ଖାଦ୍ୟ ଖାଇବା ସମୟରେ ଦହି, ଆଚାର, ଲେମ୍ବୁ ଆଦି ଖଟା ଜିନିଷ ଖାଇବାକୁ ଅନେକ ଲୋକ ପସନ୍ଦ କରିଥାଆନ୍ତି। ଯଦିଓ ଏହା ଖାଦ୍ୟର ସ୍ୱାଦ ବଢ଼ାଇଥାଏ, କିନ୍ତୁ ଏହାକୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଶରୀରକୁ ବହୁତ କ୍ଷତି ପହଞ୍ଚିଥାଏ। ତେବେ କେଉଁ ପ୍ରକାର ଖଟା ଅଧିକ ଖାଇଲେ, ଆମ ଶରୀର ପାଇଁ ହାନିକାରକ ହୋଇଥାଏ, ତାହା ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ।

୧. ଦହି
ଦହି ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ, କିନ୍ତୁ ଅଧିକ ସେବନ କଲେ, ପାଚନ ତନ୍ତ୍ର ଦୁର୍ବଳ ହୋଇଯାଇଥାଏ। ଏହାସହିତ ପେଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇଥାଏ। ଆଣ୍ଠୁଗଣ୍ଠି ଦରଜ ଲୋକ ଦହି ବିଲ୍କୁଲ୍ ବି ସେବନ କରିବା ଉଚିତ ନୁହେଁ।

୨. ଆଚାର
ଭାରତୀୟ ବ୍ୟଞ୍ଜନରେ ଆଚାର ଏକ ମୁଖ୍ୟ ଜିନିଷ। ଏହା ବିନା ଖାଦ୍ୟର ସ୍ୱାଦ ଆସି ନ ଥାଏ। କିନ୍ତୁ ଆପଣ ଜାଣିଛନ୍ତି କି? ଆଚାର ଖାଇବାରେ ମଧ୍ୟ ଶରୀରକୁ କ୍ଷତି ପହଞ୍ଚିଥାଏ। ଏହାଦ୍ୱାରା ଶରୀରର ହର୍ମୋନ୍ସ ଦୁର୍ବଳ ହୋଇଯାଇଥାଏ। ମେଟାବୋଲିଜମ୍କୁ ବି କ୍ଷତି ପହଞ୍ଚାଇଥାଏ।

୩. ଲେମ୍ବୁ
ଲେମ୍ବୁ ଚାଟିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। କିନ୍ତୁ ଆପଣ ଜାଣି ଆଶ୍ଚଯ୍ୟର୍ ହେବେ ଯେ ଅତ୍ୟଧିକ ମାତ୍ରାରେ ଲେମ୍ବୁ ଖାଇଲେ ଦାନ୍ତ କ୍ଷୟ ହୋଇଥାଏ। ଦାନ୍ତର ଉପରି ଭାଗ ଖରାପ ହୋଇଯାଇଥାଏ। ଛାତିରେ ଯନ୍ତ୍ରଣା ଅନୁଭବ ହେବା ସହିତ ପାଟିର ଛାଲକୁ ଏହା ଉତାରି ଦେଇଥାଏ।

୪. ଆମ୍ଚୁର
ଆମ୍ଚୁର ଖାଇଲେ ପାଟିର ସ୍ୱାଦ ବଢ଼ିଯାଇଥାଏ। କିନ୍ତୁ ଏହାକୁ ପ୍ରତିଦିନ ଖାଇଲେ ଆଣ୍ଠୁଗଣ୍ଠି ଦରଜ ଲାଗିରୁହେ। ପରେ ଏହା ଏତେ ମାତ୍ରାରେ ବଢ଼ିଯାଇଥାଏ ଯେ ଚାଲିବା ବି ମୁସ୍କିଲ ହୋଇଯାଏ।

୫. ଟମାଟର
ଟମାଟରକୁ ଖଟାରେ ଗଣାଯାଇଥାଏ। ଯଦିଓ ଏହା ତରକାରିର ସ୍ୱାଦ ବଢ଼ାଇଥାଏ, କିନ୍ତୁ ଏହାକୁ ଅତ୍ୟଧିକ ସେବନ କରିବା ଦ୍ୱାରା ଛାତି ଜଳାପୋଡ଼ା ହୁଏ। ଆଣ୍ଠୁଗଣ୍ଠି ସମସ୍ୟା ମଧ୍ୟ ଦେଖାଦେଇଥାଏ।