ଦୁଗ୍ଧଜାତୀୟ ଦ୍ରବ୍ୟ ଅଧିକ ଖାଇବା ପଡିପାରେ ମହଙ୍ଗା : ରିସର୍ଚ୍ଚ

କ୍ଷୀର, ଦହି, ଛେନା, ବଟର ଇତ୍ୟାଦି ଖାଇବାକୁ ସମସ୍ତଙ୍କ ଇଚ୍ଛା ଥାଏ। କିନ୍ତୁ ଏହାକୁ ଅତ୍ୟଧିକ ଖାଇବା ମଧ୍ୟ ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଯାହା ଫଳରେ ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଖାଦ୍ୟପେୟରେ ଭୁଲ ଅଭ୍ୟାସ, ଚିନ୍ତା ଏବଂ ତ୍ୱଚାରେ ଦେଖାଦେଉଥିବା ଅନେକ ସମସ୍ୟାର ମୁଖ୍ୟ କାରଣ ପାଲଟିଥାଏ। ଯେଉଁଥି ପାଇଁ ମୁହଁରେ ବ୍ରଣ, ରୁକ୍ଷପଣ, ତ୍ୱଚାରେ ଭାଙ୍ଗ ଇତ୍ୟାଦି ଦେଖାଦିଏ। ଅଧିକ ଦୁଗ୍ଧଜାତୀୟ ଦ୍ରବ୍ୟ ଖାଇବା ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି।

ମାଡ୍ରିଡରେ ୟୁରୋପିଆନ ଏକାଡେମୀ ଅଫ ଡର୍ମଟୋଲୋଜୀ ଏବଂ ଭେନେରିଆଲଜି କଂଗ୍ରେସରେ ହୋଇଥିବା ଏହି ରିସର୍ଚ୍ଚରେ ଛଅଟି ଦେଶରୁ ୬ ହଜାରରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ହେଉଥିବା ବ୍ରଣର କାରଣକୁ ନେଇ ପରୀକ୍ଷଣ କରାଯାଇଥିଲା।

ଏହି ରିସର୍ଚ୍ଚରୁ ଜଣାପଡିଲା ଯେ, ପ୍ରତିଦିନ ଦୁଗ୍ଧଜାତୀୟ ଉତ୍ପାଦ ନିୟମିତ ଖାଇବା ଯୋଗୁଁ ୪୮.୨ ପ୍ରତିଶତ ଲୋକଙ୍କ ମୁହଁରେ ବ୍ରଣ ଦେଖାଦେଇଥାଏ। ଏହାଛଡା ଧୂଳି ଏବଂ ପ୍ରଦୂଷଣ ମଧ୍ୟ ଏହାର ଅନ୍ୟତମ କାରଣ ରହିଥିଲା।

ଏହାସହ ପଢ଼ନ୍ତୁ ; ଶରୀରରେ ରହିଛି କି ରକ୍ତର ଅଭାବ? ତା’ହେଲେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଦୁଇଟି ଜିନିଷ

କେବଳ ଏତିକି ନୁହେଁ, ତ୍ୱଚାରେ ଅତ୍ୟଧିକ ମାତ୍ରାରେ ବଜାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ମଧ୍ୟ ପ୍ରମୁଖ କାରଣ ରହିଛି ବୋଲି ରସିର୍ଚ୍ଚରୁ ଜଣାପଡିଥିଲା।

Swagatika

Recent Posts

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

14 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

21 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

36 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

56 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

1 hour ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

2 hours ago