ଏହି ରୋଗ ଥିଲେ ରାତିରେ ପିଅନ୍ତୁନି କ୍ଷୀର, ଅନେକ ସମସ୍ୟାର ସମ୍ମୁଖୀନ କରିପାରନ୍ତି

ଖାସକରି ଭାରତରେ ଅନେକ ଲୋକ କ୍ଷୀର ପିଇବାକୁ ପସନ୍ଦ କରନ୍ତି। ଏମିତିକି ଏହାକୁ ଅନେକ ଖାଦ୍ୟ ତିଆରି କରିବାରେ ବ୍ୟବହାର କରାଯାଏ। କ୍ଷୀରରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କିନ୍ତୁ ଏହାକୁ ପିଇବାରେ ମଧ୍ୟ ସତର୍କତା ଅବଲମ୍ବନ କରିବା ଦରକାର। ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି, ସେମାନଙ୍କ ପାଇଁ କ୍ଷୀର ପିଇବାର ସମୟ ମଧ୍ୟ ଜାଣିବା ଦରକାର। କିନ୍ତୁ ଯଦି ଆମେ ସ୍ୱାସ୍ଥ୍ୟ ବିଷୟରେ କହିବା ତେବେ ଡାକ୍ତରୀ ବିଜ୍ଞାନରେ କୁହାଯାଏ ଯେ କ୍ଷୀର ପିଇବାର ଉପଯୁକ୍ତ ସମୟ ରାତିକୁ କୁହାଯାଏ। ଏହାର କାରଣ ହେଉଛି କ୍ଷୀରରେ ପିଇବା ପେଟ ଫୁଲ ଲାଗେ ଓ ଜଣେ ଭଲ ଭାବେ ଶୋଇପାରେ।

diabetes
Picture Credit – News mediacl

କିଛି ଲୋକ ସକାଳେ ମଧ୍ୟ କ୍ଷୀର ପିଇବାକୁ ପସନ୍ଦ କରନ୍ତି। ବିଜ୍ଞାନ ଅନୁଯାୟୀ, ଯେତେବେଳେ ଜଣେ କ୍ଷୀର ପିଏ ତାହା ଶରୀର ପାଇଁ ଭଲ ହୋଇଥାଏ କିନ୍ତୁ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ କ୍ଷୀର ପିଇବା ଉଚିତ ନୁହେଁ କାରଣ ଏହା ହଜମ କରାଇନଥାଏ। କ୍ଷୀରରେ କ୍ୟାଲସିୟମ୍, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, ପ୍ରୋଟିନ୍, ଭିଟାମିନ୍ ପରି ଅନେକ ପୁଷ୍ଟିକର ତତ୍ତ୍ବ ଭରି ରହିଛି।

ହେଲେ ଯେଉଁମାନଙ୍କର ଲାକ୍ଟୋଜ୍ ଇଣ୍ଟୋଲେରାନ୍ସ ସହିତ ଡ଼ାଇବେଟିସ ଅଛି ସେମାନେ କ୍ଷୀର ପିଇବା ଉଚିତ ନୁହେଁ। କାରଣ ତାଙ୍କୁ ହଜମ କରିବାରେ କଷ୍ଟ ହୋଇଥାଏ। ଏହା ଛଡା ହୃଦ୍ ରୋଗ ମଧ୍ୟ ହେଇଥାଏ। ତେଣୁ ଯାହାର ଏହି ରୋଗ ଅଛି ସେମାନେ ରାତିରେ କ୍ଷୀର ପିଇବା ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ୍ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କ୍ଷୀର ପିଇବାର ଭଲ ସମୟ ହେଉଛି ରାତି ସମୟ ଓ ଯଦି ଆପଣ ଓଜନ ହ୍ରାସ କରିବାକୁ କିମ୍ବା ମାଂସପେଶୀକୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି, ତେବେ ବ୍ୟାୟାମ ପରେ କ୍ଷୀର ପିଇବା ସର୍ବୋତ୍ତମ ସମୟ ଅଟେ । ଏହାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରୀ ପରାମର୍ଶ ନିଅନ୍ତୁ।