ମେକ ଅପ ନେବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ, ନଚେତ ବିଗିଡ଼ିଯିବ ଆପଣଙ୍କ ତ୍ୱଚା

ମେକ ଅପ ନେବା ସମୟରେ ଅଧିକାଂଶ ମହିଳା କନସିଲର, ଫାଉଣ୍ଡେସନ, ଫେସ ପାଉଡର ଆଦିର ବ୍ୟବହାର କରିଥାନ୍ତି । କୁହାଯାଏ ଏହାର ବ୍ୟବହାର ପରେ ମେକଅପକୁ ଏକ ଭଲ ଫିନିସିଙ୍ଗ ଟଚ ମିଳିଥାଏ । ଏହାବାଦ ଚେହେରାରୁ ସମସ୍ତ ପ୍ରକାର ଦାଗ, ବୟସର ଛାପ ମଧ୍ୟ ଲୁଚେଇଦିଏ । କିନ୍ତୁ ଏହାର ବ୍ୟବହାର ପୂର୍ବରୁ କେତେକ ଦିଗ ପ୍ରତି ନିହାତି ଧ୍ୟାନ ଦେବା ଆବଶ୍ୟକ । ନଚେତ ଛୋଟ ଛୋଟ ଭୁଲ କାରଣରୁ ଆପଣଙ୍କ ମେକ ଅପ ବିଗିଡି ଯିବା ସହ ତ୍ୱଚା ବି ଖରାପ ହୋଇଯାଇପାରେ । ତେବେ ଜାଣି ରଖନ୍ତୁ ସେହି ଭୁଲ ଗୁଡିକ ବିଷୟରେ ।

-ବିନା ମଇଶ୍ଚରାଇଜର ଲଗାଇ କନସିଲର ଲଗାଇଲେ ମେକଅପତ ସେତେଟା ଖାସ ଲାଗି ନଥାଏ । ତାହା ସହ ଅଳ୍ପ ଦିନ ଭିତରେ ତ୍ୱଚା ବି ଖରାପ ହୋଇଯାଏ । ଏମିତିରେ ଆମ ଆଖିର ଆଖ ପାଖ ଅଞ୍ଚଳ ବି ସେନସିଟିଭ ହୋଇଥାଏ । ସିଧାସଳଖ ମେକଅପର ପ୍ରୟୋଗରେ ସେହି ଅଞ୍ଚଳ ବି କ୍ଷତିଗ୍ରସ୍ଥ ହୁଏ । ତେଣୁ ମଇଶ୍ଚରାଇଜର ଲଗାଇବା ପରେ ହିଁ କନସିଲର ପରି ମେକଅପ ଜିନିଷର ବ୍ୟବହାର କରନ୍ତୁ ।

make up

– କେବେବି ନିଜ ଚେହେରାରେ ଏକ ପ୍ରକାର ସେଡର ବ୍ୟବହାର କରନ୍ତୁ ନାହିଁ । ସବୁବେଳେ ଦୁଇ ସ୍ୟାଡର କନସିଲର କିଣନ୍ତୁ । ଗୋଟିଏ ଆପଣଙ୍କ ସ୍କିନ ସହ ମ୍ୟାଚ କରିବା ସହ ଅନ୍ୟଟି ଆପଣଙ୍କ ସ୍କିନ କଲର ଠାରୁ ଟିକେ ଲାଇଟ ହେଇଥିବା ଦରକାର ।

– ଅନେକ ସମୟରେ ଆମେ ଫାଉଣ୍ଡେସନ ଲଗାଇବା ପରେ ହିଁ କନସିଲର ବ୍ୟବହାର କରିଥାଉ । କିନ୍ତୁ ପ୍ରକୃତରେ ଏହା ଭୁଲ । ସବୁବେଳେ କନସିଲର ଲଗାଇବା ପରେ ହିଁ ଫାଉଣ୍ଡେସନ ଲଗାନ୍ତୁ ।

– ଆଉ ସବୁଠୁ ଜରୁରୀ ହେଉଛି କନସିଲର ଲଗାଇବା ପରେ ସେଟିଙ୍ଗ ପାଉଡରର ବ୍ୟବହାର । ଏମିତି କରିବା ଦ୍ୱାରା ଲମ୍ବା ସମୟ ପର୍ଯ୍ୟନ୍ତ କନସିଲର ରହିଥାଏ । ଏହା ସହ ଚେହେରାକୁ ଏକ ପ୍ରାକୃତିକ ଲୁକ ବି ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.