ମକା ଖାଇବା ପରେ ଭୁଲରେ ବି ପିଅନ୍ତୁ ନାହିଁ ପାଣି, ନଚେତ ଶିକାର ହୋଇପାରନ୍ତି ଏହି ରୋଗରେ

ବର୍ଷା ସିଜନ ଆରମ୍ଭ ହୋଇଯାଇଥିବାରୁ ମକା ଏବେ ବଜାରରେ ସୁଲଭ ଦରରେ ମିଳିବାକୁ ଲାଗିଲାଣି। ବିଶେଷ କରି ରାସ୍ତା କଡର ମକା ବିକାଳିଙ୍କ ପୋଡା ମକାର ବାସ୍ନା ନାକରେ ବାଜିଗଲେ ପାଟିରେ ପାଣି ଆସିଯାଏ। କିଛି ଲୋକ ପୋଡା ମକା ଖାଇବାକୁ ଭଲ ପାଉଥିବା ବେଳେ କିଛି ଲୋକ ସିଝା ମକାରେ ଚଟଣୀ ଦେଇ ଖାଇବାକୁ ଭଲ ପାଆନ୍ତି। ମକା କେବଳ ପାଟି ପାଇଁ ନୁହେଁ ବରଂ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। କିନ୍ତୁ ଏହି ମକା ଖାଇବାପରେ ଟିକେ ବି ଅସାବଧାନତା ହେଲେ ଏହା ଶରୀର ପାଇଁ ଅନେକ ସମସ୍ୟା ଆଣି ଦେଇପାରେ। ମକା ଖାଇ ସାରିବା ପରେ କେବେ ବି ତୁରନ୍ତ ପାଣି ପିଅନ୍ତୁ ନାହିଁ।

corn

ଅନେକ ସମୟରେ ଦେଖାଯାଏ ଯେ ବହୁତ ଲୋକଙ୍କର ମକା ଖାଇସାରିବା ପରେ  ପେଟ ଫୁଲି ଯାଇଥାଏ ଓ ପେଟରେ ଦରଜ ଅନୁଭବ ହୁଏ। ଏହି ସମସ୍ୟାର ମୁଖ୍ୟ କାରଣ ହେଉଛି ସେମାନେ ମକା ଖାଇସାରିବ ପରେ ପାଣି ପିଇଦେଇଥାନ୍ତି। ମକା ଖାଇସରିବା ପରେ ପାଣି ପିଇବା ଦ୍ୱାର ପେଟର ହଜମ ପ୍ରକ୍ରୟା କମ୍‌ ହୋଇଯାଇଥାଏ। ଯାହା ଦ୍ୱାରା ପେଟରେ ଗ୍ୟାସ ସମସ୍ୟା ବଢିଯାଇଥାଏ। ଏଥିପାଇଁ ପେଟ ଫୁଲିବା ଓ ପେଟ ଦରଜ ଭଳି ସମସ୍ୟା ଦେଖାଦେଇଥାଏ।

ପେଟ ଫୁଲିବା ସମସ୍ୟା:

corn1

ମକା ଖାଇବା ପରେ ପାଣି ପିଇବା ଦ୍ୱାରା ଏଥିରେ ଥିବା କାର୍ବନ ଏବଂ ଷ୍ଟାର୍ଚ ପାଣିରେ ମିଶିଯାଇ ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ। ଫଳରେ ଏସିଡିଟି, ପେଟ ଫୁଲିବା ଭଳି ଗମ୍ଭୀର ପେଟ ଯନ୍ତ୍ରଣା ଭୋଗିବାକୁ ପଡିଥାଏ। ମକା ଖାଇବାର ୪୫ ମିନିଟ ପରେ ପାଣି ପିଇବା ଉଚିତ। ଏହାଛଡା ବର୍ଷାଦିନରେ ପାଚନ ଶକ୍ତି ବହୁତ ଦୁର୍ବଳ ରହିଥାଏ। ଯାହା ଫଳରେ ଆମ ଶରୀର ବର୍ଷାଜନିତ ସଂକ୍ରମଣର ଶିକାର ହୋଇଥାଏ।

cornବର୍ଷାଦିନରେ ସଂକ୍ରମଣରୁ ବଞ୍ଚିବା ପାଇଁ ସବୁବେଳେ ସତେଜ ମକା ହିଁ ଖାଆନ୍ତୁ। ବହୁତ ଦିନରୁ ରଖାଯାଇଥିବା ମକାକୁ ଖାଇବା ଅନୁଚିତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.