ଏହି ପତ୍ରର ଜୁସ୍‌ ପିଇଲେ ଡାଇବେଟିଜ୍‌ ରହିବ କଣ୍ଟ୍ରୋଲ, ଶରୀରରୁ ଆହୁରି ଅନେକ ଗମ୍ଭୀର ରୋଗକୁ ବି କରିବ ଦୂର

ମଧୁମେହ ରୋଗୀ ନିଜ ସ୍ୱାସ୍ଥ୍ୟର ଯତ୍ନ ରଖିବା ବହୁତ କଷ୍ଟସାଧ୍ୟ ହୋଇଥାଏ । ଏମିତିରେ ହେଲଦି ଲାଇଫଷ୍ଟାଇଲ ଏବଂ ନ୍ୟୁଟ୍ରିସନାଲ୍‌ ଡାଏଟ ଫଲୋ କରିବାର ଆବଶ୍ୟକ ପଡିଥାଏ । ଏମିତିରେ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଲୋଭେରା ଜୁସ୍‌ ପିଇବାର ପରାମର୍ଶ ଦିଅନ୍ତି । ଏହାର ଗଛ ସାଧାରଣତଃ ଘରେ ବାଡି ବଗିଚାରେ କୁଣ୍ଡରେ ଲଗାଯାଇଥାଏ । ନିଜ ସ୍କିନ୍‌ ଏବଂ କେଶର ସୁନ୍ଦରତା ବଢ଼ାଇବା ପାଇଁ ଆଲୋଭେରା ବା ଘିକୁଆଁରୀର ବ୍ୟବହାର ନିଶ୍ଚୟ କରିଥିବେ । କିନ୍ତୁ ସମସ୍ତେ ଏହାର କୌଣସି ରସ ବାହାର କରି ପିଅନ୍ତିନାହିଁ ।

ସର୍ବପ୍ରଥମେ ଅଲୋଭେରା ପତ୍ରକୁ ଛେଲି ତାର ଜେଲ ବାହାର କରିଦିଅନ୍ତୁ । ଏବେ ଏହାକୁ ଭଲଭାବେ ବ୍ଲେଣ୍ଡ୍‌ କରିନିଅନ୍ତୁ । ଏବେ ଏଥିରେ କଳା ଲୁଣ, ଲେମ୍ବୁ ଏବଂ ଗୋଲ ମରୀଚ ମିଶାଇ ଏକ ବହୁତ ବଢ଼ିଆ ଜୁସ୍‌ ପ୍ରସ୍ତୁତ କରନ୍ତୁ ଏବଂ ପିଅନ୍ତୁ । ଆସନ୍ତୁ ଜାଣିବା ଏହାକୁ ନିୟମିତ ଭାବେ ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ କଣ ଫାଇଦା ମିଳିଥାଏ ।

ଆଲୋଭେରା ଜୁସକୁ ଡାଇବେଟିଜ୍‌ ଏବଂ ପ୍ରି ଡାଇବେଟିଜ୍‌ ରୋଗୀ ପିଇପାରିବେ । ଅନେକ ରିସର୍ଚ୍ଚରେ ଏହା ପ୍ରମାଣିତ ହୋଇସାରିଛି ଯେ ଏହି ଡ୍ରିଙ୍କକୁ ପିଇବା ଦ୍ୱାରା ଆପଣଙ୍କ ବ୍ଳଡ ସୁଗାର ଲେବଲ କମ ରହିବା ସହ ନିୟନ୍ତ୍ରଣରେ ରହିଥାଏ । ଯଦିଓ ଏହାର ସେବନ ଡାକ୍ତରଙ୍କ ପରାମର୍ଶରେ ହିଁ କରନ୍ତୁ ।

ଡାଇବେଟିଜ୍‌ ରୋଗୀଙ୍କ ଠାରେ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଭୟ ରହିଥାଏ । ଏଥିପାଇଁ ଏମାନଙ୍କୁ ଆଲୋଭେରା ଜୁସର ସେବନ ନିଶ୍ଚୟ କରିବା ଉଚିତ । ଏଥିରେ ଆଣ୍ଟି-ଇନଫ୍ଲାମେଣ୍ଟରୀ ଗୁଣ ଏବଂ ଆଣ୍ଟି ଆକ୍ସିଡେଣ୍ଟସ ମିଳିଥାଏ, ଯାହା ହାର୍ଟ ଆଟାକ ଭଳି ଗମ୍ଭୀର ରୋଗ ଠାରୁ ରକ୍ଷା କରିଥାଏ ।

ଡାଇବେଟିଜ୍‌ ରୋଗୀଙ୍କୁ ନିଜର ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ଡାଇଜେସନକୁ ଠିକ ରଖିବା ଜରୁରୀ । ଯଦି ଆଲୋଭେରା ଜୁସ୍‌ ଆପଣ ରେଗୁଲାର ପିଅନ୍ତି ତାହେଲେ କବ୍ଜ, ଏସିଡିଟୀ ଏବଂ ଅପଚ ଭଳି ସମସ୍ୟା ଠାରୁ ଆପଣ ଦୂରେଇ ରହିବେ ।

ଶରୀରରେ ମହଜୁଦ୍‌ ଟକ୍ସିସ୍‌ ଅନେକ ରୋଗର କାରଣ ସାଜିପାରେ । ଏଥିପାଇଁ ବିଷାକ୍ତ ପଦାର୍ଥକୁ ବାହାର କରିବା ଜରୁରୀ ଅଟେ। ଏଥିରେ ଶରୀରର ଭିତରେ ଅଙ୍ଗ ଗୁଡିକ ପରିଷ୍କାର ହୋଇଥାଏ । ତେଣୁ ଆପଣଙ୍କୁ ପ୍ରତିଦିନ ଏକ ଗ୍ଲାସ ଆଲେଭେରା ଜୁସ ପିଇବା ଉଚିତ।

ନୋଟ : ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ଉପରେ ଆଧାରିତ। ଏହାକୁ ଯଦି ଆପଣ ଆପଣାଇବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ଆପଣ ଥରେ ଡାକ୍ତରଙ୍କ ସହ ନିଶ୍ଚୟ ପରାମର୍ଶ ନେଇଯାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.