ଡାଇବେଟିକ୍‌ ରେଟିନୋପାଥି କ’ଣ ? ଜାଣନ୍ତୁ କିପରି କରିବେ ଚିକିତ୍ସା

ଡାଇବେଟିସ୍ ହେଉଛି ଏକ ଏପରି ରୋଗ ଯାହା ଦେଶର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ । ଏହି ରୋଗକୁ କେବଳ ଭଲ ଲାଇଫ୍‌ ଷ୍ଟାଇଲ ଏବଂ ହେଲଦି ଖାଦ୍ୟ ସାହାଯ୍ୟରେ ନିୟନ୍ତ୍ରଣ କରାଯାଇପାରିବ । ଯଦି ବ୍ଲଡ ସୁଗର ଲେବଲ ଅଧିକ ବଢିଥାଏ, ତେବେ ଶରୀର ଅନେକ ରୋଗର ଘର ହୋଇଯାଏ । ଡାଇବେଟିସ୍ ହେବା ଦ୍ୱାରା ଲୋକଙ୍କ ଆଖି ମଧ୍ୟ ପ୍ରଭାବିତ ହୋଇଥାଏ । ତେବେ ଯଦି ଡାଇବେଟିସ୍‌ରେ ବ୍ଲଡ ସୁଗର ଲେବଲ ବଢିଥାଏ, ତେବେ ରୋଗୀଙ୍କ ଆଖି ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଏହାକୁ ମଧ୍ୟ ଡାଇବେଟିକ୍‌ ରେଟିନୋପାଥି କୁହାଯାଏ । ଏହା ଯୋଗୁ ଲୋକମାନେ ଅନ୍ଧ ହେବା ଭଳି ସମସ୍ୟାର ଶିକାର ମଧ୍ୟ ହୋଇପାରନ୍ତି । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଯେ ଡାଇବେଟିକ୍‌ ରେଟିନୋପାଥିରେ କ’ଣ କରିବା ଉଚିତ ।

ଡାଇବେଟିକ୍‌ ରେଟିନୋପାଥି କ’ଣ ?
ଡାଇବେଟିସ୍‌ ରୋଗୀଙ୍କ ଠାରେ ଅଧିକ ସମୟ ଧରି ହାଇ ବ୍ଲଡ ସୁଗର ଦେଖାଯିବା ଯୋଗୁ ଡାଇବେଟିକ୍‌ ରେଟିନୋପାଥି ଅର୍ଥାତ ଚକ୍ଷୁ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ରୋଗରେ ରେଟିନା ପ୍ରଭାବିତ ହୋଇଥାଏ । ଏହି କାରଣରୁ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଏ । ଯଦି ସଠିକ୍‌ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଆପଣ ମଧ୍ୟ ଅନ୍ଧ ମଧ୍ୟ ହୋଇପାରନ୍ତି ।

ଡାଇବେଟିକ୍‌ ରେଟିନୋପାଥିର ଲକ୍ଷଣ?
ଡାଇବେଟିକ୍‌ ରେଟିନୋପାଥି ସମସ୍ୟାରେ ଠିକ୍‌ ଭାବେ ଦେଖା ନ ଯିବା । କଲରକୁ ସଠିକ୍‌ ଭାବେ ଚିହ୍ନିବାରେ ଅସୁବିଧା ହେବା । ଏହା ବ୍ୟତୀତ ରେଟିନାରେ ନୂଆ ଅସ୍ୱାଭାବିକ ବ୍ଲଡ ସେଲ୍ସ ବିକଶିତ ହୋଇପାରେ । ତେବେ ଏପରି ଅନେକ ପ୍ରକାରର ଲକ୍ଷଣ ଦେଖା ଦେଇଥାଏ ।

ଡାଇବେଟିକ୍‌ ରେଟିନୋପାଥିକୁ କିପରି ରୋକାଯାଇପାରିବ ?
ଡାଇବେଟିକ୍‌ ରେଟିନୋପାଥିକୁ ରୋକିବା ପାଇଁ, ସବୁଠାରୁ ଜରୁରୀ କଥା ହେଉଛି, ନିଜ ଲାଇଫ୍‌ ଷ୍ଟାଇଲ୍‌କୁ ଭଲ ରଖିବା । ଏପରି ଭାବେ ଆପଣ ନିଜ ବ୍ଲଡ ସୁଗରକୁ ନିୟନ୍ତ୍ରଣ କରିପାରିବ । ଏଥିପାଇଁ ନିୟମିତ ଭାବରେ ବ୍ଲଡ ସୁଗର ଚେକ୍‌ କରନ୍ତୁ, ହେଲଦି ଖାଦ୍ୟ ଗ୍ରହଣ କରନ୍ତୁ । ଏହା ବ୍ୟତୀତ ଯୋଗ ଏବଂ ବ୍ୟାୟାମ ମଧ୍ୟ କରିବା ଆରମ୍ଭ କରନ୍ତୁ ।

ଡାଇବେଟିକ୍‌ ରେଟିନୋପାଥି ପାଇଁ ଚିକିତ୍ସା ?
ଡାଇବେଟିସ୍‌ ରୋଗୀମାନେ ରେଟିନୋପାଥିର ଆରମ୍ଭରେ ଲକ୍ଷଣ ଚିହ୍ନଟ କରିବା ପାଇଁ ନିୟମିତ ଭାବରେ ଆଖି ଚେକ୍‌ କରିବା ଉଚିତ୍ । ଏହି ପରୀକ୍ଷା ସମୟରେ, ଚକ୍ଷୁ ବିଶେଷଜ୍ଞ ରେଟିନାକୁ ଭଲ ଭାବେ ଚେକ୍‌ କରିବା ପାଇଁ ଚକ୍ଷୁ ପରୀକ୍ଷା ଏବଂ ରେଟିନା ଫଟୋଗ୍ରାଫି ଭଳି ଜିନିଷ ବ୍ୟବହାର କରିପାରିବେ । ଡାଇବେଟିକ୍‌ ରେଟିନୋପାଥିର ଚିକିତ୍ସାରେ, ଆଖିରୁ ରକ୍ତ ବାହାର କରିବା ପାଇଁ ଲେଜର ସର୍ଜରୀ, ଇଞ୍ଜେକ୍ସନ୍, ବିଟ୍ରେକ୍ଟୋମି ସାହାଯ୍ୟ ନିଆଯାଇପାରେ । ଯାହା ଫଳରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।