ଲାଇଫ୍ ଷ୍ଟାଇଲ୍

ପ୍ରାକୃତିକ ଉପାୟରେ ଡ଼ାଇବେଟିସ କଣ୍ଟ୍ରୋଲ କରିବାର ଜାଣନ୍ତୁ ୩ଟି ଆୟୁର୍ବେଦିକ ଉପାୟ

ଏବେ ପ୍ରାୟ ସମସ୍ତେ ଡାଇବେଟିସର ରୋଗର ଶିକାର ହେଉଛନ୍ତି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଅନୁସାରେ, ଡାଇବେଟିସ ରୋଗୀଙ୍କ ସଂଖ୍ୟା ୨୦୩୦ ବେଳକୁ ତାହା ଦ୍ୱିଗୁଣ ହୋଇଯିବ । ଯାହାକି ଚିନ୍ତାର ବିଷୟ ଅଟେ । ଏହା ଜୀବନଘାତକ ହୋଇପାରେ, କିନ୍ତୁ ଏହାକୁ ନିଜର ଜୀବନଶୈଳୀ ସୁଧାରୀ ଏବଂ କିଛି ଘରୋଇ ଉପଚାର ଆପଣାଇ ତାହାକୁ କଣ୍ଡ୍ରୋଲ କରାଯାଇପାରିବ ।

ଡାଇବେଟିସ ସହ ଜୀବନ ବିତାଇବା ସହଜ ନୁହଁ । ଏହା ଏକ ଜଟିଳ ରୋଗ ଅଟେ, କିନ୍ତୁ ଆୟୁର୍ବେଦିକ ଜଡିବୁଟିର ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିଯୋଗୁଁ ଆପଣଙ୍କ ଶରୀରରେ ଏକାଥରରେ ବଢିଯାଇଥିବା ଶର୍କରାର ଭୟ କମ କରିବା ପାଇଁ କିଛି ପ୍ରଭାବଶାଳୀ ଜଡିବୁଟିର ଆବଶ୍ୟକ ରହିଛି, ଯାହା ବିଷୟରେ ଆମେ ଆପଣଙ୍କୁ ଆଜି ଜଣାଇବୁ । ଆଉ ଏହାକୁ ଆପଣ ଏହାକୁ ଯଦି ପ୍ରତିଦିନ ନିଜ ଡାଏଟରେ ସାମିଲ କଲେ ଡାଇବେଟିସକୁ କଣ୍ଟ୍ରୋଲ କରିପାରିବେ ।

ଡାଇବେଟିସକୁ କଣ୍ଟ୍ରୋଲ କରିବାର ଆୟୁର୍ବେଦିକ କଣ ଜାଣନ୍ତୁ :

ଧନିଆର ମଞ୍ଜି ଡାଇବେଟିସ ସହ ଲଢିବାର ପ୍ରକ୍ରିୟାରେ ସକ୍ରିୟ ରିପୋର୍ଟ ଆସିଛି । ଯେଉଁଥିରେ ଅଗ୍ନାଶୟ କୋଷଗୁଡିକରୁ ଇନସୁଲିନର ଅଧିକ ଉତ୍ପଦନ ହେଉଛି । ଧନିଆର ମଞ୍ଜି ଦ୍ୱାରା ଶରୀରର ରକ୍ତରେ ଥିବା ଶର୍କରା ହଟାଇବା ପାଇଁ ଦାୟୀ ଏନଜାଇମ ଗତିବିଦ୍ଧି ବଢାଇ ପାରେ । ଯାହାଦ୍ୱାରା ବ୍ଲଡ ସୁଗର ଲେବଲ କମ ହୋଇଥାଏ ।
ମେଥି ମଞ୍ଜିରେ ଏକ ମୁକ୍ତ ଅପ୍ରକୃତିକ ଏମିନୋ ଏସିଡ ରହିଥାଏ, ଯାହା ଶରୀରରେ ଅଗ୍ନାଶୟ ଆଇଲେଟ କୋଷଗୁଡିକରେ ଗ୍ଲୁକୋଜ ଉତ୍ତେଜିତ ଇନସୁଲିନ ଉତ୍ପାଦନ ବୃଦ୍ଧି କରେ । ମେଥିର ମଞ୍ଜିରେ ୫୦% ଫାଇବର ରହିଥାଏ, ଯାହା ଏହାର ହାଇପୋଲିପିଡେମିକ ପ୍ରଭାବର ଅନ୍ୟ ଏକ କାରଣ ଅଟେ ।

ଡାଲଚିନି ଇନସୁଲିନ ଭଳି କାମ କରିଥାଏ ଏବଂ ରକ୍ତରେ ଶର୍କରାର କୋଷଗୁଡିକର ଗତିକୁ ବଢାଇ ଶର୍କରା ସ୍ତରକୁ କମ କରେ ଏବଂ ଡାଇବେଟିସ ସହ ଲଢିବାରେ ସାହାଯ୍ୟ କରିଥାଏ । ଏହା ଇନସୁଲିନ ସେନସିଟିବିଟୀକୁ ବଢାଇ ବ୍ଲଡ ସୁଗରର ଲେବଲ କମ କରିବାରେ ସାହାଯ୍ୟ କରିଥାଏ । ଯେଉଁଥିପାଇଁ ଇନସୁଲିନ କୋଷର ଶର୍କରା ଅଂଶକୁ ସ୍ଥାନାନ୍ତର କରିବାରେ ଅଧିକ ଫଳପ୍ରଦ ହୁଏ ।

Pritiparna

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

1 min ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

20 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

36 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

45 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

54 mins ago