ଦୀପାବଳିରେ ବାଣ ଫୁଟାଇବା ନେଇ ଆଡଭାଇଜରୀ ଜାରି

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟରେ ପାଳନ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ।

ଭୁବନେଶ୍ବର (କେନ୍ୟୁଜ୍) : ଦୀପାବଳି ପାଇଁ ଆଡଭାଇଜରୀ ଜାରି । ଦୀପାବଳିରେ ବାଣ ଫୁଟାଇବା ନେଇ ଆଡଭାଇଜରୀ ଜାରି ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟରେ ପାଳନ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି । ଦୀପାବଳି ରାତିରେ ୨ ଘଣ୍ଟା ଫୁଟିବ ବାଣ । ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ରହିଛି ।

police dgବେଆଇନ ବାଣ ଫେକ୍ଟ୍ରି ,ବିକ୍ରି ଉପରେ ନଜରରଖିବ ପୋଲିସ । ସେହିଭଳି ନୂଆବର୍ଷ ଓ ଖ୍ରୀଷ୍ଟମାସରେ ୪୫ ମିନିଟ୍ ଫୁଟିବ ବାଣ । ରାତି ୧୧.୪୫ରୁ ୧୨ଟା ୩୦ ମଧ୍ୟରେ ଫୁଟିବ ବାଣ । ଗୋଷ୍ଠିଗତ ବାଣ ଫୁଟାଇବା ଉପରେ ଊଏଚ ଗୁରୁତ୍ୱ ଦେଇଛନ୍ତି । ଅନଲାଇନରେ ବାଣ ବିକ୍ରି ବନ୍ଦ ବୋଲି କହିଛନ୍ତି ଡିଜିପି ।