ଏସବୁ ଜିନିଷ ବ୍ୟବହାର କରି ପ୍ରାକୃତିକ ଉପାୟରେ କଳା କରନ୍ତୁ ଚୁଟି, ମିଳିବ ଷ୍ଟାଇଲିସ୍‌ ଲୁକ୍‌

ବୟସ ବଢ଼ିବା ସହ ଚୁଟି ପାଚିବା ଏକ ସାଧାରଣ କଥା। କିନ୍ତୁ ଯଦି ୨୦-୨୫ ବର୍ଷ ବୟସରୁ ଚୁଟି ପାଚିବା ଆରମ୍ଭ କରୁଛି ତେବେ ଚିନ୍ତା ବଢ଼ିବା ସ୍ୱାଭାବିକ କଥା। ଏଭଳି ସ୍ଥିତିରେ ଚୁଟି ପାଚିବାର ଅନେକ କାରଣ ରହିଛି। ତମାଖୁ କିମ୍ବା ଧୂମପାନ ଓ ଚିନ୍ତା ମଧ୍ୟ ଚୁଟି ପାଚିବାର ଏକ ପ୍ରମୁଖ କାରଣ ହୋଇପାରେ। ଏଣୁ କମ୍‌ ବୟସରୁ ଚୁଟି ପାଚୁଥିଲେ ଚୁଟିକୁ ରଙ୍ଗ କରିବା ପରିବର୍ତ୍ତେ ଘରୋଇ ଉପାୟରେ କଳା କରିବା ଉଚିତ୍‌। କେତେକ ନ୍ୟାଚୁରାଲ ଜିନିଷ ବ୍ୟବହାର କରି ଆପଣ ନିଜ ଧଳା ଚୁଟିକୁ କଳା କରିପାରିବେ। ତେବେ ଆସନ୍ତୁ ଜାଣିବା ପ୍ରାକୃତିକ ଉପାୟରେ ଚୁଟି କଳା କରିବେ କେମିତି…

ମେହେନ୍ଦି ଓ ତେଜପତ୍ର:

ଅଧକପ୍‌ ଶୁଖିଲା ମେହେନ୍ଦି ଓ ତେଜପତ୍ରରେ ଦୁଇ କପ୍‌ ପାଣି ମିଶାଇ ଫୁଟାନ୍ତୁ। ଏହା ପରେ ଏହି ମିଶ୍ରଣକୁ କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏବେ ଏହାକୁ ଛାଣି ଦିଅନ୍ତୁ। ଚୁଟିକୁ ସାମ୍ପେ କରିସାରିବା ପରେ ଏହି ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ। ଅଧ ଘଣ୍ଟା ଶୁଖିବା ପରେ ମୁଣ୍ଡକୁ ଧୋଇ ଦିଅନ୍ତୁ।

ଅଁଳା:

ଅଁଳାକୁ ଚକୁଟି ଦେଇ ମଞ୍ଜି ବାହାର କରିଦିଅନ୍ତୁ। ଏବେ ଏହାକୁ ଏକ ପେଷ୍ଟ କରି ମୁଣ୍ଡରେ ଲଗାନ୍ତୁ। ଏହା ପରେ ଏହି ମିଶ୍ରଣକୁ ଚୁଟି ମୂଳରେ ମାଲିସ କରନ୍ତୁ। ଏମିତି କିଛି ଦିନ କଲେ ଚୁଟି କଳା ହୋଇଯିବ।

ଭୃଷଙ୍ଗ ପତ୍ର:

କିଛି ଭୃଷଙ୍ଗ ପତ୍ରକୁ ନଡ଼ିଆ ତେଲରେ ପକାଇ ଗରମ କରନ୍ତୁ। ୧୦ ମିନିଟ୍‌ ଫୁଟିବା ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏହି ତେଲକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଯିବ ପରେ ଏହାକୁ ମୁଣ୍ଡରେ ଭଲ ଭାବେ ମାଲିସ କରନ୍ତୁ। ଧ୍ୟାନ ରଖିବେ ଯେମିତି ଚୁଟି ମୂଳରେ ତେଲ ଭଲ ଭାବେ ଲାଗିବ। ଏଭଳି ସପ୍ତାହରେ ଦୁଇ ଥର କରନ୍ତୁ। ଏହି ଉପାୟରେ ଚୁଟି ଧୀରେ ଧୀରେ କଳା ହେବ।

ଚା’:

ପାଣିରେ ଚା’ କିମ୍ବା କଫି ପାଉଡରକୁ ମିଶାଇ ୧୦ ମିନିଟ୍‌ ଯାଏଁ ଫୁଟାନ୍ତୁ। ପରେ ଏହାକୁ ମୁଣ୍ଡରେ ଲଗାଇ ୨୦ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଏମିତି କଲେ ଆପଣ ପ୍ରାକୃତିକ ଉପାୟରେ କଳା ଚୁଟି ପାଇପାରିବେ।

Leave A Reply

Your email address will not be published.