ବିଭିନ୍ନ ଶାରୀରିକ ରୋଗକୁ ନିମନ୍ତ୍ରଣ ଦେଇଥାଏ ଡିପ୍ରେସନ୍, ଦେଖା ଯାଇଥାଏ ଏହି ସବୁ ସମସ୍ୟା

ଅବସାଦକୁ ପ୍ରାୟ ସମସ୍ତେ ଏକ ମାନସିକ ରୋଗ ବୋଲି ଭାବନ୍ତି। ତେବେ ଉଚିତ୍ ସମୟ ପୂର୍ବରୁ ଯଦି ଏହି ମାନସିକ ଅବସାଦ ଠିକ୍ ନହୁଏ ତେବେ ଏହା ବହୁ ଶାରୀରିକ ରୋଗକୁ ନିମନ୍ତ୍ରଣ ଦେଇପାରେ। ଫଳରେ ଆପଣଙ୍କୁ ବହୁ ସ୍ଵାସ୍ଥ୍ୟଗତ ସମସ୍ୟା ଭୋଗିବାକୁ ପଡିପାରେ। ତେଣୁ ଉଚିତ୍ ସମୟ ପୂର୍ବରୁ ହୋଇଯାଆନ୍ତୁ ସାବଧାନ୍। ତେବେ ଜାଣନ୍ତୁ ଡିପ୍ରେସନ୍‌ର ଲକ୍ଷଣ ।

ନିଦ ନହେବା-
ଡିପ୍ରେସନ୍ କାରଣରୁ ରାତିରେ ନିଦ ହୁଏ ନାହିଁ। ଜଣେ ରାତିରେ ଶୋଇ ସକାଳୁ ଉଠିଲା ବେଳେ ଥକ୍କାପଣ ଲାଗେ। ସତେଜ ଲାଗେ ନାହିଁ। ଅବସାଦ ସମୟରେ ଯେତେ ଚେଷ୍ଟା କଲେ ମଧ୍ୟ କୌଣସି ଗୋଟିଏ ଜିନିଷ ଉପରେ ଧ୍ୟାନ କେନ୍ଦ୍ରୀତ ହୋଇପାରେ ନାହିଁ। ଏହା ଦ୍ଵାରା ବ୍ୟକ୍ତି ଚିଡଚିଡା ହୋଇଯାଏ।

ଭୋକ ନଲାଗିବା-
ଡିପ୍ରେସନ୍ ହେଲେ ବହୁ ଲୋକ ଅଧିକ ଖାଦ୍ୟ ଖାଆନ୍ତି। ସେହିପରି ଆଉ କିଛି ଲୋକଙ୍କୁ ଭୋକ ଲାଗେ ନାହିଁ। ବିନା କୌଣସି କାରଣରେ ବାନ୍ତି ଲାଗେ। ଏହା ସବୁ ଡିପ୍ରେସନର ଲକ୍ଷଣ।

କେଶ ଝଡିବା-
ମହିଳା ହୁଅନ୍ତୁ କିମ୍ବା ପୁରୁଷ ଡିପ୍ରେସନ୍ ହେବା କାରଣରୁ ଉଭୟଙ୍କ କେଶ ଝଡିବା ସମସ୍ୟା ଆରମ୍ଭ ହୋଇଯାଏ। ଯଦି ସବୁ ପ୍ରକାରର ଚିକିତ୍ସା କରବା ସତ୍ତ୍ଵେ କେଶ ଝଡିବା ବନ୍ଦ ହେଉନି ତେବେ ଜାଣିବେ ଡିପ୍ରେସନ୍ ହୋଇଛି।

ହଜମ ଶକ୍ତି କାମ ନକରିବା-
ଡିପ୍ରେସନ୍, ଷ୍ଟ୍ରେସ୍, ଆଁଗଜାଇଟି ଭଳି ରୋଗର ଭୟଙ୍କର ପ୍ରଭାବ ପେଟ ଉପରେ ପଡିଥାଏ। ଏହାଦ୍ଵାରା ଇରିଟେବଲ ବାଉଲ ସିଣ୍ଟ୍ରୋମ ନାମକ ସମସ୍ୟା ଉପୁଜିଥାଏ। ଏଥିପାଇଁ ବିନା କାରଣରେ ପେଟ ଖରାପ ହୋଇଥାଏ। ଏହାଦ୍ଵାରା ଗ୍ୟାସ, ଏସିଡିଟି ଦୂର ହୁଏ ନାହିଁ।

ଥକ୍କା ଲାଗିବା-
ଯେତେ ଯାହା ଖାଇଲେ ମଧ୍ୟ ବେଳେବେଳେ ଥକ୍କାପଣ ଦୂର ହୁଏ ନାହିଁ। ଏହାର କାରଣ ହେଉଛି ଡିପ୍ରେସନ୍। ଡିପ୍ରେସନ୍‌ରେ ଥିବା ଲୋକମାନେ ଅଧିକ ଗହଳି ସ୍ଥାନକୁ ଯିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଚିଡଚିଡା ହୋଇଯାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.