ଗର୍ଭାବସ୍ଥାରେ ମୁଣ୍ଡବିନ୍ଧା ଓ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ମହିଳାଙ୍କ ପାଇଁ ଗର୍ଭାବସ୍ଥା ସମୟ ବହୁତ ଖାସ୍‌ ହୋଇଥାଏ। ଏହି ସମୟରେ ବହୁତ ପ୍ରକାର ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ଦେଖିବାକୁ ମିଳେ। ଏହି ପରିବର୍ତ୍ତନରୁ କେବେ କେବେ କିଛି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଗ୍ୟାସ୍‌ ଓ ମୁଣ୍ଡବିନ୍ଧା ସମସ୍ୟା। ଯେତେବେଳେ ଅଧିକ ମାତ୍ରାରେ ଖାଦ୍ୟ ଖିଆଯାଏ କିମ୍ବା ଅଧିକ ସମୟ ଯାଏ କିଛି ନ ଖାଇବାରେ ଗ୍ୟାସ୍‌ ଓ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ଏଥିରୁ ମୁକ୍ତି ପାଇବାର କିଛି ଘରୋଇ ଉପଚାର ।

. କାକୁଡ଼ି, ମୂଳା, ଗାଜର, ଟମାଟର, ପାଳଙ୍ଗ ଆଦିକୁ ସାଲାଡ୍‌ କରି ପ୍ରତିଦିନ ସେବନ କରିବା ଉଚିତ, ଯଦ୍ଦ୍ଵାରା ଗ୍ୟାସ୍‌ ସମ୍ବନ୍ଧିତ କୌଣସି ବି ସମସ୍ୟା ଦେଖାଦେଇ ନ ଥାଏ।

. ଗ୍ୟାସ୍‌ ସମସ୍ୟା ଦୂର କରିବା ପାଇଁ ଲେମ୍ବୁ ମଧ୍ୟ ବେଶ୍‌ ଫଳପ୍ରଦ। ଗୋଟିଏ ପାତ୍ରରେ ଲେମ୍ବୁ ରସ ପକାଇ ଅଳ୍ପ ପାନମହୁରୀ ଗୁଣ୍ଡ ଏବଂ କଳା ଲୁଣ ମିଶାଇ କିଛି ଦିନ ସେବନ କରନ୍ତୁ। ଏଥିରୁ ଆପଣଙ୍କୁ ଉପଶମ ମିଳିବ।

.ଖାଦ୍ୟ ଖାଇବା ପୂର୍ବରୁ ଜୁଆଣିରେ କଳା ଲୁଣ ମିଶାଇ ସେବନ କରନ୍ତୁ। ଏହାକୁ ଖାଦ୍ୟ ଖାଇବା ପରେ ମଧ୍ୟ ସେବନ କରାଯାଇପାରିବ।

. ଗର୍ଭାବସ୍ଥାରେ ଗ୍ୟାସ୍‌ ସମସ୍ୟା ଥିଲେ ଫାଲସା ମଧ୍ୟ ବହୁତ ଉପଯୋଗୀ ହୋଇଥାଏ। ଏଥିପାଇଁ ଫାଲସାରେ ମିଶ୍ରି, କଳା ଲୁଣ ଏବଂ ଲେମ୍ବୁ ମିଶାଇ ପ୍ରତିଦିନ ସେବନ କରନ୍ତୁ।

. ୨୦ ଗ୍ରାମ ସୈନ୍ଧବ୍ୟ ଲୁଣ ଏବଂ ୫୦ ଗ୍ରାମ ଚିନିକୁ ଏକାଠି ମିଶାଇ ପେଶି ନିଅନ୍ତୁ। ପ୍ରତିଦିନ ଏହାକୁ ଖାଦ୍ୟ ଖାଇବା ପରେ ସେବନ କରିବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦୂର ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.