ଆପଣ ଜାଣିଛନ୍ତି କି , କେଶ ପାଇଁ ବହୁ ଲାଭଦାୟକ ଭୃଶୁଙ୍ଗା ପତ୍ର !

କଳା ,ମୋଟା ଏବଂ ଲମ୍ବା କେଶ କାହାକୁ ବା ନାପସନ୍ଦ । କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ସାଧାରଣତଃ ଲୋକ ନିଜ କେଶର ଧ୍ୟାନ ସଠିକ୍ ଭାବେ ରଖିପାରନ୍ତି ନାହିଁ । ଯାହାଫଳରେ ବ୍ୟକ୍ତି ବିଭିନ୍ନ ପ୍ରକାରର ରସାୟନ ଯୁକ୍ତ ସାମ୍ପୁ, କଣ୍ଡିସନର ଆଦି ବ୍ୟବହାର କରିଥାନ୍ତି । ଏହି ପ୍ରସାଧନିର ବ୍ୟବହାର ଦ୍ବାରା କେଶ ସୁରକ୍ଷିତ ରହିବା ବଦଳରେ ଅଧିକ ଝଡ଼ିଥାଏ ଏବଂ ର୍ଦୁବଳ ହୋଇଯାଇଥାଏ । ଏଣୁ ଆସନ୍ତୁ ଜାଣିବା କେଶ କଳା କରିବାର ଏକ ସାଧାରଣ ଘରୋଇ ଉପଚାର ଭୃଶୁଙ୍ଗା ପତ୍ର ବିଷୟରେ ।

ଭୃଶୁଙ୍ଗା ପତ୍ର ପ୍ରସ୍ତୁତ ତେଲ :
କେଶକୁ ଗହଳ କରିବା ପାଇଁ ଭୃଶୁଙ୍ଗା ପତ୍ର ତେଲ ବହୁ ଲାଭକାରୀ ।ଏହାକୁ ପ୍ରସ୍ତୁତ କରିବା ପାଇଁ ଭୃଶୁଙ୍ଗା ପତ୍ରକୁ ଭଲ ଭାବେ ଧୋଇ ଖରାରେ ଶୁଖାଇ ଦିଅନ୍ତୁ ।ପରେ ଏହାକୁ ଗୁଣ୍ଡକରି ପାଉଡ଼ର ପ୍ରସ୍ତୁତ କରି ନଡ଼ିଆ ତେଲରେ ବ୍ୟବହାର କରନ୍ତୁ । ଦେଖିବେ ଏହାକୁ ଦୈନିକ ବ୍ୟବହାର ଦ୍ବାରା ଆପଣ କେଶ କଳା ରହିବା ସହ ଗହଳ ହୋଇଯିବ ।

ଭୃଶୁଙ୍ଗା ପତ୍ରର ପେଷ୍ଟ :
ଭୃଶୁଙ୍ଗା ପତ୍ରରେ ବହୁ ପରିମାଣର ପୋଷକ ରହିଥାଏ ଯାହା କେଶକୁ ସୁସ୍ଥ ସହ ସୁରକ୍ଷିତ ରଖିଥାଏ । ଏହାକୁ ଆପଣ ବାଟି ପେଷ୍ଟ ଭାବେ ମଧ୍ୟ ବ୍ୟବହାର କରିପାରିବେ । ଏହି ପେଷ୍ଟକୁ ମୁଣ୍ଡ ଧୋଇବାର କିଛି ସମୟ ପୂର୍ବରୁ କେଶରେ ଲଗାଇ ତାହାପରେ ତାହାକୁ ଧୋଇ ଦିଅନ୍ତୁ। ଏହା କେଶର ଚମକ ବଜାୟ ରଖିବା ସହ ଏହାକୁ ସୁରକ୍ଷିତ ରଖିଥାଏ ।

ଭୃଶୁଙ୍ଗା ପତ୍ର ଚା :
ଭୃଶୁଙ୍ଗା ପତ୍ର ଖାଲି ଯେ କେଶ ପାଇଁ ନୁହଁ ବରଂ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହା ପାଚନ କ୍ରିୟାକୁ ସଠିକ୍ ରଖିବା ସହିତ କେଶକୁ କଳା ରଖିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଟିକେ ପାଣିରେ ଏହାକୁ ଫୁଟାଇ ଛାଣି ଚିନି କିମ୍ବା ମହୁ ମିଶାଇ ସେବନ କରନ୍ତୁ । ଆପଣ ଖୁବ୍ କମ ଦିନରେ ଏହାର ଉପକାରିତା ବିଷୟରେ ନିଜେ ଳକ୍ଷ୍ୟ କରିପାରିବେ ।

Leave A Reply

Your email address will not be published.