ଶରୀରରେ ପୋଟାସିୟମର ମାତ୍ରାଧିକ ଅଭାବ ହେଲେ ହୁଏ ହାଇପୋକ୍ଲାମିଆ, ଜାଣନ୍ତୁ କେମିତି କରିବେ ଦୂର

ପୋଟାସିୟମ ଶରୀର ପାଇଁ ବହୁତ ଜରୁରୀ ପଦାର୍ଥ । ଯାହା ନଭର୍ସ କ୍ରିୟାକୁ ସଠିକ୍‌ ରଖିବା ସହିତ ମାଂସପେଶୀ ସଂକୁଚିତ ଏବଂ ଶରୀରରେ ତରଳ ପଦାର୍ଥ ବାଲାନ୍ସ କରିବାରେ ସହାୟକ ହୋଇଥାଏ। ପୋଟାସିୟମ ଶରୀରରେ ହୃଦ ସ୍ପନ୍ଦନ ଠିକ୍‌ ଭାବେ ହେବା ପାଇଁ ସାହାଯ୍ୟ କରିଥାଏ। ଶରୀରରେ ପୋଟାସିୟମ କମିଗଲେ, ଏହାକୁ ମେଡିକାଲ ଭାଷାରେ ହାଇପୋକାଲମିଆ ବୋଲି କୁହାଯାଏ। ଜଣେ ବ୍ୟକ୍ତିର ଶରୀରରୁ ପୋଟାସିୟମ ଲେବଲ ୩.୬ ମିଲିମୋଲ୍ସ ପ୍ରତି ଲିଟର କମିଲେ ଏହି ହାଇପୋକାଲମିଆ ହୋଇଥିବା କୁହାଯାଏ।

ଶରୀରରେ ପୋଟାସିୟମ ଅଭାବ ଯୋଗୁଁ ଅଧିକ ଦିନ ଧରି ଝାଡା, ବାନ୍ତି ହୋଇଥାଏ। ଶରୀରରେ ପୋଟାସିୟମ ଅଭାବ କାରଣରୁ ଗମ୍ଭୀର ରୋଗ ହୋଇଥାଏ।

ରିସର୍ଚ୍ଚରୁ ଜଣାପଡିଛି କି, ଶରୀରରେ ପୋଟାସିୟମ କମ୍‌ ହେଲେ ବ୍ୟକ୍ତି ମନରେ ଚିନ୍ତା ବଢିଯାଏ। ଏହି କାରଣରୁ ନିଦ ହୁଏନି। ନିଦ ନ ହେବା ଶରୀରକୁ ଅନେକ ରୋଗ ହୋଇଥାଏ।

ଶରୀରରେ ପୋଟାସିୟମ ଅଭାବ ହେଲେ ବ୍ଲ ପ୍ରେସର ବଢିଯାଏ। ଶରୀରରେ ପୋଟାସିୟମ ରକ୍ତବାହିକାକୁ ରିଲାକ୍ସ କରିଥାଏ, ଯାହା ଦ୍ୱାରା ବ୍ଲଡ ପ୍ରେସର କମ୍‌ ହେବାରେ ସହାୟକ ହୁଏ। ପୋଟାସିୟମ ଶରୀରରେ ସୋଡିୟମ ଲେବଲକୁ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ସହାୟକ ହୁଏ।

ଶରୀରର ସମସ୍ତ କୋଷିକା ଏବଂ ଟିସୁରେ ମିଳୁଥିବା ସବୁଠାରୁ ଜରୁରୀ ଏବଂ ଦରକାରୀ ହେଉଛି ପୋଟାସିୟମ। ପୋଟାସିୟମ ଲେବଲ କମିବା ଯୋଗୁଁ ଶରୀରରେ ଅନେକ କ୍ରିୟା ଉପରେ ଖରାପ ପ୍ରଭାବ ପଡିଥାଏ। ଯାହା ଯୋଗୁଁ ବ୍ୟକ୍ତିର ଉର୍ଜା ଲେବଲ କମ୍‌ ହୋଇଯାଏ। ଶାରୀରିକ ଏବଂ ମାନସିକ ଭାବେ ଥକ୍କାପଣ ଲାଗିଥାଏ।

ପୋଟାସିୟମ ଅଭାବ ହେଲେ ଏହିସବୁ ଜିନିଷ ଖାଇପାରିବେ :

COCONUT WATER

ଶରୀରରେ ପୋଟାସିୟମ ଅଭାବ ହେଲେ ଆଳୁ, ଡାଳିମ୍ବ, ଆଭାକାଡୋ, କନ୍ଦମୂଳ, ପାଳଙ୍ଗ, ବିନ୍ସ, ନଡିଆ ପାଣି, ବିଟ୍‌, ସୋୟାବିନ, ଟମାଟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.