ମଧୁମେହ ରୋଗୀ ଜମା ବି ଖାଆନ୍ତୁ ନାହିଁ ଏହି ଅଟାର ରୁଟି, ନଚେତ କମିବା ବଦଳରେ ବଢ଼ିଯିବ ଡାଇବେଟିସ୍‌

ଡାଇବେଟିସ୍‌ ରୋଗୀଙ୍କୁ ନିଜର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । କାହିଁକିନା ଟିକିଏ ଅସାବଧାନତା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ସେମାନଙ୍କ ସୁଗାର ଲେଭଲ ନିୟନ୍ତ୍ରଣରୁ ବାହାରିଯାଇଥାଏ । ଏଥିପାଇଁ ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ, ମଧୁମେହ ରୋଗୀ ସେମାନଙ୍କ ଖାଦ୍ୟରେ ସେହିସବୁ ଖାଦ୍ୟ ସାମିଲ କରିବା ଉଚିତ୍, ଯାହାଦ୍ୱାରା ରକ୍ତ ଶର୍କରା ସ୍ତର ବା ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିବ ।

ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତରେ ପ୍ରାୟ ୭ କୋଟି ଲୋକ ମଧୁମେହ ବା ଡାଇବେଟିସ ରୋଗରେ ପୀଡିତ । ଏମିତିରେ ମଧୁମେହ ରୋଗୀଙ୍କୁ ଏପରି ଖାଦ୍ୟଠାରୁ ଦୂରେଇ ରହିବାକୁ ପଡିବ, ଯାହାର ଗ୍ଲାସେମିକ୍ ଇଣ୍ଡେଭାଲ୍ବୁ ଅଧିକ ଅଛି । ଏମିତିରେ ଗହମ ଅଟାରେ କାର୍ବସ୍ ଥାଏ । ଯାହା ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହାଦ୍ବାରା ରକ୍ତ ଶର୍କରା ସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ତେଣୁ ଯେତେ ସମ୍ଭବ ଏହି ଅଟାର ରୁଟି କମ୍ ଖାଆନ୍ତୁ ।

diabetsଏହା ବ୍ୟତୀତ ଉଚ୍ଚ ରକ୍ତ ଶର୍କରା ସ୍ତର ସମସ୍ୟାରେ ପୀଡିତ ଲୋକଙ୍କୁ ପ୍ରତିଦିନ ବାସି ରୁଟି ଏବଂ ଥଣ୍ଡା କ୍ଷୀର ଖାଇବା ଉଚିତ ନୁହେଁ । ଯଦି ଆପଣ ଚାହାଁନ୍ତି ତେବେ ବାସି ରୁଟିକୁ ଥଣ୍ଡା କ୍ଷୀରରେ ୧୦-୧୫ ମିନିଟ୍ ଭିଜାଇଦିଅନ୍ତୁ । ଏହାକୁ ଦିନରେ ଆପଣ ଖାଇ ପାରିବେ । ଏହାଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ।

ମଧୁମେହ ରୋଗୀ ଚଣା ଅଟାରେ ପ୍ରସ୍ତୁତ ରୁଟି ଖାଇପାରିବେ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଚଣା ଅଟାରେ ଦ୍ରବୀଭୂତ ଫାଇବର ରହିଥାଏ, ଯାହା ଶରୀରରେ ବଢୁଥିବା ଖରାପ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ରକ୍ତରେ ଗ୍ଲୁକୋଜର ଅବଶୋଷଣ ପ୍ରକ୍ରିୟାକୁ ମଧ୍ୟ ଧୀମା କରିଥାଏ । ଯାହା ଫଳରେ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ ।

ନୋଟ୍‌ : ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ଆଧାରିତ। ଏହାକୁ ଆପଣେଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.