ଡାଇବେଟିସ୍‌ ରୋଗୀ ଅଁଳା ଖାଇ କଣ୍ଟ୍ରୋଲ କରି ପାରିବେ ବ୍ଲଡ୍‌ ସୁଗାର ଲେବଲ! ଜାଣନ୍ତୁ ଫାଇଦା…

ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ କିଛି ନା କିଛି ରୋଗ ବସା ବାନ୍ଧି ରହିଛି। ଏମିତିରେ ବହୁତ କମ୍‌ ଲୋକ ଥିବେ, ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଜୀବନ ଜିଉଁଥିବେ। ବର୍ତ୍ତମାନ ସମୟରେ ଡାଇବେଟିସ୍‌କୁ ଏକ ଗମ୍ଭୀର ରୋଗ ବୋଲି କୁହାଯାଉଛି। ଆମ ଖାଦ୍ୟପେୟ ଏବଂ ପରିବର୍ତ୍ତିତ ଜୀବନଶୈଳୀ ହିଁ ଡାଇବେଟିସ୍‌ ହେବାର ମୁଖ୍ୟ କାରଣ ପାଲଟୁଛି।

ଡାଇବେଟିସ୍‌କୁ ମେଟାବଲିକ୍‌ ଡିସ୍‌ଅର୍ଡର ନାମରେ ମଧ୍ୟ ଜଣାଯାଇଥାଏ। ଏହି ରୋଗରେ ଆପଣଙ୍କୁ ନିଜ ଖାଦ୍ୟ ପେୟର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ସବୁବେଳେ ଏମିତି ଜିନିଷ ସେବନ କରିବା ଉଚିତ, ଯେଉଁଥିରୁ ବ୍ଲଡ୍‌ ସୁଗାର ଲେବଲ କଣ୍ଟ୍ରୋଲରେ ରହି ପାରିବ।

ଲୋକେ ସବୁବେଳେ ନିଜ ରୋଗର ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇ ଥାଆନ୍ତି। କିନ୍ତୁ ଏମିତି କିଛି ଜିନିଷ ରହିଛି, ଯାହାର ସେବନ ଦ୍ୱାରା ଆପଣ ଘରେ ବସି ନିଜ ଡାଇବେଟିସ୍‌କୁ କମ୍‌ କରି ପାରିବେ। ହାଇ ବ୍ଲଡ୍‌ ସୁଗାର ଲେବଲକୁ କମ୍‌ କରିବା ପାଇଁ ଆପଣ ଅଁଳା ସେବନ କରି ପାରିବେ।

ଅଁଳାରେ ଭିଟାମିନ୍‌ ସି ଅଧିକ ମାତ୍ରାରେ ରହିଛି। ଏହାକୁ ଆୟୁର୍ବେଦରେ ବହୁତ ଲାଭକାରୀ ବୋଲି କୁହାଯାଇଛି। ଅଁଳାରୁ ମିଳୁଥିବା କ୍ରୋମିୟନ ନାମକ ତତ୍ତ୍ୱ ଡାଇବେଟିସ୍‌ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିଥାଏ। ପ୍ରତିଦିନ ଗୋଟିଏ କଞ୍ଚା ଅଁଳା ଖାଇବା ଦ୍ୱାରା ଡାଇବେଟିସ୍‌ ରୋଗୀଙ୍କୁ ଖୁବ୍‌ ଲାଭ ମିଳିଥାଏ।

ଜାଣନ୍ତୁ ଅଁଳାର ଫାଇଦା

-ଅଁଳା ସେବନ ଦ୍ୱାରା ଇମ୍ୟୁନ୍‌ ସିଷ୍ଟମ୍‌ ମଜଭୁତ ହୋଇଥାଏ।

-ଅଁଳା ଖାଇଲେ ପାଚନ ତନ୍ତ୍ର ସୁସ୍ଥ ରହିଥାଏ।

-ଅଁଳାର ସେବନ ତ୍ୱଚା ଏବଂ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ।

-ଷ୍ଟୋନ୍‌ ସମସ୍ୟାରେ ବି ଅଁଳା ବହୁତ ଲାଭକାରୀ ହୋଇଥାଏ।

-ଏତିକି ନୁହେଁ, ଅଁଳା କୋଲେଷ୍ଟ୍ରୋଲକୁ କମ୍‌ କରିଥାଏ ଏବଂ ଏହାକୁ ଲଗାତାର ଭାବେ ସେବନ କରିବା ଦ୍ୱାରା ହୃଦରୋଗ ସମସ୍ୟା ଦୂର ହୋଇଥାଏ।

-ଅଁଳା ଜାମ୍‌ ନିୟମିତ ରୂପେ ଖାଇଲେ ନାକରୁ ବ୍ଲିଡିଂ ହେବା ବନ୍ଦ ହୋଇ ଯାଇଥାଏ। ୩ ଚାମଚ ଅଁଳା ରସରେ ମିଶ୍ରି ମିଶାଇ ମଧ୍ୟ ଆପଣ ପିଇ ପାରିବେ। ଏହାଛଡ଼ା ଶୁଖିଳା ଅଁଳାକୁ ପାଣିରେ ଭିଜାଇ, ସେଥିରେ ମୁଣ୍ଡ ଧୋଇଲେ ନାକରୁ ବ୍ଲିଡିଂ ହେବା ବନ୍ଦ ହୋଇ ଯାଇଥାଏ।

-ଦୁଇ ଚାମଚ ଅଁଳା ଚୂର୍ଣ୍ଣ, ୧ ଚାମଚ ଦେଶୀ ଘିଅ ଏବଂ ୧ ଚାମଚ ମିଶ୍ରି ମିଶାଇ ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା କିଛି ଦିନ ଭିତରେ ମୁଣ୍ଡବିନ୍ଧା ଚାଲି ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.