ଶୀତ ଦିନେ ସବୁଦିନ ନ ଗାଧୋଇବାରେ ମଧ୍ୟ ରହିଛି ବହୁ ଫାଇଦା, ଜାଣନ୍ତୁ କ’ଣ

ଥଣ୍ଡା ଦିନେ ସମସ୍ତେ ସବୁଦିନ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ । କେହି କେହି ତ ସପ୍ତାହରେ ଥରେ ଦୁଇଥର ମଧ୍ୟ ଗାଧୋଇ ଥାଆନ୍ତି । କଥାରେ ଅଛି ସବୁଦିନ ଗାଧୋଇଲେ ଶରୀରକୁ ବହୁତ ଲାଭ ମିଳିଥାଏ । ହେଲେ ଆଜି ଆମେ ଗାଧୋଇବା ବିଷୟରେ କିଛି ନୂଆ ତଥ୍ୟ ଦେବୁ, ଯାହାକୁ ଜାଣିଲେ ଆପଣ ବି କହିବେ ଥଣ୍ଡାରୁ ରକ୍ଷା ମିଳିଗଲା । ସବୁଦିନ ନ ଗାଧୋଇବାରେ ମଧ୍ୟ ବହୁତ ଲାଭ ରହିଛି । ହେଲ୍‌ଥ ଏକ୍ସପର୍ଟ ସବୁଦିନ ନ ଗାଧୋଇଲେ ତାର କ’ଣ ଲାଭ ମିଳିବ ବୋଲି ମଧ୍ୟ କହିଛନ୍ତି । ଆସନ୍ତୁ ଜାଣିବା କ’ଣ ସେ ସବୁ ।

ଚର୍ମ ନିଜକୁ ନିଜେ ସଫା କରିଥାଏ

ଥଣ୍ଡା ଦିନରେ ଯଦି ଆପଣ ସବୁଦିନ ଗାଧୋଉଛନ୍ତି ତ ଆପଣଙ୍କ ସ୍କିନ ଆଲର୍ଜି ହୋଇପାରେ । କାରଣ ଆବଶ୍ୟକ ଠାରୁ ଅଧିକ ଲବଣ ବାହାରିଯାଇଥାଏ । ଲୋକେ ଅପରିସ୍କାର ପାଇଁ ନୁହେଁ ବରଂ ସମାଜରେ ଭଲ ଦେଖାଯିବା ଓ ପ୍ରେସର ଯୋଗୁ ଗାଧୋଇ ଥାଆନ୍ତି ବୋଲି ଜଣେ ଡାକ୍ତର କହିଛନ୍ତି । ସ୍କିନକୁ ନିଜେ ସଫା କରିବାର କ୍ଷମତା ରହିଛି ବୋଲି କେତେକ ଡାକ୍ତର କହିଛନ୍ତି । ଯଦି ଜଣେ ଜିମ ଯାଉ ନାହାଁନ୍ତି କି ଧୂଳି ମାଟି ହେଉ ନାହାଁନ୍ତି,ତେବେ ଦୈନିକ ଗାଧୋଇବା ଜରୁରୀ ନୁହେଁ ।

୧. ଦୈନିକ ଗାଧୋଇବା ଯୋଗୁ ସ୍କିନ ଡ୍ରାଏ ହୋଇ ଯାଇଥାଏ ।

୨. ଇମ୍ୟୁନିଟି ଉପରେ ପକାଇ ଥାଏ ବଡ଼ ପ୍ରଭାବ । ଥଣ୍ଡାରେ ସବୁଦିନ ଗାଧୋଇଲେ ଇମ୍ୟୁନିଟି ପାଓ୍ଵାର କମିଯାଇଥାଏ ।

୩. ନଖକୁ ପହଞ୍ଚାଇ ଥାଏ କ୍ଷତି । ଥଣ୍ଡା ଦିନେ ଗରମ ପାଣିରେ ଗାଧୋଇବା ଦ୍ୱାରା ନଖର ନେଚୁରାଲ ଅଏଲ ଅଂଶ ନଷ୍ଟ ହୋଇ ନଖ ଦୁର୍ବଳ ହୋଇଥାଏ ।

୪. ଗୁଡ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ । ଭଲ ବ୍ୟାକ୍ଟେରିଆ ଶରୀରକୁ ସୁସ୍ଥ ରଖିବା ପାଇଁ କେମିକାଲ ଟକ୍ସିନରୁ ବଂଚାଇ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.