ଚାଣକ୍ୟନୀତି, ଏପରି ମହିଳାଙ୍କୁ ଭୁଲରେ କରନ୍ତୁ ନାହିଁ ନିଜ ଜୀବନସାଥି

ଅର୍ଥଶାସ୍ତ୍ରର ରଚୟିତା ଆଚାର୍ଯ୍ୟ ଚାଣକ୍ୟଙ୍କ ମହାନ ନୀତିର ଯିଏ ପାଳନ କରିଥାଏ ସେ ଜୀବନରେ କେବେ ମଧ୍ୟ ହାର ମାନିନଥାଏ। ତାଙ୍କୁ ଜୀବନରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ। ଯଦି ନିଜ ଜୀବନକୁ ସୁରୁଖୁରୁରେ ବିତାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ମଧ୍ୟ ତାଙ୍କ ନୀତିକୁ ପାଳନ କରିପାରିବେ। ଚାଣକ୍ୟ ତାଙ୍କର ନୀତିରେ ମହିଳାଙ୍କ ବିଷୟରେ ଅନେକ କହିଛନ୍ତି। ଆଜି ଆମେ ସେହି ନୀତି ମଧ୍ୟରୁ କିଛି ଆପଣଙ୍କୁ କହିବାକୁ ଯାଉଛୁ।

-ମହିଳାଙ୍କ ସୁନ୍ଦରତା ହିଁ ସବୁକିଛି ହୋଇନଥାଏ। ଏଣୁ କେବେ ମଧ୍ୟ କେବଳ ସୁନ୍ଦରତା ଦେଖି କୌଣସି ମହିଳାଙ୍କୁ ବିବାହ କରନ୍ତୁ ନାହିଁ। କାରଣ ଏହାର ପରିଣାମ ପରେ ଖୁବ ଖରାପ ହୋଇଥାଏ।

-ମହିଳାଙ୍କ ସଂସ୍କାର ହିଁ ସବୁଠୁ ବଡ଼ ଗହଣା। ଭଲ ସଂସ୍କାର ଥିବା ମହିଳା ଘରକୁ ସ୍ବର୍ଗରେ ପରିଣତ କରିଥିବା ବେଳେ ଖରାପ ସଂସ୍କାର ଥିବା ମହିଳା ଘରେ ଅଶାନ୍ତିର କାରଣ ପାଲଟିଥାଏ।

ନିଶ୍ଚିତ ପଢ଼ନ୍ତୁ: ଚାଣକ୍ୟ ନୀତି : ସବୁବେଳେ ରହିବାକୁ ଚାହୁଁଛନ୍ତି ଧନବାନ ତେବେ ରଖନ୍ତୁ ଏହି ଜିନିଷର ଧ୍ୟାନ

-ଯେଉଁ ମହିଳା ବିବାହ ପରେ ଘର ଛାଡି ରହିବାକୁ ଚାହିଁଥାନ୍ତି। ଅଥବା ସ୍ବାମୀଙ୍କ ଛଡ଼ା ଆଉ କାହାକୁ ନେଇ ଚଳିବାକୁ ପସନ୍ଦ କରନ୍ତି ନାହିଁ ।ସେମାନଙ୍କ ନିକଟରୁ ସର୍ବଦା ଦୂରରେ ରହିବା ଉଚିତ୍। କାରଣ ଏମାନେ ଘର ଗଢ଼ିବା ଅପେକ୍ଷା ଘର ଭାଙ୍ଗିବାକୁ ପସନ୍ଦ କରନ୍ତି।

-ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଅନେକ ମହିଳା କେବଳ ଧନ ପାଇଁ ବିବାହ କରିଥାନ୍ତି। ତାଙ୍କ ପାଇଁ ସଂପର୍କ ବୋଲି କିଛି ନଥାଏ। ସେମାନେ ସବୁବେଳେ ଧନ ଏବଂ ଅଭୁଷଣ ଚାହିଁଥାନ୍ତି। ଏନେଇ ସେ ତାଙ୍କର ଏବଂ ସାଥିଙ୍କ ଜୀବନ ମଧ୍ୟ ବରବାଦ କରିଦିଅନ୍ତି।

KNews Bureau

Recent Posts

ପେଟ୍ରୋଲ ଓ ଡିଜେଲ ଦରରେ ହେଲା ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଛି ।…

24 mins ago

ପୁଣି ଆକାଶଛୁଆଁ ସୁନା ଦର, ଜାଣନ୍ତୁ କେଉଁ ସହରରେ କେତେ ଦାମ୍‌ ?

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

31 mins ago

ସଜେଇ ହେଲାଣି ଜନତା ମୈଦାନ: କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରହିଛି ସାରା ଓଡିଶାର ନଜର

ଭୁବନେଶ୍ୱର (କେନ୍ୟୁଜ): କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ୧୦ ତାରିଖ ସକାଳ ୧୦ଟାରେ ବସିବ ବିଜେପି ବିଧାୟକ…

41 mins ago

ମିଡିଆ ବାରୋନ ରାମୋଜୀ ରାଓଙ୍କ ପରଲୋକ, କିଛି ଦିନ ହେଲା ଥିଲେ ଅସୁସ୍ଥ

ହାଇଦ୍ରାବଦ : ମିଡିଆ ବାରୋନ ରାମୋଜୀ ରାଓଙ୍କ ପରଲୋକ । ୮୭ ବର୍ଷ ବୟସରେ ହାଇଦ୍ରାବଦର ଘରୋଇ ହସ୍ପିଟାଲରେ ତାଙ୍କର…

1 hour ago

ଆସୁଛି ମୌସୁମୀ, ପ୍ରଥମେ ଦକ୍ଷିଣ ଓଡ଼ିଶା କରିବ ସ୍ପର୍ଶ

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ମୌସୁମୀ  ।  ଦୁଇ ତିନି ଦିନରେ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।…

1 hour ago

କାଳହେଲା କାଳବୈଶାଖୀ: ବଜ୍ରପାତରେ ୭ ମୃତ, ୧୦ ଆହତ

ଭୁବନେଶ୍ୱର (କେନ୍ୟୁଜ): କାଳହେଲା କାଳବୈଶାଖୀ ।  ବଜ୍ରପାତରେ ୭ ମୃତ, ୧୦ ଆହତ ।  ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ…

1 hour ago