ବଳଦିଯିବ ଭାଗ୍ୟ ! ୧୩ ଏପ୍ରିଲ ପର୍ଯ୍ୟନ୍ତ ଏହି ରାଶିରେ ରହିବ ଦେବଗୁରୁ ବୃହଷ୍ପତିଙ୍କ କୃପା

ଦେବଗୁରୁ ବୃହସ୍ପତି ୧୩ ଏପ୍ରିଲ ପର୍ଯ୍ୟନ୍ତ ଅନେକ ରାଶିର ଜାତକଙ୍କ ପାଇଁ ଶୁଭ ପରିଣାମ ନେଇ ଆସିବ। ଜ୍ୟୋତିଷୀୟ ଗଣନା ଅନୁଯାୟୀ ଦେବଗୁରୁ ବୃହଷ୍ପତି ୨୦ ନଭେମ୍ବର ୨୦୨୧ରୁ ୧୩ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ କୁମ୍ଭ ରାଶିରେ ବିରାଜମାନ ରହିବେ। ମେଷ ରାଶି ସମତେ ଅନେକ ରାଶି ପାଇଁ ଗୁରୁ ଗ୍ରହର କୁମ୍ଭ ରାଶିରେ ସଞ୍ଚାର କରିବା ଲାଭକାରୀ ପ୍ରମାଣିତ ହେବ। ତେବେ ଆସନ୍ତୁ ଜାଣିବା ଏହି ରାଶି ବିଷୟରେ।

ମେଷ

୧୩ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ମେଷ ରାଶି ବ୍ୟକ୍ତିଙ୍କ ୧୧ତମ ସ୍ଥାନରେ ଦେବଗୁରୁ ବୃହଷ୍ପତି ସଞ୍ଚାର କରିବେ। ୧୧ତମ ସ୍ଥାନରେ ରୋଜଗାର ରହିଛି। ଏମିତିରେ ଆପଣଙ୍କ ପାଇଁ ଏହି ସମୟ ଶୁଭ ପ୍ରମାଣିତ ହେବ। ଅଟକି ଯାଇଥିବା କାମ ପୂରା ହେବ। ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ ପଦୋନ୍ନତି ମିଳିପାରେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିପାରେ। ମାନ-ସମ୍ମାନରେ ବୃଦ୍ଧି ହେବ। ଭବିଷ୍ୟତରେ ଧନ ଲାଭର ଯୋଗ ରହିବ।

ମିଥୁନ

ଆପଣଙ୍କ ରାଶିରେ ଗୁରୁର ଗୋଚର ନବମ ସ୍ଥାନରେ ରହିଛି। ନବମ ସ୍ଥାନରେ ଭାଗ୍ୟର ସ୍ଥାନ ରହିଛି। ଏହି ସମୟରେ ଆପଣଙ୍କୁ ଭାଗ୍ୟର ବହୁତ ସାଥ୍‌ ମିଳିବ। ଇଚ୍ଛା ମୁତାବକ ପରିଣାମ ମିଳିବ। କାର୍ଯ୍ୟରେ ସଫଳତା ହାସଲ ହେବ। ଛାତ୍ରଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଉତ୍ତମ ହେବ। ଧାର୍ମିକ କାର୍ଯ୍ୟ ପ୍ରତି ରୂଚି ବଢ଼ିବ।

bruhaspatiକର୍କଟ

ଏପ୍ରିଲ ୨୦୨୨ ପର୍ଯ୍ୟନ୍ତର ସମୟ କର୍କଟ ରାଶିଙ୍କ ପାଇଁ ବରଦାନ ସମାନ ହେବ। ଏହି ସମୟରେ ଆର୍ଥିକ ଲାଭ ହେବ। ଚାକିରିରେ ଉନ୍ନତି ହେବା ସହିତ ସ୍ଥାନ ପରିବର୍ତ୍ତନ ଯୋଗ ବନିବ। ଧନ ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିବ। ଭାଗ୍ୟର ପୂରା ସାଥ୍‌ ଆପଣଙ୍କୁ ମିଳିବ।

ତୁଳା

ତୁଳା ରାଶିରେ ଗୁରୁ ଗ୍ରହର ଗୋଚର ପଞ୍ଚମ ଅର୍ଥାତ ବୁଦ୍ଧି ଭାଗରେ ରହିଛି। ଏହି ସମୟରେ ଆପଣ ନିଜ ବୁଦ୍ଧି ବଳରେ ଅନେକ ଜାଗାରେ ଶୁଭ ଫଳ ପ୍ରାପ୍ତ କରିବେ। ଲମ୍ବା ସମୟରେ ଚାଲି ଆସୁଥିବା ବାଧା ଦୂର ହେବ। ସରକାରୀ ବିଭାଗରେ ଅଟକି ଥିବା କାମ ପୂରା ହେବ। ହଳଦିଆ ବସ୍ତୁର ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିବ।

Leave A Reply

Your email address will not be published.