ଲାଇଫ୍ ଷ୍ଟାଇଲ୍

କାହିଁକି ଓଜନ କମ କରିବା ପାଇଁ ଏକ୍ସର୍‌ସାଇଜ୍‌ ଅପେକ୍ଷା ଡ୍ୟାନ୍ସ ଭଲ ?

ଓଜନ କମ କରିବା ପାଇଁ ଏକ୍ସରସାଇଜ୍‌ ଏକ ଭଲ ଉପାୟା ବୋଲି କୁହାଯାଏ । ତେବେ କିଛି ଲୋକଙ୍କ ପାଇଁ ଏହା ବିରକ୍ତିକର ହୋଇଯାଏ, କାରଣ ଘଣ୍ଟା ଘଣ୍ଟା ଧରି ଏକ୍ସର୍‌ସାଇଜ୍‌ କରିବାକୁ ପଡିଥାଏ । ଏହା ବ୍ୟତୀତ ଅନେକ ଲୋକଙ୍କ ଶରୀର ସେମାନଙ୍କ ଏକ୍ସର୍‌ସାଇଜ୍‌ କରିବାକୁ ସପର୍ଟ କରେ ନାହିଁ । କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ ଡ୍ୟାନ୍ସ ଓଜନ କମ କରିବାର ଏକ ପ୍ରଭାବଶାଳୀ ମାଧ୍ୟମ ହୋଇପାରେ । ଏହା ବ୍ୟତୀତ ଏକ୍ସର୍‌ସାଇଜ୍‌ ଅପେକ୍ଷା ଏହା ଅଧିକ ମଜାଦାର ମଧ୍ୟ ହୋଇଥାଏ ।

କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ ଡ୍ୟାନ୍ସ କରନ୍ତି, ସେମାନଙ୍କ ଶରୀରରେ ଫ୍ୟାଟ୍‌ କମ୍ ଜମା ହୋଇଥାଏ । ଏଥିପାଇଁ କୌଣସି ବିଶେଷ ପ୍ରକାରର ଡ୍ୟାନ୍ସ କରିବାକୁ ପଡିବ ନାହିଁ ବରଂ ଭଗଂଡା, ଜୁମ୍ବା, ଟ୍ରେଡିସ୍‌ନାଲ ଡ୍ୟାନ୍ସ, ଏରୋବିକ୍ସ, ଭଳି ଡ୍ୟାନ୍ସ ଆପଣ ନିଜ ଟେଲି ରୁଟିନ୍‌ରେ ସାମିଲ କରିପାରିବେ । ତେବେ ଆପଣମାନେ ସପ୍ତାହରେ ୫ ଦିନ ଡ୍ୟାନ୍ସ କରିବା ସହ ଦିନକୁ ପ୍ରାୟ ୪୦ ରୁ ୯୦ ମିନିଟ୍ ସମୟ ବାହାର କରିବା ଉଚିତ । ଏପରି କରିବା ଦ୍ୱାରା ଆପଣ ମାତ୍ର ୨ ରୁ ୩ ମାସ ମଧ୍ୟରେ ନିଜର ଓଜନ କମ୍‌ କରିପାରିବେ ।

ଜାଣନ୍ତୁ କାହିଁକି ଏକ୍ସର୍‌ସାଇଜ୍‌ ଅପେକ୍ଷା ଡ୍ୟାନ୍ସ ଭଲ ହୋଇଥାଏ :
ଏହାର ସବୁଠାରୁ ବଡ କାରଣ ହେଉଛି ଏହା ବିରକ୍ତିକର ହୋଇନଥାଏ ଏବଂ ଏହାକୁ କରିବା ପାଇଁ କୌଣସି ପ୍ରକାରର ଟ୍ରେନିଗିଂ ଆବଶ୍ୟକ ହୋଇନଥାଏ । ଏହାକୁ କରିବା ପାଇଁ ଆପଣ କେବଳ ନିଜ ପ୍ରିୟ ଗୀତଗୁଡ଼ିକର ଏକ ପ୍ଲେଲିଷ୍ଟରେ ଲଗାଇ ଡ୍ୟାନ୍ସ କରିବା ଆରମ୍ଭ କରିପାରିବେ । କେତେକ ଲୋକ ବ୍ୟାୟାମ କରିବାକୁ ଭୟ କରନ୍ତି ଏବଂ କିଛି ବାହାନା କରି ଏହାକୁ ଏଡାଇ ଦିଅନ୍ତି । କିନ୍ତୁ ଡ୍ୟାନ୍ସ କରିବା ପାଇଁ ଲୋକମାନେ ଏପରି ମନଭାବ ରଖନ୍ତି ନାହିଁ । ଅନେକ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଡ୍ୟାନ୍ସ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଏହା ବ୍ୟତୀତ ଡ୍ୟାନ୍ସ କରିବା ଦ୍ୱାରା ମାନସିକ ସ୍ଥିତି ମଧ୍ୟ ସୁସ୍ଥ ରହିଥାଏ ।

କେଉଁ ଡ୍ୟାନ୍ସ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ ?
ତେବେ ଆପଣ ଏପରି ଏକ ଡ୍ୟାନ୍ସ ଫର୍ମ ବାଛନ୍ତୁ, ଯାହାକୁ କରିବା ପାଇଁ ଆପଣଙ୍କୁ ଅଧିକ ଏଫଟ ଦେବାକୁ ପଡିବ ନାହିଁ । ଏହାର ଅର୍ଥ ଆପଣଙ୍କୁ ଶାରୀରିକ ସ୍ତରରେ କଠିନ ପରିଶ୍ରମ କରିବାକୁ ପଡିବ, କିନ୍ତୁ ଏଥିପାଇଁ ଆପଣଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ । ସେଥିପାଇଁ ଆପଣ ଏହି ସବୁ ଡ୍ୟାନ୍ସ କରିପାରିବେ, ଯେପରି ହିପ୍-ହପ୍ ଏବଂ ଜୁମ୍ବା ପରି ଅନେକ ଡ୍ୟାନ୍ସ କରିପାରିବେ ।
ଓଜନ କମ କରିବା ପାଇଁ ଡ୍ୟାଡ଼୍ସ ତ ଏକ ଭଲ ଉପାୟ ହୋଇଥାଏ । ଏହା ସହ ଡ୍ୟାନ୍ସ କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କକୁ ମଧ୍ୟ ଭଲ ରଖିଥାଏ । ତେବେ ହାର୍ଟ ମଧ୍ୟ ସୁସ୍ଥ ରହିଥାଏ । କିଛି ଡ୍ୟାନ୍ସ ଷ୍ଟେପ୍ ସାହାଯ୍ୟରେ ଆପଣ ପେଟର ଫ୍ୟାଟ୍‌ ମଧ୍ୟ କମ କରିପାରିବେ । ତେବେ ଏହିପରି ଭାବେ ଡ୍ୟାନ୍ସ ଏକ ଭଲ ଉପାୟ ହୋଇଥାଏ । ଯାହା ଦ୍ୱାରା ଆମ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago