ଲାଇଫ୍ ଷ୍ଟାଇଲ୍

କେଶ ଝଡ଼ିବା କମୁନାହିଁ କି? ଜାଣନ୍ତୁ ଶରୀରରେ କେଉଁ ଭିଟାମିନ୍‌ ଅଭାବ ଥିଲେ କେଶ ଝଡ଼ିଥାଏ

ଆଜିକାଲି ଅନେକ ଲୋକ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ ରହୁଛନ୍ତି। କିନ୍ତୁ ସେମାନେ ଏହା ଜାଣି ନ ଥାଆନ୍ତି ଯେ କେଶ ଝଡ଼ିବା ପଛରେ କ’ଣ ରହିଛି ପ୍ରକୃତ କାରଣ। କେବଳ ଯେ ବାହ୍ୟ ସମସ୍ୟା ଏଥିପାଇଁ ଦାୟୀ ହୋଇ ନ ଥାଏ, ବେଳେବେଳେ ଶରୀରରେ ଏମିତି କିଛି ଭିଟାମିନ୍‌ର ଅଭାବ ରହିଥାଏ, ଯଦ୍ଦ୍ଵାରା ଲୋକେ କେଶ ଝଡ଼ିବା ସମସ୍ୟାକୁ ସାମ୍ନା କରି ଥାଆନ୍ତି। କେଶ ଝଡ଼ିବା ପଛରେ କିଛି ଭିଟାମିନ୍ସ ଦାୟୀ ହୋଇଥାଏ। ଏହି ଦୃଷ୍ଟିରୁ ଲୋକମାନଙ୍କୁ ଏହି ଭିଟାମିନ୍‌ଗୁଡ଼ିକ ବିଷୟରେ ଜାଣିବା ନିହାତି ଜରୁରୀ। ଆଜି ଆମେ ଆପଣଙ୍କୁ କହିବୁ, କେଶ ଝଡ଼ିବା ପଛରେ କେଉଁ ଭିଟାମିନ୍‌ ଦାୟୀ ହୋଇପାରେ। ଆସନ୍ତୁ ଜାଣିବା ଏ ବିଷୟରେ…

କେଉଁ ଭିଟାମିନ୍‌ ଅଭାବରୁ କେଶ ଝଡ଼ିଥାଏ

-ଯଦି ଆପଣଙ୍କ ଶରୀରରେ ଭିଟାମିନ୍ ଏର ଅଭାବ ଥାଏ, ତା’ ହେଲେ ଏହାର ଏକ ଲକ୍ଷଣ ରୂପେ କେଶ ଝଡ଼ିଥାଏ। ଭିଟାମିନ୍ ଏ ଶରୀରର ସମସ୍ତ କୋଶିକାର ବିକାଶରେ ସହାୟକ ହୋଇଥାଏ। ଏମିତିରେ ଏହା କେଶର ଟିସୁ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ଏହାର ଅଭାବ ହେଲେ କେଶ ଝଡ଼ିବା ସମସ୍ୟା ଦେଖାଦେଇଥାଏ।

-ଯଦି ବ୍ୟକ୍ତିର ଶରୀରରେ ଭିଟାମିନ୍ ବି୭ର ଅଭାବ ରହିଥାଏ, ତା’ ହେଲେ ମଧ୍ୟ କେଶ ଝଡ଼ିଥାଏ। କହି ରଖୁଛୁ କି, ଭିଟାମିନ୍ ବି୭ ଶରୀରରେ ଲାଲ ରକ୍ତ କଣିକା ନିର୍ମାଣ କରେ, ଯେଉଁ କାରଣରୁ କେଶ ମୂଳରେ ରକ୍ତ ପ୍ରବାହ ଭଲ ହୋଇଥାଏ ଏବଂ କେଶର ବିକାଶ ହୋଇଥାଏ।

-ଯେତେବେଳେ ଶରୀରରେ ଭିଟାମିନ୍ ସିର ଅଭାବ ହୁଏ, ସେତେବେଳେ ମଧ୍ୟ କେଶ ବୃଦ୍ଧି ବନ୍ଦ ହୋଇଯାଏ। ଏଥି ସହିତ ଭିଟାମିନ୍ ସି ଯୋଗୁ କେଶ ମଧ୍ୟ ଜଲ୍‌ଦି ପାଚି ଯାଇଥାଏ। କହି ରଖୁଛୁ, ଭିଟାମିନ୍ ସିର ଅଭାବରୁ କୋଲେଜନ୍‌ ନାମକ ପ୍ରୋଟିନ୍ କମିବା ଆରମ୍ଭ କରିଥାଏ, ଯେଉଁ କାରଣରୁ କେଶ ଝଡ଼ିବା ଆରମ୍ଭ ହୋଇ ଯାଇଥାଏ।

-ଯେତେବେଳେ ଶରୀରରେ ଭିଟାମିନ୍ ଡିର ଅଭାବ ହୁଏ, ସେତେବେଳେ ବ୍ୟକ୍ତିର କେଶ ଝଡ଼ିବା ଆରମ୍ଭ ହୁଏ। ଆମ କେଶର ଲୋମ ଛିଦ୍ର ବହୁତ ଛୋଟ ଥାଏ। ଏମିତିରେ ଭିଟାମିନ୍ ଡି ମାଧ୍ୟମରେ ଏହି ଲୋମ ଛିଦ୍ରଗୁଡ଼ିକର ନିର୍ମାଣ ହୋଇଥାଏ ଏବଂ କେଶକୁ ପତଳା ହେବାରୁ ରୋକାଯାଇ ପାରିଥାଏ। ଯେତେବେଳେ ଶରୀରରେ ଭିଟାମିନ୍ ଡିର ଅଭାବ ଥାଏ, ତ ଏହି ଲୋମ ଛିଦ୍ରର ନିର୍ମାଣ ହୋଇପାରି ନ ଥାଏ ଏବଂ କେଶ ପତଳା ହେବାକୁ ଲାଗିଥାଏ। ଆଉ ଏଥିଯୋଗୁ କେଶ ମଧ୍ୟ ଝଡ଼ିଥାଏ।

Roshni

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

3 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

18 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

28 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

37 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

52 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago