ମଧୁମେହ ଅଛି ଅଥଚ ପାର୍ଟିକୁ ଯାଉଛନ୍ତି ? ତେବେ ଫଲୋ କରନ୍ତୁ ଏହି ସ୍ମାର୍ଟ ଟିପ୍ସ, ବଢିବନି ସୁଗାର ସ୍ତର

ମଧୁମେହ ହେବା ପରେ ଆପଣଙ୍କୁ ନିଜର ମନ ପସନ୍ଦର ଖାଦ୍ୟ ଛାଡିବାକୁ ପଡିଥାଏ । କାରଣ ବ୍ଲଡ୍ ସୁଗାର ବଢିବାର ବିପଦ । ତେଣୁ ମିଠା ଜିନିଷ ବ୍ୟତୀତ ଛଣା ହୋଇଥିବା ଖାଦ୍ୟ, ଜଙ୍କ ଫୁଡ୍, ରେଷ୍ଟୁରାଣ୍ଟ ବା ପାର୍ଟିମାନଙ୍କରେ ମିଳୁଥିବା ଖାଦ୍ୟ ନଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ଡାକ୍ତର । କିନ୍ତୁ ଏକଥା ଆପଣ ମାନେ ମଧ୍ୟ ଜାଣନ୍ତି ଯେ ନଚାହିଁ ବି ଅନେକ ସମୟରେ ପାର୍ଟିକୁ ଯିବାକୁ ପଡେ ଏବଂ ସ୍ବାଦିଷ୍ଟର ଲାଂଚ ଦେଉଥିବା ଖାଦ୍ୟକୁ ଅଳ୍ପ ହେଉ ବରଂ ଖାଇବାକୁ ପଡେ । ତେବେ ଏଭଳି ପରିସ୍ଥିତିରେ ଆପଣଙ୍କୁ ଟିକେ ସ୍ମାର୍ଟ ଭାବରେ କାମ କରିବାକୁ ପଡିବ । ଆଜି ଆମେ ଆପଣଙ୍କୁ କିଛି ଟିପ୍ସ କହିବୁ ଯାହାକୁ ଫଲୋ କରି ପାର୍ଟିରେ ଦିଆଯାଉଥିବା ସ୍ବାଦିଷ୍ଟ ଖାଦ୍ୟକୁ ଉପଭୋଗ କରିପାରିବେ ତାହା ବି ହେଲଦି ଉପାୟରେ ।

– ପାର୍ଟିର ଶାନ୍ କୁହାଯାଉଥିବା ପିଜା ଏମିତି ଏକ ଖାଦ୍ୟ ଯାହାକୁ ଖାଇବାର ବାହାନା ପ୍ରାୟ ଆମ ଜୀବନକୁ ଆସିଯାଏ । ପିଲା ହୁଅନ୍ତୁ ବଡ଼ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ତେବେ ବ୍ରେଡ୍ ଏବଂ ସସ୍ କାରଣରୁ ବ୍ଲଡ୍ ସୁଗାର ବଢିଥାଏ । ତେଣୁ ଯଦି କୌଣସି ପାର୍ଟିରେ ପିଜା ଖାଇବାକୁ ପଡେ ତେବେ ହୋଲ୍ ଗ୍ରେନ୍ କିମ୍ବା ମଲ୍ଟି ଗ୍ରେନ୍ ବେସ୍ ବାଲା ପିଜା ଖାଆନ୍ତୁ ।

food.– ମଧୁମେହ ରୋଗୀ ସାଧାରଣ ସାଣ୍ଡୱିଚ୍ ପରିବର୍ତ୍ତେ ଗ୍ରିଲ୍ଡ ଚିକେନ୍ କିମ୍ବା ବଏଲ୍ଡ ଚିକେନ୍ ସାଣ୍ଡୱିଚ୍ ଖାଇପାରିବେ । ତେବେ ଧ୍ୟାନରେ ରଖନ୍ତୁ ଆପଣଙ୍କ ସାଣ୍ଡୱିଚରେ ହେଲଦି ପରିବା ରହିଥିବ । ଏହା ସହ ଟମାଟୋ କେଚ ଅପ୍ ଭଳି ଜିନିଷର ବ୍ୟବହାର ଖୁବ୍ କମ୍ କରିବେ ।

– ସର୍ବଦା ସିଙ୍ଗଲ୍ ପେଟି ବାଲା ବର୍ଗର ଖାଆନ୍ତୁ ଯାହା ରେଡ୍ ମିଟରେ ପ୍ରସ୍ତୁତ ହୋଇଥିବ । ସେହିପରି ଚିକେନ୍ କିମ୍ବା ପରିବା ବାଲା ବର୍ଗର ଖାଆନ୍ତୁ ।

– ମିଠା ଖାଇବାର ଇଛା ହେଉଛି ତ ପେଷ୍ଟ୍ରି ସ୍ଥାନରେ ମଫିନ୍ ଖାଆନ୍ତୁ । ଧ୍ୟାନ ରଖନ୍ତୁ ଯେଉଁ ମିଠା ଜିନିଷ ଖାଇବାକୁ ଉଠାଉଛନ୍ତି ତାହା କମ୍ ଫ୍ୟାଟ୍ କିମ୍ବା କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ହୋଇଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.