pc: Delish.com
ଭୋଜନ ଆମ ଶରୀର ପାଇଁ ନିହାତି ଆବଶ୍ୟକ। ଏହା ଆମ ଶରୀରକୁ ଉପଯୁକ୍ତ ମାତ୍ରାରେ ପୋଷଣ ଦେଇଥାଏ । ଋତୁ ଅନୁଯାୟୀ ଖାଦ୍ୟ ଖାଇଲେ ଏହା ଆମ ଶାରୀରିକ ସ୍ୱାସ୍ଥ୍ୟ ସହ ମାନସିକ ସ୍ୱାସ୍ଥ୍ୟକୁ ମଧ ସୁସ୍ଥ ରଖେ। କିନ୍ତୁ ଅନେକ ଖାଦ୍ୟ ଏପରି ଅଛି ଯାହାକୁ ଆମେ ଖାଲି ପେଟରେ ଖାଇବା ଉଚିତ ନୁହେଁ। ଆଜି ଆମେ ଆପଣଙ୍କୁ ସେହି ସବୁ ଖାଦ୍ୟ ସଂପର୍କରେ କହିବାକୁ ଯାଉଛୁ ଯାହାକୁ ସକାଳେ ଖାଲି ପେଟରେ ଖାଇବା ଅନୁଚିତ।
ଚା’ :
ଆମ ଦେଶରେ ଉତ୍ପାଦିତ ହେଉଥିବା ଚା’ର ୮୦% ଘରେ ବ୍ୟବହାର କରାଯାଏ। ଭାରତରେ ସକାଳର ଚା’ ଆଲାରାମ ଭଳି କାମ କରେ। କିନ୍ତୁ ସକାଳେ ଖାଲି ପେଟରେ ଚା ’ ପିଇବା ଦ୍ୱାରା ଗେଷ୍ଟ୍ରାଇଟିସ ହେବାର ସମ୍ଭାବନା ଥାଏ । ଏଥିରେ ଥିବା ଟୋନିନ ନାମକ ତତ୍ତ୍ୱ ପାଇଁ ଏହି ସମସ୍ୟା ଉପୁଜିଥାଏ। ଚା’ରେ ଥିବା କୋଫିନ ପାଇଁ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହାଦ୍ୱାରା ଶରୀରରେ ଏସିଡର ମାତ୍ରା ବଢ଼ିଯାଏ।
ଖଟାଫଳ:
ଖଟାଫଳ ଦ୍ୱାରା ଶରୀରକୁ ପୋଷକ ତତ୍ତ୍ୱ ମିଳିଥାଏ। ଏହା ସୁସ୍ଥ ତ୍ୱଚା ସହ ଶରୀରକୁ ଶକ୍ତି ମିଳିଥାଏ। ଏହି ସବୁ ଫଳ ମଧ୍ୟରୁ କମଳା, ପିଜୁଳି ଆଦି ଫଳରେ ଅମ୍ଳ ଭାଗ ବେଶି ଥାଏ। ତେଣୁ ଏହି ସବୁ ଫଳକୁ ଖାଲି ପେଟରେ ଖାଇବା ଦ୍ୱାରା ଜ୍ୱଳନ, ଗେଷ୍ଟ୍ରାଇଟିସ ଭଳି ସମସ୍ୟା ଦେଖାଯାଏ। ଏହାକୁ ଆପଣ ସକାଳେ ଖାଇବା ପରେ କିମ୍ବା ସନ୍ଧ୍ୟା ସମୟରେ ଖାଇବା ଉଚିତ।
ସାଲାଡ:
ସ୍ୱାସ୍ଥ୍ୟବାନ ହେବା ସମସ୍ତଙ୍କ ଇଚ୍ଛା। ତେଣୁ ଆଜିକାଲି ସମସ୍ତେ ନିଜ ଖାଦ୍ୟରେ ସାଲାଡ ମିଶାଇ ଖାଉଛନ୍ତି। କିନ୍ତୁ ଖାଲି ପେଟରେ ସାଲାଡ ଖାଇବା ଠିକ ନୁହେଁ। ସାଲାଡରେ ଫାଇବରର ମାତ୍ରା ପ୍ରଚୁର ମାତ୍ରାରେ ରହିଥାଏ। ଯାହା ଖାଲି ପେଟରେ ଖାଇବା ଦ୍ୱାରା ଶରୀର ଭାରି ହୋଇଯାଏ। ଏହାଦ୍ୱାରା ପେଟ ଯନ୍ତ୍ରଣା ସହ ଆସିଡିଟି ବଢ଼ିଯାଏ।
ଚିନି:
ଚିନି ଶରୀରର ପାଇଁ ଅନେକ ରୋଗର କାରଣ ହୋଇଥାଏ। ଏହାଦ୍ୱାରା ପାନକ୍ରିୟାଜ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାଦ୍ୱାରା ଡାଇବେଟିସ , ହୃଦରୋଗ, ଫ୍ୟାଟି ଲିଭର ଭଳି ରୋଗ ଆଦି ସାମ୍ନାକୁ ଆସିଥାଏ।
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…