କଞ୍ଚା ଅଣ୍ଡା ଖାଉଥିଲେ ସାବଧାନ, ଶରୀରରେ ପଡ଼ିପାରେ ଖରାପ ପ୍ରଭାବ

ଅଣ୍ଡା ପ୍ରୋଟିନର ଏକ ଉତ୍ତମ ଉତ୍ସ ଭାବେ ବିବେଚନା କରାଯାଏ । ବହୁତ ଲୋକ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । ତେବେ ଭାରତରେ ଅନେକ ଉପାୟରେ ଅଣ୍ଡା ଖିଆଯାଏ । ଯେମିତିକି ଅଣ୍ଡା ଆମଲେଟ , ତରକାରୀ , ଭୁଜିଆ , ଟୋଷ୍ଟ, ସାଣ୍ଡଓ୍ଵିଚ୍‌ ,କେକ୍‌ ଏବଂ ବିଭିନ୍ନ ଜିନିଷ ଅଣ୍ଡାରେ ତିଆରି କରାଯାଇଥାଏ ।

ସେହିପରି କିଛି ଲୋକ କଞ୍ଚା ଅଣ୍ଡା ଖାଇବାକୁ ମଧ୍ୟ ପସନ୍ଦ କରନ୍ତି । ଶରୀରରେ ପ୍ରୋଟିନର ମାତ୍ରା ବଜାୟ ରଖିବା ପାଇଁ ଅଧିକାଂଶ ଲୋକ କଞ୍ଚା ଅଣ୍ଡା ଖାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି କଞ୍ଚା ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ନା କ୍ଷତିକାରକ ହୋଇଥାଏ । ତାହେଲେ ଆସନ୍ତୁ ଏହି ବିଷୟରେ ଜାଣିବା । ସର୍ବପ୍ରଥମେ ଆସନ୍ତୁ ଜାଣିବା ଅଣ୍ଡା ଖାଇବା କ’ଣ ପାଇଁ ଆବଶ୍ୟକ ?

ଅଣ୍ଡା କାହିଁକି ଖାଇବା ଉଚିତ୍‌ ?
ବିଶେଷଜ୍ଞଙ୍କ ଅନୁଯାୟୀ, ଅଣ୍ଡାରେ ଭିଟାମିନ A, ଭିଟାମିନ B2, ଭିଟାମିନ B5 , ଭିଟାମିନ B12 , ଭିଟାମିନ B9, ପ୍ରୋଟିନ, ଆଣ୍ଟିଅକ୍ସିଡାଣ୍ଟ ଭଳି ଅନେକ ପୃଷ୍ଟିକର ତତ୍ତ୍ୱ ରହିଥାଏ । ଏହାସହିତ, ଏଥିରେ ଓମେଗା-3 , ଫ୍ୟାଟି ଏସିଡ୍‌ ପରି ହେଲ୍‌ଦି ଫ୍ୟଟ୍‌ ମଧ୍ୟ ଥାଏ । ତେବେ ପ୍ରୋଟିନ୍‌ ପାଇବା ପାଇଁ କିଛି ଲୋକ ଅଣ୍ଡାର ହଳଦିଆ ଅଂଶ ଖାଇବା ପରିବର୍ତ୍ତେ ଅଣ୍ଡାର ଧଳା ଅଂଶ ଖାଇଥାନ୍ତି ।
ଶରୀରରେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଫ୍ୟାଟ୍ ଅତ୍ୟନ୍ତ ଜରୁରୀ ହୋଇଥାଏ । ଅଣ୍ଡାରେ ଥିବା ଫ୍ୟାଟ୍ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ । କିନ୍ତୁ କଞ୍ଚା ଅଣ୍ଡା ଖାଇବା ଦ୍ୱାରା ଆମ ଶରୀରରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ, କଞ୍ଚା ଅଣ୍ଡା ଖାଇଥିଲେ ସାବଧାନ ହୋଇଯାଆନ୍ତୁ ।

ତେବେ ଆସନ୍ତୁ ଜାଣିବା କଞ୍ଚା ଅଣ୍ଡା ଖାଇବା କାହିଁକ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ । କଞ୍ଚା ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ତେବେ ଯେଉଁମାନଙ୍କର ପେଟ ସମସ୍ୟା ଥାଏ, ସେହି ଲୋକମାନେ କଞ୍ଚା ଅଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କିନ୍ତୁ କିଛି ଲୋକ କୌଣସି ଡ଼ାକ୍ତରଙ୍କ ବିନା ପରାମର୍ଶରେ ଖାଲିପେଟରେ ଅଣ୍ଡା ଖାଇଥାନ୍ତି , ଯାହା ପେଟ ଯନ୍ତ୍ରଣା, ଗ୍ୟାସ୍‌ , କୋଷ୍ଠକାଠିନ୍ୟ ଏବଂ ପେଟ ଫୁଲିବା ଭଳି ଅନେକ ସମସ୍ୟା ସୃଷ୍ଟି କରିଥାଏ ।

ଏହା ବ୍ୟତୀତ, କଞ୍ଚା ଅଣ୍ଡା ପ୍ରବଳ ଗନ୍ଧ ହୋଇଥାଏ, ଯେଉଁ କାରଣରୁ ବାନ୍ତି କିମ୍ବା ଚିଡ଼ଚିଡ଼ା ଅନୁଭବ ହୋଇଥାଏ । ସିଝା ଅଣ୍ଡା ତୁଳନାରେ କଞ୍ଚା ଅଣ୍ଡା ହଜମ କରିବା ଅଧିକ କଷ୍ଟକର ହୋଇଥାଏ । ତେଣୁ, ଏହା ଖାଇବା ଦ୍ୱାରା ନିଶ୍ୱାସ ନେବାରେ ଅନେକ ସମସ୍ୟା ହୋଇଥାଏ ।

ପ୍ରତିଦିନ ଗୋଟିଏ କଞ୍ଚା ଅଣ୍ଡା ଖାଇବା ଦ୍ୱାରା ଶରୀରର ଇମ୍ୟୁନି ସିଷ୍ଟମ୍‌ ଉପରେ ଅତ୍ୟଧିକ ଚାପ ପଡ଼ିପାରେ । ତେଣୁ, କଞ୍ଚା ଅଣ୍ଡା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ହୋଇଥାଏ । ନଚେତ୍ ଆପଣ ଆଗକୁ ଯାଇ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ କଞ୍ଚା ଅଣ୍ଡା ଖାଇବା ପୂର୍ବରୁ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like