ରୁପି ଓ କେଶ ଝଡ଼ିବା ସମସ୍ୟା ଦୂର କରିବ ଆତ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର

ଧୀରେ ଧୀରେ ଅଧିକ ଥଣ୍ଡା ପଡ଼ିବା ଆରମ୍ଭ ହେଲାଣି । ଆପଣମାନେ ଜାଣିଥିବେ ଶୀତ ଦିନ ଆସିଲେ ରୁପି ସମସ୍ୟା ବଢ଼ିଯାଏ । ଅଧିକାଂଶ ଲୋକ ରୁପି ସମସ୍ୟା ଯୋଗୁ ବହୁ ଚିନ୍ତାରେ ରହିଥାନ୍ତି । ରୁପି ସମସ୍ୟା ଏକ ପ୍ରକାରର ଫଙ୍ଗଲ ଇନ୍‌ଫେକସନ୍‌ । ଠିକ୍‌ ସମୟରେ ଏହାର ଚିକିତ୍ସା କରାନଗଲେ ଏହା ଦ୍ୱାରା ଅନ୍ୟ ଇନ୍‌ଫେକସନ୍‌ ବି ଦେଖାଦିଏ । ଏହି ସମସ୍ୟାରୁ ମୁକ୍ତି ପାଇବାକୁ ବଜାରରେ ଅନେକ ସାମ୍ପୁ ମିଳୁଛି । କିନ୍ତୁ ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ରୁପି ସମସ୍ୟାରୁ ମୁକ୍ତି ପାଇପାରିବେ । ଯଦି ଆପଣ ରୁପି ଏବଂ କେଶ ଝାଡ଼ିବାକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ଆତ ମଞ୍ଜି ବ୍ୟବହାର କରନ୍ତୁ । ଏହି ଫଳର ମଞ୍ଜିରୁ ପ୍ରସ୍ତୁତ ତେଲ ରୁପି ଓ କେଶ ଝାଡ଼ିବାକୁ ଦୂର କରିବାରେ ଲାଭଦାୟକ ହୋଇଥାଏ । ତେବେ ଆତ ଭିଟାମିନ୍ A, ଭିଟାମିନ୍ C, ଆଣ୍ଟିଅକ୍ସିଡାଣ୍ଟ ଏବଂ ପ୍ରାକୃତିକ ହାଇଡ୍ରେଟିଂ ଗୁଣରେ ଭରପୂର, ଏହି ଫଳର ମଞ୍ଜି କେଶ ପାଇଁ ଅତ୍ୟନ୍ତ ଲାଭଦାୟକ । ଆତ ମଞ୍ଜିରେ ରୋଗ ପ୍ରତିଶୋଧକ ଗୁଣ ରହିଛି ଯାହା କେଶ ଝାଡ଼ିବା ଓ ରୁପି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ରୁପି ସମସ୍ୟା ଦୂର କରିବା ପାଇଁ କିପରି ଆତ ମଞ୍ଜି ବ୍ୟବହାର କରିବେ :
ସର୍ବପ୍ରଥମେ ଆତରୁ ଭଲ ଭାବେ ତାହାର ମଞ୍ଜି ବାହାର କରନ୍ତୁ । ଏହାପରେ ଆତ ମଞ୍ଜିକୁ ଭଲ ଭାବେ ଧୋଇ ଦିନନ୍ତୁ ଏବଂ ଖରାରେ ଶୁଖାଇ ଦିଅନ୍ତୁ । ଦେଖିବେ ଯେତେ ବେଳେ ଏହି ମଞ୍ଜି ଶୁଖିଯିବା, ସେତେବେଳେ ଏହାକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ । ଏହା ବ୍ୟତୀତ ଧନ୍ୟ ଦେବେ ଯେପରି ସେଥିରେ କୌଣସି ଖଡ଼ର ରହିବ ନାହିଁ । ତେବେ ଭଲ ଭାବେ ଗୁଣ୍ଡ ହୋଇଥିବା ପାଉଡରକୁ ଏକ ପାତ୍ରରେ ରଖନ୍ତୁ, ସେଥିରେ କପୁର ଏବଂ ନଡିଆ ତେଲ ମିଶାନ୍ତୁ । ବର୍ତ୍ତମାନ ଯେତେବେଳେ ଆପଣ ଏହି ତେଲ ବ୍ୟବହାର କରିବାକୁ ଚାହାଁନ୍ତି, ଏହାକୁ ନିଜ ମୁଣ୍ଡରେ ଭଲ ଭାବରେ ଲଗାନ୍ତୁ । କିନ୍ତୁ ମନେରଖନ୍ତୁ ଯେ ଏହି ତେଲକୁ ଗାଧୋଇବାର ଅଧ ଘଣ୍ଟା ପୂର୍ବରୁ ଲଗାନ୍ତୁ ଏବଂ ତା’ପରେ କେଶ ଧୋଇ ଦିଅନ୍ତୁ । ଏହାର ନିୟମିତ ବ୍ୟବହାର ରୁପି ସମସ୍ୟା ଦୂର କରିବ ।

ଆତ ମଞ୍ଜିର ତେଲ ବ୍ୟବହାର କରିବା ଦ୍ୱାରା କେଶକୁ ମିଳିଥାଏ ଏହି ଲାଭ :
କେଶ ଝାଡ଼ିବାକୁ ନିୟନ୍ତ୍ରଣ କରେ : ଏହି ତେଲ ଲଗାଇବା ଦ୍ୱାରା ଝିଅମାନଙ୍କୁ କେଶ ଝାଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ । କେଶ ଝାଡ଼ିବା ସମସ୍ୟା ଦୂର କରିବାରେ ଏହି ତେଲ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ ।

କେଶରୁ ରୁପିକୁ ଦୂର କରେ : ଏହି ତେଲ ଆପଣଙ୍କ କେଶରୁ ରୁପି ଦୂର କରିବା ପାଇଁ ଏହା ଅତ୍ୟନ୍ତ ପ୍ରଭାବଶାଳୀ । କେଶରେ ତେଲ ଲଗାଇବାର ଏହି ପଦ୍ଧତି ଅତି ସହଜ ଏବଂ ଆପଣ ଏହାକୁ ଘରେ ଘରେ ପ୍ରସ୍ତୁତ କରିପାରିବେ ।

କେଶ ନରମ ହୋଇଯାଏ : ଆତ ମଞ୍ଜିରେ ଘରେ ତିଆରି ତେଲ ଆପଣଙ୍କ ମୁଣ୍ଡର ସ୍କିନକୁ ହାଇଡ୍ରେଟ୍ ରଖେ, ରୁପି ଓ କେଶ ଝାଡ଼ିବା ସମସ୍ୟା ଦୂର କରେ ଏବଂ ମୂଳରୁ କେଶକୁ ମଜବୁତ କରେ । ଯେଉଁ କାରଣରୁ କେଶ ମୋଟା ଏବଂ ନରମ ହୋଇଯାଏ । ସେଥିପାଇଁ ଯେଉଁମାନେ କେଶର ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ସେମାନେ ଆତ ମଞ୍ଜିରେ ପ୍ରସ୍ତୁତ ତେଲ ବ୍ୟବହାର କରିପାରିବେ ।