ଦିଗ ଅନୁଯାୟୀ ଘର କୋଣରେ ରଖନ୍ତୁ ଜିନିଷ, ଆସିବନି ବିପତ୍ତି

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସୁଖ-ଶାନ୍ତିରେ ରହିବାକୁ ଚାହେଁ। ଚିନ୍ତାରୁ ଦୂରେଇ ରହିବାକୁ ମଣିଷ କିଛି ବି କରିପାରେ। ଏଥିପାଇଁ ମଣିଷ ନିଜ ଘରକୁ ବାସ୍ତୁ ଅନୁଯାୟୀ ସଜାଇଥାଏ। ବାସ୍ତୁ ସଙ୍କଟ ଯୋଗୁଁ ଘରକୁ ଅନେକ ପ୍ରକାରର ନକାରାତ୍ମକ ଶକ୍ତି ପ୍ରବେଶ କରିବା ସହ ଘରେ କଳହ, ଅଶାନ୍ତି ଲାଗି ରହିଥାଏ। ବାସ୍ତୁରେ ଦିଗଗୁଡିକର ଅଧିକ ମହତ୍ବ ରହିଛି। କେଉଁ ଦିଗରେ କେଉଁ ଜିନିଷ ରଖିବେ, ତାହା ଘର ଉପରେ କ’ଣ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା ଏହା ବିଷୟରେ…

– ପୂର୍ବ ଦିଗରେ ସୂର୍ଯ୍ୟ, ଇନ୍ଦ୍ର ବାସ କରିଥାନ୍ତି। ତେଣୁକରି ସବୁବେଳେ ଏହି ଦିଗକୁ ଆପଣଙ୍କ ଘରର ଦ୍ବାର ରହିବା ଉଚିତ।

– ପଶ୍ଚିମ ଦିଗରେ ଦେବତା ବରୁଣ ଏବଂ ଗ୍ରହସ୍ବାମୀ ଶନି ବାସ କରନ୍ତୁ। ଏହି ଦିଗରେ କୌଣସି ଜିନିଷ ରଖିବା ପାଇଁ ଚିନ୍ତା କରିନିଅନ୍ତୁ।

– ଉତ୍ତର ଦିଗରେ ଦେବତା କୁବେର ଏବଂ ଗ୍ରହସ୍ବାମୀ ବୁଧ ବାସ କରନ୍ତି। ଏହା ମାତାଙ୍କ ସ୍ଥାନ। ଏହି ଦିଗକୁ ସବୁବେଳେ ଆପଣ ଖାଲି ରଖିବା ଉଚିତ।

– ଦକ୍ଷିଣ ଦିଗରେ କାଳ ପୁରୁଷର କିଡନୀ, ବାମ ଫୁସଫୁସ୍ ଏବଂ କୁଣ୍ଡଳୀର ଘର ରହିଥାଏ। ଯମର ଆଧିପତ୍ୟ ଏବଂ ମଙ୍ଗଳ ଗ୍ରହର ପରାକ୍ରମ ଦକ୍ଷିଣ ଦିଗରେ ରହିଥାଏ। ଏହି ସ୍ଥାନରେ ସବୁବେଳେ ଭାରି ଜିନିଷ ରଖିବା ଉଚିତ।

– ଘରର ଇଶାଣ କୋଣରେ ଜଳ ଏବଂ ଭଗବାନ ଶିବ ବାସ କରନ୍ତି। ଇଶାଣ କୋଣରେ ପୂଜା ଘର, ମାଠିଆ, କୂଅ, ବୋରିଂ ଇତ୍ୟାଦି କରିବା ଶୁଭ।

– ଆଗ୍ନେୟ କୋଣରେ ଅଗ୍ନି ଏବଂ ମଙ୍ଗଳର ସ୍ଥାନ ରହିଥାଏ। ଏହି କୋଣରେ ରୋଷେଇ କିମ୍ବା ଇଲେକଟ୍ରୋନିକ ଉପକରଣ ଆଦି ରଖିପାରିବେ।

Swagatika

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

16 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

23 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

39 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

45 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

58 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago