ଡାଇବେଟିସ୍‌ ରୋଗୀ ସକାଳେ ଖାଆନ୍ତୁ ଏହି ଗୋଟିଏ ଜିନିଷ, କମ ହେବ ବ୍ଲଡ ସୁଗାର ଲେବଲ୍‌

ଖରାପ ଦିନଚର୍ଯ୍ୟା, ଭୁଲ ଖାଦ୍ୟ ପାନୀୟ, ମାନସିକ ଦୁଶ୍ଚିନ୍ତା ଓ ଅତ୍ୟଧିକ ଆରାମ୍‌ ଯୋଗୁ ଡାଇବେଟିସ ଏକ ସାଧାରଣ ରୋଗ ହୋଇଯାଇଛି । ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶ୍ୱ ମଧୁମେହ ସଂଘ ଅନୁଯାୟୀ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦୁନିଆରେ ସବୁଠୁ ଅଧିକ ।

ଏଥିପାଇଁ ଭାରତକୁ ଡାଇବେଟିସ ରାଜଧାନୀ ବୋଲି କୁହାଯାଏ । ଜୀବନ ଶୈଳୀରେ ପରିବର୍ତ୍ତନ ଏହାର ମୁଖ୍ୟ କାରଣ । ତେଣୁ ଏହାକୁ କଣ୍ଟ୍ରୋଲ କରିବାରେ ସବୁଠୁ ବଡ ଭୂମିକା ପାନ ପତ୍ର ନେଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଆସନ୍ତୁ ଜାଣିବା କେମିତି ଖାଇବେ ପାନ ପତ୍ର ।

କେମିତି ହୋଇଥାଏ ସୁଗାର ଲେବଲ କମ୍‌

ଗବେଷକଙ୍କ ମତରେ ପାନ ପତ୍ରରେ ଫିନାଇଲ, ଏଲ୍‌କେଲାଇଡ୍‌,ଟେନିନ ଓ ପ୍ରୋପିନ ରହିଥାଏ । ଏହି ସବୁ ଆବଶ୍ୟକୀୟ ତତ୍ତ୍ୱ ଶରୀରରେ ଇନସୁଲିନ ବୃଦ୍ଧି କରିବା ଯୋଗୁ ଶୁଗାର କଣ୍ଟ୍ରୋଲ ହୋଇଥାଏ ।

କେମିତି କରିବେ ସେବନ :

ସାଧାରଣ ଭାବେ ପାନପତ୍ରକୁ ସେବନ କରିବା କଥା ନୁହେଁ । ଅର୍ଥାତ ଏଥିରେ ଚୁନ, କଥା ଆଦି ଲଗାଇ ଖାଇବା କଥା ନୁହେଁ । ବରଂ ପ୍ରତିଦିନ ସକାଳେ ଖାଲି ପେଟରେ ପାନ ଚୋବାଇ ଖାଆନ୍ତୁ । ଆପଣ ଚାହିଁଲେ ପାନ ପତ୍ରକୁ ଶୁଖାଇ ଗୁଣ୍ଡ କରି ଖାଇ ପାରିବେ । ସକାଳେ ଖାଲି ପେଟରେ ୧ ଗ୍ଲାସ ପାଣିରେ ଅଧା ଚାମଚ ପାନପତ୍ର ଗୁଣ୍ଡ ପକାଇ ପିଅନ୍ତୁ । ଏହାଦ୍ୱାରା ଶୁଗାର କଣ୍ଟ୍ରୋଲ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.