କୌଣସି କେମିକାଲ ନୁହେଁ ବରଂ ମନ୍ଦାର ଫୁଲରେ କରନ୍ତୁ ନିଜ କେଶକୁ ରଙ୍ଗୀନ, ମୂଳରୁ ମଜବୁତ କରିବା ସହିତ ଦେଇଥାଏ ନାଚୁରାଲ ଗ୍ଲୋ

କେଶ କୁ କାହାର ବା ଲୋଭ ନାହିଁ। ଖାସ କରି ମହିଳା ମାନେ ନିଜ କେଶ ପ୍ରତି ବିଶେଷ ଭାବେ ସଚେତନ ଥାନ୍ତି। ଏମିତିରେ ସେମାନେ ନିଜ କେଶର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଉପାୟକୁ ବାଛିଥାନ୍ତି। ତେବେ କେମିକାଲ ବ୍ୟବହାର କଲେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ଆମେ ଆପଣଙ୍କୁ ଆଜି ଏକ ନାଚୁରାଲ ହେୟାର କେୟାର ରିମେଡ଼ି କହିବୁୂ। ଯାହାକୁ ଆପଣାଇ ନିଜ କେଶକୁ ମଜବୁତ କରିବା ସହିତ ଏହାକୁ କଲର ମଧ୍ୟ କରିପାରିବେ।
କେଶକୁ କଲର କରିବା ପାଇଁ ଅଧିକାଂଶ ସମୟରେ ମହିଳାମାନେ କେମିକାଲ କଲର ବ୍ୟବହାର କରିଥାନ୍ତ । ଯାହା କେଶ ପାଇଁ ହାନୀକାରକ ହୋଇଥାଏ । ଯଦିଓ କେଶ କଲର୍ ପାଇଁ ମେହେନ୍ଦୀ ବ୍ୟବହାର କରାଯାଇପାରେ । ତେବେ ମେହେନ୍ଦୀର କଲର କେଶକୁ ଅଲଗା ପ୍ରକାର ଲାଲ୍ କରିଥାଏ । ପ୍ରାକୃତିକ(ନେଚୁରାଲ୍) ଉପାୟରେ କେଶକୁ କଲର କରିବାର ବହୁତ ସୁନ୍ଦର ତରିକା ରହିଛି । ଆପଣ ଲାଲ୍ ମନ୍ଦାର ଫୁଲକୁ ବ୍ୟବହାର କରି ନେଚୁରାଲ୍ ଭାବେ କେଶକୁ ରଙ୍ଗୀନ କରିପାରିବେ । ଏହାଦ୍ୱାରା ଆପଣଙ୍କ କେଶ ନେଚୁରାଲ୍ କଲର୍ ପାଇବା ସହ କେଶ ସୁନ୍ଦର, ମୁଲାୟମ୍ ଓ ସାଇନିଂ କରିବ । ଆସନ୍ତୁ ଜାଣିବା ମନ୍ଦର ଫୁଲ ବ୍ୟବହାର କରି କିପରି କରିବେ କେଶକୁ ରଙ୍ଗୀନ ।
ସାମଗ୍ରୀ :
ଲାଲ୍ ମନ୍ଦାର ଫୁଲର ପାଖୁଡ଼ା- ୧ରୁ ୨ କପ୍
ପାଣି ଆବଶ୍ୟକ ଅନୁସାରେ
ଏକ ସ୍ପ୍ରେ ବୋତଲ୍
ନେଚୁରାଲ୍ ହେୟାର କଲର ତିଆରି କରିବାର ବିଧି :
୧. ପ୍ରଥମେ ପାଣିକୁ ପ୍ୟାନ୍ରେ ଗରମ କରନ୍ତୁ ।
୨. ପାଣି ଫୁଟି ପଡ଼ିବା ପରେ ଏହାକୁ ତଳକୁ ଆଣି ମନ୍ଦାର ଫୁଲ୍ର ପାଖୁଡା ଏଥିରେ ପକାନ୍ତୁ ।
୩. ପାଣିରେ କଲର ସବୁ ବାହାରିବା ପର୍ଯ୍ୟନ୍ତ ଏହାକୁ ପାଣିରେ ପକାଇ ରଖ ।
୪. ପାଣି ପୁରା ଲାଲ୍ ହୋଇଗଲେ ଏହାକୁ ଛାଣି ସ୍ପ୍ରେ ବୋତଲରେ ରଖନ୍ତୁ ।
ବ୍ୟବହାର କରିବାର ବିଧି :
– ପ୍ରଥମେ କେଶକୁ ସାମ୍ପୋ ଓ କଣ୍ଡିସନର କରି ଭଲଭାବେ ଶୁଖାଇ ଦିଅନ୍ତୁ ।
– ପୁଣି ଶୁଖିଲା କେଶରେ ସ୍ପ୍ରେ ସାହାଯ୍ୟରେ କଲର୍ କୁ ଲଗାନ୍ତୁ ।
– ଆପଣ ଚାହିଁଲେ ଏହାକୁ ପୁରା କେଶରେ କିମ୍ବା ଅଳ୍ପ କେଶରେ ଲଗାଇ ପାରିବେ ।
– ଏହାକୁ ୧ ଘଣ୍ଟା ପାଇଁ କେଶରେ ଛାଡି ଦିଅନ୍ତୁ ।
– ପରେ ଏହାକୁ ନର୍ମାଲ ପାଣିରେ ଧୋଇ କରି ନେଚୁରାଲ ଉପାୟରେ ଶୁଖାନ୍ତୁ ।
– କେଶକୁ ଖରାରେ ଶୁଖାଇବା ଦ୍ୱାରା ଏହାର ରଙ୍ଗ ଆହୁରି ଭଲ ଆସିବ । ସବୁବେଳେ ଏହାକୁ ସାମ୍ପୋ କରା ସଫା ବାଳ ଉପରେ ଲଗାନ୍ତୁ । କିଛି ଦିନ ପାଇଁ କେଶକୁ ଧୁଅନ୍ତୁ ନାହିଁ । ଏହି ରଙ୍ଗ କେଶରେ ୨/୩ ମାସ ଯାଏ ରହିବ ।