ଘରେ ହିଁ ଫଟାଫଟ୍ ପ୍ରସ୍ତୁତ କରନ୍ତୁ ‘ସୋୟା ମଲାଇ ଚପ୍’

ଆପଣ କେବେ ‘ସୋୟା ମଲାଇ ଚପ୍’ ଖାଇଛନ୍ତି କି? ଯଦି ନା ତା’ହେଲେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଏହି ରେସିପି। ଥଣ୍ଡା ପାଗକୁ ଗରମା ଗରମ ସୋୟା ମଲାଇ ଚପ୍ ସ୍ବାଦକୁ ଆହୁରି ଦୁଇଗୁଣ କରିଦେବ। ଏହା ପଞ୍ଜାବୀମାନଙ୍କର ଏକ ପସନ୍ଦର ରେସିପି, ଯାହାକୁ ଷ୍ଟାର୍ଟର ଏବଂ ସ୍ନାକ୍ସ, ଉଭୟ ପ୍ରକାରେ ଖାଇହେବ। ପ୍ରୋଟିନରେ ଭରପୂର ଏହି ଡିସ୍ ସ୍ବାଦିଷ୍ଟ ସାଙ୍ଗକୁ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଭଲ। ଏହାକୁ ରୁଟି, ପରଟା କିମ୍ବା ନାନ୍, ଯାହା ସାଥୀରେ ବି ସର୍ଭ କରିପାରିବେ। ଡିସଟି ଦେଖିବାକୁ ଯେତିକି, ଖାଇବାକୁ ମଧ୍ୟ ସେତିକି ମଜାଦାର। ତେବେ ଆସନ୍ତୁ ଜାଣିବା, ସୋୟା ମଲାଇ ଚପ୍ ଘରେ ପ୍ରସ୍ତୁତ କରିବାର ସହଜ ଉପାୟ।

raceipe chap

ଆବଶ୍ୟକ ସାମଗ୍ରୀ:

ଚପ୍- ୧/୨ କେଜି

କଟା ପିଆଜ- ୩

କଞ୍ଚାଲଙ୍କା- ୨

ଗୁଜୁରାତି- ୨

ଗୋଲମରିଚ- ୫

ତେଜପତ୍ର- ୧

ଅଦା, ରସୁଣ ପେଷ୍ଟ- ୧ ଚାମଚ

ଲୁଣ ସ୍ବାଦ ଅନୁସାରେ

ଦହି- ୧ କପ୍

କସୁରୀ ମେଥି

ଡାଲଚିନି- ୧ ଖଣ୍ଡ

ଧନିଆ ଗୁଣ୍ଡ- ୧/୨ ଚାମଚ

ଗୋଲମରିଚ ଗୁଣ୍ଡ- ୧/୨ ଚାମଚ

ଗରମ ମସଲା- ୧/୨ ଚାମଚ

କ୍ରିମ୍- ୧୫୦ ଏମଏଲ୍

ଆବଶ୍ୟକ ଅନୁସାରେ ତେଲ

ଏହାସହ ପଢ଼ନ୍ତୁ : ଆଜି ଡିନରରେ ପ୍ରସ୍ତୁତ କରନ୍ତୁ ମସରୁମ୍ କୋପ୍ତା

ପ୍ରସ୍ତୁତ ପ୍ରଣାଳୀ:

ପ୍ରଥମେ ଏକ ପ୍ୟାନରେ କୁକିଂ ଅଏଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଚପ୍ ପକାଇ କମ୍ ଆଞ୍ଚରେ ଘୋଡ଼ାଇ ଦିଅନ୍ତୁ। ମଝିରେ ମଝିରେ ଚପକୁ ଏପଟ ସେପଟ କରୁଥାଆନ୍ତୁ। ଏବେ ଅନ୍ୟ ଏକ କଡ଼େଇରେ ଟିକେ ତେଲ ନେଇ ଗରମ କରନ୍ତୁ। ସେଥିରେ ସବୁ ଶୁଖିଲା ମସଲା ଗୁଜୁରାତି, ଗୋଲମରିଚ, ତେଜପତ୍ର ଓ ଡାଲଚିନି ପକାଇ ଭାଜନ୍ତୁ। ଏଥିରେ କଟା ପିଆଜ ପକାଇ ଗୋଲ୍ଡେନ ବ୍ରାଉନ୍ ହେବା ଯାଏ ପୁଣି ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ଧନିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଗରମ ମସଲା, ଅଦା-ରସୁଣ ପେଷ୍ଟ ପକାଇ ଭଲ ଭାବେ ମିକ୍ସ କରନ୍ତୁ। ମସଲା କଷି ହୋଇଗଲେ, ଦହି ପକାଇ ୧ ମିନିଟ୍ ଯାଏ ପୁଣି କଷନ୍ତୁ। ଏବେ କଞ୍ଚାଲଙ୍କା ଓ ଲୁଣ ପକାଇ ଗୋଳାନ୍ତୁ। ବର୍ତ୍ତମାନ ଆପଣଙ୍କ ମସଲା କଷି ହୋଇଗଲା। କଷା ମସଲାରେ ଚପ୍ ପକାନ୍ତୁ ଏବଂ ସେଥିରେ ପାଖାପାଖି ଅଧ କପ୍ ପାଣି ଦେଇ ତାହାକୁ ଅଧିକ ଆଞ୍ଚରେ ସିଝାନ୍ତୁ। ଯେତେବେଳେ ସିଝି ଯିବ, ଗ୍ୟାସ୍ କମ୍ କରି ତାହାକୁ ଘୋଡ଼ାଇ ରଖି ଆଉ ୫ ମିନିଟ୍ ବସାନ୍ତୁ। ଏହାପରେ ଚପ୍କୁ ଟିକେ ଗୋଳାଇ ସେଥିରେ କସୁରୀ ମେଥି, କ୍ରିମ୍ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କର ମଲାଇ ଚପ୍ ଗ୍ରେଭି ପ୍ରସ୍ତୁତ ହୋଇଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.