ଟମାଟୋ ସସ୍‌ ଖାଉଥିଲେ ଏବେଠୁ ହୁଅନ୍ତୁ ସାବଧାନ, ଶରୀରରେ ବିଷ ଭଳି କରେ କାମ

ପିଲାମାନେ ଟମାଟୋ ସସ୍‌ ଖାଇବାକୁ ଖୁବ୍‌ ଭଲ ପାଆନ୍ତି। କେବଳ ପିଲା ନୁହେଁ, ବଡ଼ମାନେ ବି ଛଣାଛଣି କିମ୍ବା ଚାଇନିଜ୍‌ ଆଇଟମ୍‌ ସହ ଟମାଟୋ ସସ୍‌ ଖାଇଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆବଶ୍ୟକତା ଠାରୁ ଅଧିକ ଟମାଟୋ ସସ୍‌ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ଅଧିକ ଟମାଟୋ ସସ୍‌ ସେବନ କଲେ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ…

  • ଟମାଟୋ ସସ୍‌ରେ ମାତ୍ରାଧିକ ଫ୍ରୁକ୍ଟୋଜ ରହିଥାଏ। ଯାହା ଶରୀରରେ ମୋଟାପଣ ବୃଦ୍ଧି କରେ। ଏହା ଇନ୍‌ସୁଲିନ୍‌ର ମାତ୍ରା ମଧ୍ୟ କମାଇଦିଏ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
  • ଅଧିକ ପରିମାଣରେ ଟମାଟୋ ସସ୍‌ ଖାଇଲେ ପରିସ୍ରାରେ କ୍ୟାଲସିୟମର ମାତ୍ରା ବଢ଼ିଯାଏ। ଏହାର ପ୍ରଭାବ କିଡନୀ ଉପର ପଡ଼େ। ଏହା ଦ୍ୱାରା ଷ୍ଟୋନ୍‌ ସମସ୍ୟା ଉପୁଜେ।
  • ଅଧିକ ମାତ୍ରାରେ ଟମାଟୋ ସସ୍‌ ଖାଇଲେ ଏସିଡିଟି ସମସ୍ୟା ଦେଖାଦିଏ। ଫଳରେ ଛାତି ପୋଡ଼ା ହୁଏ।
  • ଟମାଟୋ ସସ୍‌ରେ ହିଷ୍ଟାମାଇନ୍ସ କେମିକାଲର ପରିମାଣ ଅଧିକ ଥିବାରୁ ଏହାର ମାତ୍ରାଧିକ ସେବନ ଶରୀରରେ ଆଲର୍ଜି ହେବା ଆଶଙ୍କାକୁ ବଢ଼ାଏ।