ଆପଣଙ୍କର ହ୍ୱାଇଟ ବ୍ରେଡ ଖାଇବା ଅଭ୍ୟାସ ଅଛିକି, ତେବେ ବେଳ ଥାଉ ଥାଉ ହୁଅନ୍ତୁ ସତର୍କ

ଅଧିକାଂଶ ଲୋକ ସକାଳ କିମ୍ବା ସନ୍ଧ୍ୟା ଜଳଖିଆରେ ବ୍ରେଡ ଖାଇବାକୁ ପସନ୍ଦ କରନ୍ତି । ଯଦିବା ବ୍ରେଡ ଏକ ହାଲୁକା ଖାଦ୍ୟ କିନ୍ତୁ ଶରୀର ପାଇଁ ଏହା ଖୁବ କ୍ଷତିକାରକ । ବ୍ରେଡରେ ଥିବା ପୋଟାସିୟମ ବ୍ରୋମେଡ଼ ହିଁ ଶରୀର ପାଇଁ କ୍ଷତିକାରୀ ହୋଇଥାଏ । ନିୟମିତ ଭାବରେ ଏହାକୁ ସେବନ କଲେ ଅନେକ ଗମ୍ଭୀର ରୋଗ ବି ଜନ୍ମ ନେଇପାରେ । ଆଉ ବିଶେଷ କରି ବ୍ରାଉନ ବ୍ରେଡ ତୁଳନାରେ ହ୍ୱାଇଟ ବ୍ରେଡ ଅଧିକ କ୍ଷତିକାରୀ । ଏହାବାଦ ଧଳାବ୍ରେଡରେ ପୋଷଣର ମାତ୍ରା ଶୁନ ପରିମାଣରେ ଥାଏ । କିନ୍ତୁ ୭୭ କ୍ୟାଲୋରୀ ରହିଥାଏ । କିନ୍ତୁ ଏଥିରେ ଥିବା ଗ୍ଲାଇକୋସେମିକ ଇଣ୍ଡେକ୍ସ ଉଚ୍ଚମାତ୍ରାରେ ମହଜୂତ ଥିବା ନେଇ ଜଣାଯାଇଛି । ଯାହା ଶରୀରରେ ଗ୍ଲୁକୋଜ ପରିମାଣକୁ ଖୁବ କମ ସମୟରେ ବଢ଼ାଇଦିଏ । ଏହା ରକ୍ତ ଶର୍କରା ମାତ୍ରା ବଢ଼ାଇ ଦେଉଥିବାରୁ ମଧୁମେହ ରୋଗୀ ମାନଙ୍କ ପାଇଁ ଏହା ବିପଦପୂର୍ଣ୍ଣ ।

white bread

ଖାଲି ମଧୁମେହ କାହିଁକି ବ୍ଲଡ଼ ପ୍ରେସର ରୋଗୀ ମାନେ ବି ଯଥା ସମ୍ଭବ ବ୍ରେଡ ଠାରୁ ଦୁରେଇ ରହିବା ଉଚିତ । ଅନ୍ୟପକ୍ଷରେ ବ୍ରେଡ ରକ୍ତଚାପ ମଧ୍ୟ ବଢ଼ାଇ ଦେଇପାରେ । ଖାଲି ସେତିକି ନୁହେଁ ଅଧିକ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ହ୍ୱାଇଟ ବ୍ରେଡ ଖାଇଲେ ଓଜନ ମଧ୍ୟ ବଢାଇଦିଏ । ମୋଟା ଲୋକେ ବ୍ରେଡ ଖାଇବା ବେଳେ ଯଥା ସମ୍ଭବ ସତର୍କ ରହିବା ଉଚିତ ।

ଖାଲି ଶାରୀରିକ ନୁହଁ ମାନସିକ ସ୍ୱାସ୍ଥ୍ୟ ଉପରେ ବି ପାଉଁରୁଟି ପ୍ରଭାବ ପକାଇଥାଏ । ଆମେରିକାର “ଜର୍ନାଲ ଅଫ ନ୍ୟୁଟ୍ରିସନ” ଦ୍ୱାରା ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ ୫୦ ବର୍ଷରୁ ଅଧିକ ବୟସର ମହିଳା ମାନେ ଅଧିକ ସଂଖ୍ୟାରେ ଡିପ୍ରେସନର ଶିକାର ହୁଅନ୍ତି । ଏହା ସହ ଧଳା ବ୍ରେଡ ଖାଇଲେ ଥକ୍କା ଲାଗିବା ସହ ବାନ୍ତି ଲାଗିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.