ଲାଇଫ୍ ଷ୍ଟାଇଲ୍

ଦୀପାବଳି ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବ୍ରେଡ ହାଲଓ୍ଵା, ପରିବାର ଲୋକଙ୍କୁ ଆସିବ ଏକଦମ୍‌ ପସନ୍ଦ

ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ମିଠା ଖାଇବାର ଭାରି ସୌକିନ୍‌। ଯଦି ଆପଣଙ୍କୁ ମିଠା ପସନ୍ଦ, ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ମିଠା ରେସିପି ନେଇ ଆସିଛୁ। ବ୍ରେଡ ହାଲଓ୍ଵାକୁ ଡବଲ ମିଠା ମଧ୍ୟ କୁହାଯାଏ। ଏହା ଏକ ସ୍ୱାଦିଷ୍ଟ ହାଲଓ୍ଵା ଅଟେ ଯାହାକୁ ରାଜା ରାଜୁଡା କାଳରେ ପ୍ରସ୍ତୁତ କରାଯାଉଥିଲା। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ବ୍ରେଡ୍‌ ସ୍ଲାଇସ୍‌ – ୫ଟି
  • କ୍ଷୀର- ୩୦୦ ମି.ଲି
  • ଚିନି – ୧/୩ କପ୍‌ (୫୦ ରୁ ୬୦ ଗ୍ରାମ)
  • ଘିଅ – ୨ ରୁ ୩ ଚାମଚ
  • କାଜୁ – ୧୦ ରୁ ୧୨ଟି
  • ବାଦାମ – ୧୦ ରୁ ୧୨ଟି
  • ଅଳେଇଚ – ୪ଟି

ପ୍ରସ୍ତୁତି ପ୍ରଣାଳୀ

ବ୍ରେଡର ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। କଡେଇରେ ୨ ଚାମଚ ଘିଅ ପକାଇ ଗରମ କରନ୍ତୁ। ଘିଅ ମିଳେଇଗଳା ପରେ ସେଥିରେ କାଟି ରଖିଥିବା ବ୍ରେଡକୁ ପକାଇ ଦିଅନ୍ତୁ। ଏହାକୁ ଚାମଚରେ ଚଲାଇ ମିଡିୟମ ଏବଂ ଧୀମା ଆଞ୍ଚରେ ହାଲକା ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ।

ଭାଜି ହୋଇଥିବା ବ୍ରେଡକୁ କ୍ଷୀର ଏବଂ ଚିନିରେ ପକାନ୍ତୁ। ବ୍ରେଡ୍‌ ନରମ ହେବା ପର୍ଯ୍ୟନ୍ତ ଏହାକୁ ଛାଡନ୍ତୁ। ଏହାରି ଭିତରେ ଆପଣ କାଜୁ ଏବଂ ବାଦାମକୁ ପତଳା ପତଳା କରି କାଟି ଦିଅନ୍ତୁ। ମଝିରେ ମଝିରେ ବ୍ରେଡକୁ ଚାମଚରେ ଦବାନ୍ତୁ।

ଏହାପରେ ଏଥିରେ ଅଳ୍ପ ଘିଅ ପକାଇ ୧ ରୁ ୨ ମିନିଟ୍‌ ଆଉଥରେ ରାନ୍ଧନ୍ତୁ। ଅଳ୍ପ କାଜୁ ଏବଂ ବାଦାମକୁ ରଖିଥିବେ। ଯାହାକୁ ଆପଣ ହାଲଓ୍ଵା ପ୍ରସ୍ତୁତ ହୋଇସାରିବା ପରେ ଇଲାଇଚି ପାଉଡର ସହ ସଜାଇ ସର୍ଭ କରିପାରିବେ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ବ୍ରେଡ୍‌ ହାଲଓ୍ଵା।

Pritiparna

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

14 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

18 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

21 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

27 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

39 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

45 mins ago