ଗର୍ଭାବସ୍ଥାରେ କରନ୍ତୁ ନାହିଁ ୧୦ ଗ୍ରାମରୁ ଅଧିକ କେସର ସେବନ, ନଚେତ୍‌ ବଢ଼ି ଯାଇପାରେ ଗର୍ଭପାତ ସମ୍ଭାବନା

କେସର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଗର୍ଭାବସ୍ଥାରେ ବି କେସର ସେବନ କରିବା ଆମ ପାଇଁ ଅନେକ ଫାଇଦା ଆଣିପାରେ। କିନ୍ତୁ କ’ଣ ଆପଣ ଜାଣନ୍ତି କି? ଯଦି ଆପଣ ଗର୍ଭାବସ୍ଥାରେ ଅଧିକ ମାତ୍ରାରେ କେସର ସେବନ କରନ୍ତି, ତା’ହେଲେ ଏହା ଆପଣଙ୍କ ଏବଂ ଆପଣଙ୍କ ପେଟରେ ବଢ଼ୁଥିବା ପିଲା ପାଇଁ କ୍ଷତିକାରକ ହୋଇପାରେ। ଆଜି ଆମେ ଆପଣଙ୍କୁ ଗର୍ଭାବସ୍ଥାରେ ଅଧିକ କେସର ଖାଇବା ଦ୍ୱାରା ହେଉଥିବା କ୍ଷତି ବିଷୟରେ କହିବାକୁ ଯାଉଛୁ।

୧. କେସର ବହତ ଗରମ ହୋଇଥାଏ। ତେଣୁ ଯଦି ଆପଣ ପ୍ରେଗନାନ୍ସିରେ ୧୦ ଗ୍ରାମରୁ ଅଧିକ କେସର ସେବନ କରନ୍ତି, ତା’ହେଲେ ଗର୍ଭପାତ ହେବାର ସମ୍ଭାବନା ରହିପାରେ।

୨. ଗର୍ଭାବସ୍ଥାରେ କେସର ଖାଇଲେ କିଛି ମହିଳାଙ୍କୁ ବାନ୍ତି ସମସ୍ୟା ଦେଖାଦେଇଥାଏ। ଯଦି ଆପଣଙ୍କ ସହିତ ଏମିତି ହେଉଛି, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୩. ଏହି ସମୟରେ ଅଧିକ କେସର ଖାଇଲେ, ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା, ମୁଁହ ଶୁଖିଯିବା ଭଳି ସମସ୍ୟା ଦେଖାଦେଇପାରେ। ଯଦି ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତା’ହେଲେ ସୀମିତ ମାତ୍ରାରେ କେସର ସେବନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.