ସକାଳେ ଖାଲି ପେଟରେ ଏହିସବୁ ଫଳ ଖାଇବା ଶରୀର ପାଇଁ ହୋଇଥାଏ ବିଷ ସମାନ, ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଫଳ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ହୋଇଥାଏ। ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ସକାଳେ ଖାଲି ପେଟରେ ଫଳ ଖାଇବା ଦ୍ୱାରା ସାରା ଦିନ ଶରୀରରେ ଶକ୍ତି ମହଜୁଦ ହୋଇଥାଏ । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । କିନ୍ତୁ ଆପଣ ଜାଣନ୍ତି କି, କିଛି ଫଳ ଅଛି ଯାହାକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା କ୍ଷତି ହୋଇଥାଏ ।

ଯଦି ଆପଣ ସକାଳେ ଖାଲି ପେଟରେ ଫଳ ଖାଉଛନ୍ତି, ତେବେ ଏକଥା ଜାଣିବା ଜରୁରୀ ଯେ କେଉଁ ଫଳ ଗୁଡ଼ିକୁ ସକାଳ ଖାଲି ପେଟରେ ଖାଇବା ଉଚିତ ନୁହେଁ ଏବଂ କେଉଁ ଫଳ ଖାଇବା ଉଚିତ । ଆସନ୍ତୁ ଜାଣିବା :

ଖାଲି ପେଟରେ ସକାଳେ ଖାଆନ୍ତୁ ଏହି ଫଳ:

ଅମୃତଭଣ୍ଡା :

ଏହା ଏପରି ଏକ ଫଳ ଯାହାକୁ ଆପଣ ସକାଳେ ଖାଲି ପେଟରେ ଖାଇଲେ ଶରୀର ପାଇଁ ଅଧିକ ଲାଭ ହୋଇଥାଏ । ସକାଳେ ଖାଲି ପେଟରେ ଅମୃତଭଣ୍ଡା ଖାଇବା ଦ୍ୱାରା ଡିହାଇଡ୍ରେସନ ସମସ୍ୟା ଦୂର ହେବା ସହ ଶରୀରକୁ ଶକ୍ତି ମିଳିଥାଏ । ଅମୃତଭଣ୍ଡା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ।

ପିଜୁଳି :
ସକାଳେ ଖାଲି ପେଟରେ ପିଜୁଳି ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କାରଣ ସକାଳେ ଖାଲି ପେଟରେ ପିଜୁଳି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ । ସକାଳେ ଖାଲି ପେଟରେ ପିଜୁଳି ଖାଇବା ଦ୍ୱାରା ଆଖି ସମସ୍ୟା ଦୂର ହୋଇଥାଏ । ଏହାସହିତ ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ମଧ୍ୟ ଖାଲି ପେଟର ପିଜୁଳି ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି ।

ସେଓ:
ସକାଳେ ଖାଲି ପେଟରେ ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ସକାଳେ ଖାଲି ପେଟରେ ସେଓ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଅଧିକ ଦ୍ରୁତ ହୋଇଥାଏ । ଏହାସହିତ ଖାଲି ପେଟରେ ସେଓ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମିଳିଥାଏ । ଏଥିସହ ସକାଳେ ଖାଲି ପେଟରେ ସେଓ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ହ୍ରାସ ପାଇଁ ସାହାଯ୍ୟ କରିଥାଏ ।

କିୱି :
କିୱିକୁ ସବୁଠାରୁ ଶକ୍ତିଶାଳୀ ଫଳ ବୋଲି ବିବେଚନା କରାଯାଏ । ଖାଲି ପେଟରେ ସକାଳେ କିୱି ଖାଇବା ଦ୍ୱାରା ଅନେକ ପେଟ ରୋଗରୁ ମୁକ୍ତି ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଥାନ୍ତି । କାରଣ କିୱିରେ ଭିଟାମିନ୍ ସି ସହିତ ଫାଇବର ଥାଏ । ଯାହାଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ହଜମ ପ୍ରକ୍ରିୟା ଦ୍ରୁତ ହୋଇଥାଏ । ସକାଳେ ଖାଲି ପେଟରେ କିୱି ଖାଇବା ଦ୍ୱାରା ଅନେକ ଚର୍ମ ସୁସ୍ଥ ରହିଥାଏ ।

ଡାଳିମ୍ବ:
ଡାଳିମ୍ବ ହେଉଛି ପୁଷ୍ଟିକର ଖାଦ୍ୟର ଭଣ୍ଡାର । ତେଣୁ ଯଦି ଆପଣ ଡାଳିମ୍ବକୁ ଖାଲି ପେଟରେ ଖାଆନ୍ତି, ତେବେ ଏହା ଶରୀରରେ ରକ୍ତ ଅଭାବ ସମସ୍ୟା ଦୂର କରିଥାଏ । କାରଣ ଡାଳିମ୍ବରେ ପ୍ରଚୁର ମାତ୍ରାରେ ଲୌହ (iron) ରହିଛି । ସକାଳେ ଖାଲି ପେଟରେ ଡାଳିମ୍ବ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଇଥାଏ ।

ଖାଲି ପେଟରେ ସକାଳେ ଖାଆନ୍ତୁ ନାହିଁ ଏହି ଫଳ:

କମଳା:
କମଳା ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । କାରଣ ଏଥିରେ ସାଇଟ୍ରିକ୍ ଏସିଡ୍ ରହିଥାଏ । ସକାଳେ ଖାଲି ପେଟରେ କମଳା ଖାଇବା ଦ୍ୱାରା ପେଟ ଏବଂ ଛାତିରେ ଜ୍ୱଳନ ହେବା ପରି ସମସ୍ୟା ଦେଖା ଦେଇପାରେ ।

ଅଙ୍ଗୁର :
ଅଙ୍ଗୁରରେ ମଧ୍ୟ ବିଭିନ୍ନ ଏସିଡ୍ ରହିଥିବାରୁ ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ | ଏଥିରେ ଟାଟାରିକ ଓ ଏଲମଲିକ ପରି ଏସିଡ ରହିଛି । ଏହା ଖାଦ୍ୟ ହଜମ କ୍ରିୟାକୁ ପ୍ରଭାବିତ କରିଥାଏ । ତେଣୁ ଅନ୍ୟ କାଦ୍ୟ ଖାଇବା ପରେ ଅଙ୍ଗୁର ଖାଇବା ଉଚିତ୍ ।

କଦଳୀ:
ଲୋକମାନେ ସାଧାରଣତଃ ସକାଳେ ଖାଲି ପେଟରେ କଦଳୀ ଖାଇଥାନ୍ତି । କିନ୍ତୁ ଖାଲି ପେଟରେ କଦଳୀ ଖାଇବା ଉଚିତ୍ ନୁହେଁ । କାରଣ ଏଥିରେ ଥିବା ମ୍ୟାଗ୍ନେସିୟମ ଓ ପୋଟାସିୟମ ଏସିଡ ରହଥାଏ । ଯାହା ରକ୍ତରେ ଏସିଡ ସନ୍ତୁଳନକୁ ବିଗାଡ଼ି ଦେଇଥାଏ । ତେଣୁ ପ୍ରଥମେ ଅନ୍ୟ କୌଣସି ଖାଦ୍ୟ ଖାଇବା ପରେ କଦଳୀ ଖାଇବା ଉଚିତ୍ ।

ଲିଚି:
ଲିଚି ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । କାରଣ ଯଦି ଆପଣ ସକାଳେ ଖାଲି ପେଟରେ ଲିଚି ଖାଆନ୍ତି, ତେବେ ଏହା ବାନ୍ତିର କାରଣ ହୋଇପାରେ । ଏଥିରେ ପ୍ରଚୁର ପରିମାଣରେ ୟୁରିକ ଏସିଡ ରହିଥିବାରୁ ଏହାକୁ ଖାଲି ପେଟରେ ଖାଇବାକୁ ବାରଣ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.