ଦଲିଆ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଭିଟାମିନ୍ ଏବଂ ପ୍ରୋଟିନ୍ରେ ଭରପୂର ହୋଇଥାଏ ଦଲିଆ । ଏହି ଦଲିଆ ଖାଇବା ଦ୍ୱାରା କେବଳ ଓଜନ ହ୍ରାସ ହୁଏ ନାହିଁ ବରଂ ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ । ଆପଣମାନେ ଜାଣି ରଖନ୍ତୁ ଯେ, ଗହମର ପାଉଡରକୁ ଦାଲିଆ କୁହାଯାଏ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ, ଯେପରି ଫାଇବର, କ୍ୟାଲସିୟମ, ମ୍ୟାଗେ୍ନସିୟମ, ଫସଫରସ୍, ପୋଟାସିୟମ୍, କାର୍ବୋହାଇଡ୍ରେଟ୍, ଜିଙ୍କ, ମିନେରାଲ୍ସ, ଭିଟାମିନ୍ ଏବଂ ଆଇରନ୍ ଭଳି ଜିନିଷ । ଯଦି ଆପଣ ନିଜ ପ୍ରତିଦିନ ଖାଦ୍ୟରେ ଦଲିଆ ଖାଉଛନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହେବ । ତାହେଲେ ଆସନ୍ତୁ ସେ ବିଷୟରେ ଜାଣିବା ।
ଦଲିଆ ଖାଇବା ଦ୍ୱାରା ଏହି ରୋଗ ଦୂର ହେବ :
ହାର୍ଟ ସମସ୍ୟା ଦୂର ହେବ : ଦଲିଆରେ ଥିବା ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ହାର୍ଟକୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ତେବେ ଦଲିଆ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଯାହା ଆପଣଙ୍କ ହାର୍ଟକୁ ଭଲ ରଖିବା ସହ ସୁସ୍ଥ ମଧ୍ୟ ରଖିଥାଏ ।
ଓଜନ କମ କରିବାରେ ସାହାଯ୍ୟ କରିଥାଏ : ଯଦି ଆପଣଙ୍କ ଓଜନ ଦ୍ରୁତ ଗତିରେ ବଢୁଛି ତେବେ ଡାଏଟରେ ଦଲିଆ ନିଶ୍ଚିତ ସାମିଲି କରନ୍ତୁ । ଦଲିଆ ଫାଇବରରେ ଭୂରପୂର ଏବଂ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଲାଗିବ ନାହିଁ ।
ଡାଇବେଟିସକୁ ନିୟନ୍ତ୍ରଣ କରେ : ଦଲିଆରେ ଲୋ ଗ୍ଲାଇମେସିକ୍ ଇଣ୍ଡେକ୍ସ ଅଛି ଯାହା ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ବ୍ଲଡ୍ ସୁଗାର ନିୟନ୍ତ୍ରଣ ରହିଥାଏ ।
ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ : ଦଲିଆ ହଜମ ପ୍ରକ୍ରିୟାକୁ ଉନ୍ନତି କରିବାରେ ସାହାଯ୍ୟ କରିଥାଏ । କାରଣ ଏହା କୋଷ୍ଠକାଠିନ୍ୟକୁ କମ କରିବାରେ ସାହାଯ୍ୟ କରିଥାଏ ଏବଂ ଆପଣଙ୍କ ପେଟ ସମସ୍ତ ପୁଷ୍ଟିକର ଖାଦ୍ୟକୁ ଭଲ ଭାବରେ ଗ୍ରହଣ କରିଥାଏ ।
କୋଲେଷ୍ଟ୍ରଲ ହ୍ରାସ କରିଥାଏ : ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ଦଲିଆ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଦଲିଆ ଖାଇବା ଦ୍ବାରା କୋଲେଷ୍ଟ୍ରଲ କମ୍ ହୋଇଥାଏ, ଯାହାଫଳରେ ହାର୍ଟ ସମନ୍ଧୀୟ ରୋଗ ହେବାର ଆଶଙ୍କା ମଧ୍ୟ କମ୍ ରଖିଥାଏ ।
ଦଲିଆ ଖାଇବାର ଉପଯୁକ୍ତ ସମୟ : ସକାଳେ କିମ୍ବା ସନ୍ଧ୍ୟା ଜଳଖିଆରେ ଦଲିଆ ଖାଇବା ଉଚିତ୍ । ସକାଳ ସମୟରେ ଦଲିଆ ଖାଇବା ଦ୍ୱାରା ଦିନସାରା ଶକ୍ତିଶାଳୀ ଲାଗିଥାଏ, ସେହିପରି ସନ୍ଧ୍ୟା ସମୟରେ ଦଲିଆ ଖାଇବା ଦ୍ୱାରା ଆପଣଙ୍କୁ ରାତି ସମୟରେ ଅଧିକ ଭୋକ ଲାଗିବ ନାହିଁ ।