରେ ମଧ୍ୟ କରି ପତ୍ର ଅଧିକ ବ୍ୟବହାର କରିପାରିବେ ।

୨. ଓଜନ ହ୍ରାସ କରିବାରେ ଆପଣ ସକାଳେ ଗରମ ପାଣି ସହିତ ୫-୬ କରି ପତା ଚୋବାଇ ଖାଇପାରିବେ । ଏହାପରେ ଗରମ ପାଣି ପିଇବେ । କିଛି ଦିନ ମଧ୍ୟରେ ଆପଣଙ୍କ ଓଜନ ହ୍ରାସ ହେବା ଲକ୍ଷ୍ୟ କରିବେ ।

୩. ଆପଣ ଚାହିଁବେ ତ କରି ପତ୍ରକୁ ଜୁସ ବନାଇ ପିଇ ପାରିବେ । ଖାଲି ପେଟରେ କରି ପତ୍ରର ଜୁସ ପିଇବା ଦ୍ୱାରା ଓଜନ ଖୁବ ଶୀଘ୍ର କମିଥାଏ ।

୪. କରି ପତ୍ରରେ କ୍ୟାଲସିୟମ, ଆଇରନ,ପ୍ରୋଟିନ, ଭିଟାମିନ ଏ, ଭିଟାମିନ ସି,ଭିଟାମିନ ବି୧ ଓ ବି୨ ଥାଏ । ଏଥିରେ ଭରପୁର ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ । ଏହା ଆପଣଙ୍କ ଚର୍ମ ଓ ବାଳକୁ ସୁସ୍ଥ ରଖିଥାଏ ।

୫. ଓଜନ ହ୍ରାସ କରିବାରେ ଆପଣ କରି ପତ୍ର ର ବ୍ୟବହାର କରନ୍ତୁ । ଆପଣ ସକାଳେ କରି ପତ୍ର ନିଶ୍ଚୟ ଖାଆନ୍ତୁ । ଗୋଟିଏ ମାସ ଆପଣ ଏହି ଉପାୟ କରିବା ଦ୍ୱାରା ଓଜନ ନିଶ୍ଚୟ ହ୍ରାସ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.