ଶିଶୁଙ୍କ ପାଇଁ ଖାଦ୍ୟ ଟିପ୍ସ : ଛୋଟ ପିଲାଙ୍କୁ ଭୁଲ୍ରେ ଦିଅନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ସମସ୍ୟା
ଶିଶୁଙ୍କୁ ଭଲ ଖାଦ୍ୟ ଦେବା ଚକ୍କରରେ ଆମେ ବେଳେ ବେଳେ ଭୁଲ୍ ଖାଦ୍ୟ ଦେଇଦେଉ । ଯାହାକି ଶିଶୁର ଦେହ ଖରାପ କରିଦେଇଥାଏ । ଛୋଟ ପିଲାଙ୍କର ସାଧାରଣତଃ ପାଟିରେ ହାତ ପୂରାଇବା ଏକ ସ୍ୱାଭାବିକ ପ୍ରକ୍ରିୟା । ଏହି ସମୟରେ ପିଲାଙ୍କ ଅଧିକ ଧ୍ୟାନ ଦିଆଯାଏ । କିଛି ଖାଦ୍ୟ ଆରମ୍ଭରେ ପିଲାଙ୍କ ଦେହରେ ଯାଇନଥାଏ । ଫଳରେ ମେଡିକାଲ ସମସ୍ୟା ଦେଖାଦେଇଥାଏ । ତେଣୁ ଆପଣଙ୍କ ପିଲାଙ୍କ ପାଇଁ ପ୍ରଥମେ କିଛି ଖାଦ୍ୟର ତାଲିକା ପ୍ରସ୍ତୁତ କରନ୍ତୁ ।
ଗାଈ ଦୁଧ: ପିଲାଙ୍କୁ ମା’ ଖିର ବର୍ଷକ ଯାଏ ପିଆନ୍ତୁ । ଡବା ଖିର ମା’ ଖିର ର ବକଳ୍ପ ଭାବେ ଦିଆଯାଇଥାଏ । ଏଥିରେ ଭିଟାମିନ, ଶୁଗାର, ଫ୍ୟାଟ୍ ଓ ଅନ୍ୟ ପୋଷକ ତତ୍ତ୍ୱ ମିଶାଯାଇ ପ୍ରସ୍ତୁତ କରାଯାଇଥାଏ । ବର୍ଷକରୁ କମ୍ ବୟସର ଶିଶୁ ଗାଈ ଖିରକୁ ହଜମ କରିପାରିନଥାଏ । ଏଥିରେ ଥିବା ଖାସ୍ ମିନେରାଲ୍ ଶିଶୁର କିଡନୀକୁ ନଷ୍ଟ କରିବାର ଆଶଙ୍କା ଥାଏ । ତେଣୁ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ।
ଅଣ୍ଡା : ଏଲର୍ଜି ପ୍ରତିକ୍ରିୟା ବା ଭବିଷ୍ୟତରେ ଏଲର୍ଜିରୁ ବଞ୍ଚିବା ପାଇଁ ୧ ବର୍ଷର କମ୍ ବୟସର ଶିଶୁଙ୍କୁ ଅଣ୍ଡା ଦିଅନ୍ତୁ ନାହିଁ । ଅଣ୍ଡାର ଧଳା ଅଂଶରେ ଥିବା ପ୍ରୋଟିନରେ ଏଲର୍ଜିର ଏକ ସ୍ତର ଥାଏ । ତେଣୁ ପିଲାଙ୍କୁ ୫ ବର୍ଷ ଯାଏ ଅଣ୍ଡାର ଧଳା ଅଂଶରେ ଏଲର୍ଜି ପ୍ରତିକ୍ରିୟା ବୃଦ୍ଧି ହୋଇପାରେ । ତେଣୁ ଏହି ଶିଶୁଙ୍କୁ ଅଣ୍ଡାର ହଳଦିଆ ଅଂଶ ଦେଇପାରିବେ ।
ଖଟା ଫଳ : ଖଟା ଫଳ ଓ ଜୁସ୍ ପିଲାଙ୍କୁ କିଛି ବର୍ଷ ଯାଏ ଦିଅନ୍ତୁ ନାହିଁ । ଏହି ଖାଦ୍ୟରେ ଭିଟାମିନ୍ ସି ଓ ଏସିଡ୍ ମାତ୍ରା ଅଧିକ ରହିଥାଏ । ଫଳରେ ଶିଶୁଙ୍କ ଠାରେ ଏସିଡିଟି ଓ ପେଟ ଖରାପ ସମସ୍ୟା ସୃଷ୍ଟି ହୋଇପାରେ ।
ଗହମ : ଆପଣଙ୍କ ଶିଶୁକୁ ଗହମରେ ତିଆରି ଖାଦ୍ୟ ଆରମ୍ଭ କରିବା ପୂର୍ବରୁ ଏହାର ଏଲର୍ଜି ବିଷୟରେ ଚିନ୍ତା କରନ୍ତୁ । କାରଣ ୧ ବର୍ଷ, ୨ ବର୍ଷ କିମ୍ବା ୩ ବର୍ଷ ଯାଏ ଗହମରେ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ ନାହିଁ । ଶିଶୁକୁ ଚାଉଳ, ଓଟ୍ସ କିମ୍ବା ଏଲର୍ଜି ନହେବା ଖାଦ୍ୟ ଦିଅନ୍ତୁ କିମ୍ବା ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ । ତେଣୁ ଆପଣଙ୍କ ଶିଶୁକୁ ୮ କିମ୍ବା ୯ ବର୍ଷ ନହେବା ଯାଏ ଗହମ ପ୍ରସ୍ତୁତି ଖାଦ୍ୟ ଦିଅନ୍ତୁ ନାହିଁ ।