ଲାଇଫ୍ ଷ୍ଟାଇଲ୍

ଗରମରେ ଆରାମ ଦେବ ଦହି-ପିଆଜ ସବଜି, ଥରେ ଖାଇଲେ ଭୂଲିବେନି ସ୍ୱାଦ

ଗରମରେ ଦହିର ଚାହିଦା ବହୁତ ଅଧିକ ରହିଛି। ଖରା ଗରମରେ ଲୋକେ ଦହି ଖାଇବାକୁ ଅଧିକ ପସନ୍ଦ କରନ୍ତି। ତେବେ କଣ ଆପଣ କେବେ ଦହି –ପିଆଜ ତରକାରୀ ବା ସବଜି ଖାଇଛନ୍ତି। ଯାହା ସ୍ୱାସ୍ଥ୍ୟକର ହେବା ସହିତ ସ୍ୱାଦିଷ୍ଟ ବି ହୋଇଥାଏ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଦହି-ପିଆଜ ରେସିପି।

ଦହି ପିଆଜ ସବଜି ବନାଇବା ପାଇଁ ସାମଗ୍ରୀ

  • ଦହି – ୨୫୦ ଗ୍ରାମ୍‌
  • ପିଆଜ – ୧ଟି
  • ଜିରା – ୧/୨ ଚାମଚ
  • କସ୍ତୁରୀ ମେଥି – ୧/୪ ଚାମଚ୍‌
  • କଞ୍ଚା ଲଙ୍କା (ଛୋଟ କଟା ହୋଇଥିବା) – ୪ଟି
  • ହଳଦି – ୧/୪ ଚାମଚ
  • ଫିକା ବୁନ୍ଦି – ୧/୨ ଗିନା
  • ଗରମ ମସଲା – ୧/୪ ଚାମଚ
  • ଲୁଣ – ସ୍ୱାଦାନୁସାରେ

ଦହି-ପିଆଜି ତରକାରୀ ବନାଇବାର ବିଧି

ଦହି ଏବଂ ପିଆଜର ତରକାରୀ ବନାଇବା ପାଇଁ ସର୍ବପ୍ରଥମେ ଏକ ଗିନା ନିଅନ୍ତୁ। ସେଥିରେ ଦହି ପକାନ୍ତୁ ଏବଂ ତାହାକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ କଡାରେ ତେଲ ଗରମ କରି ମିଡିୟମ ଆଞ୍ଚରେ ଗରମ କରିବା ପାଇଁ ରଖନ୍ତୁ। ତେଲ ଯେତେବେଳେ ଗରମ ହୋଇଯିବ ସେତେବେଳେ ସେଥିରେ ଜିରା ପକାଇ ତଡକା ଲଗାନ୍ତୁ। ଏହାପୂର୍ବରୁ ପିଆଜକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଯେତେବଳେ ଜିରା ଫୁଟି ଆସିବ ସେତେବେଳେ ସେଥିରେ ପିଆଜ ପକାଇ ୨ରୁ୩ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଯେତେବେଳେ ପିଆଜର ରଙ୍ଗ ବ୍ରାଉନ ହୋଇଯିବ ସେତେବେଳେ ଏଥିରେ କଟା ହୋଇଥିବା କଞ୍ଚା ଲଙ୍କାକୁ ପକାଇ ଫ୍ରାଏ କରନ୍ତୁ।

ପ୍ରାୟ ଗୋଟେ ମିନିଟ୍‌ ପରେ ପିଆଜର ମିଶ୍ରଣରେ ଦହି ପକାନ୍ତୁ ଏବଂ ୫-୬ ମିନିଟ ପର୍ଯ୍ୟନ୍ତ ଫ୍ରାଏ ହେବାକୁ ଦିଅନ୍ତୁ।ଏହାପରେ ସବଜିରେ ହଳଦି ପାଉଡର, ଧନିଆ ପାଉଡର ଏବଂ ସ୍ୱାଦାନୁସାରେ ଲୁଣ ପକାଇ ଚାମଚ ସାହାଯ୍ୟରେ ତରକାରୀକୁ ମିକ୍ସ କରିଦିଅନ୍ତୁ। ଏହାପରେ ସବଜିରେ ଫିକା ବୁନ୍ଦି, ଗରମ ମସଲା ଏବଂ କସ୍ତୁରୀ ମେଥି ପକାଇ ମିଶାନ୍ତୁ। କିଛି ସମୟ ପରେ ଏହାକୁ ଚଲାଇ ଜଲାଇ ରାନ୍ଧିହେବାକୁ ଦିଅନ୍ତୁ। ଏହାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏହିଭଳି ଭାବେ ଆପଣଙ୍କ ସ୍ୱାଦିଷ୍ଟ ଦହି ପିଆଜ ସବଜି ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ରୁଟି କିମ୍ବା ଭାତ ସହିତ ସର୍ଭ କରିପାରିବେ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago