ମଧୁମେହ ରୋଗୀଙ୍କ ପାଇଁ ବିଷ ଠାରୁ ମଧ୍ୟ ଅଧିକ ବିଷଧର ଏହି ଜିନିଷ

diabetes-conditionମଧୁମେହ ଲୋକଙ୍କ ପାଇଁ ଏକ ବିରାଟ ଚିନ୍ତାର ବିଷୟ ସାଜିଛି। ଯେଉଁ ଲୋକ ଏହି ରୋଗ ପାଇଁ ଚିନ୍ତିତ ସେମାନଙ୍କୁ ନିଜର ଡାଏଟର ସ୍ବତନ୍ତ୍ର ଧ୍ୟାନ ରଖିବାକୁ ପଡିବ। ମଧୁମେହରେ ପିଡିତ ଥିବା ଲୋକ ବହୁତ ଜିନିଷ ସେବନ କରିଥାନ୍ତି ଯାହା ସେମାନଙ୍କ ପାଇଁ ଅହିତକର,କିନ୍ତୁ ଏହାକୁ ସେବନ କରିବା ଆଦୌ ଉଚିତ ନୁହେଁ। ଆମେ ଆପଣଙ୍କୁ ଜଣାଇବୁ ମଧୁମେହ ରୋଗୀଙ୍କୁ କେଉଁ ସବୁ ଖାଦ୍ୟରୁ ନିବୃତ୍ତ ରହିବା ଆବଶ୍ୟକ। ତାହେଲେ ଆସନ୍ତୁ ଜାଣିବା କଣ ସେହି ଜିନିଷ।

ମଧୁମେହ ରୋଗୀଙ୍କୁ ମାଟି ତଳେ ଫଳୁଥିବା ଜିନିଷକୁ ଖାଇବା ଉଚିତ ନୁହେଁ। ସେମାନଙ୍କୁ କନ୍ଦମୂଳ,ବିଟ ଏବଂ ଆଳୁ ଠାରୁ ଦୂରେଇ ରହିବା ଆବଶ୍ୟକ। ଯଦି ଆପଣ ଚାହୁଁଛନ୍ତି ଏହିସବୁକୁ ଖାଇବା ପାଇଁ ତେବେ ବହୁତ କମ ମାତ୍ରାରେ ଏହାର ସେବନ କରନ୍ତୁ।
dry friuitsଆମେ ସମସ୍ତେ ଜାଣିଛନ୍ତି ଯେ ଡ୍ରାଏ ଫ୍ରୁଟ୍ସର ସେବନ ଆମ ପାଇଁ ଭଲ ହୋଇଥାଏ। କିନ୍ତୁ ମଧୁମେହ ରୋଗୀଙ୍କୁ ଏହାଠାରୁ ଦୂରେଇ ରହିବା ଜରୁରୀ। ଯଦି କେବେ ଆପଣଙ୍କ ପସନ୍ଦର ଡ୍ରାଏଫ୍ରୁଟ୍ସ ଖାଇବାକୁ ଇଚ୍ଛା ହୁଏ ତେବେ ଏକ ପାତ୍ରରେ କିଛି ଡ୍ରାଏଫ୍ରୁଟ୍ସକୁ ପାଣିରେ ଭିଜାଇ ରାତିସାରା ରଖି ଦିଅନ୍ତୁ। ସକାଳୁ ଆପଣ ଏହାକୁ ଖାଇ ପାରିବେ।
Junk foodସେମିତି ଦେଖିବାକୁ ଗଲେ ଜଙ୍କ ଫୁଡ କାହା ପାଇଁ ଉତ୍ତମ ନୁହେଁ। କିନ୍ତୁ ଖାସକରି ମଧୁମେହ ରୋଗୀଙ୍କୁ ଜଙ୍କ ଫୁଡ ଠାରୁ ଦୁରେଇ ରହିବା ଆବଶ୍ୟକ। ଏହାକୁ ଖାଇବା ଦ୍ବାରା ମଧୁମେହର ଭୟ ଆହୁରି ଅଧିକ ବଢ଼ି ଯାଇଥାଏ।
ଯଦି ଆପଣ ମଧୁମେହକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତେବେ ଚର୍ବୀଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ। ମଧୁମେହ ରୋଗୀଙ୍କୁ ଆମ୍ବ,କଦଳୀ,ଲୀଚୁ ଆଦି ଫଳ ଠାରୁ ଦୁରେଇ ରହିବା ଆବଶ୍ୟକ। କାରଣ ଏଥିରେ ସୁଗାର ବହୁତ ଅଧିକ ମାତ୍ରାରେ ଥାଏ। ଏହାକୁ ଖାଇବା ଦ୍ବାରା ମଧୁମେହ ବଢ଼ିବାର ସମ୍ଭାବନା ରହିଥାଏ।

Leave A Reply

Your email address will not be published.