ସାବଧାନ ! ଯଦି ଶରୀର ଦେଉଛି ଏପରି ସଂକେତ, ତୁରନ୍ତ ବନ୍ଦ କରନ୍ତୁ ଡାଏଟିଂ

ମୋଟାପଣ ଆଜିକାଲି ପ୍ରତ୍ୟେକ ଲୋକଙ୍କ ଏକ ବଡ଼ ସମସ୍ୟା । ସବୁ ରୋଗର କାରଣ ମଧ୍ୟ ଏହି ମୋଟାପଣ । ମୋଟାପଣରୁ ରକ୍ଷା ପାଇବା ପାଇଁ ଲୋକେ ବ୍ୟାୟାମ ଠାରୁ ଆରମ୍ଭ କରି ଡାଏଟିଂ ସହ ଯେତେ ପ୍ରକାର ମେଡିସିନ୍‌ ଆପଣାଉଛନ୍ତି । ହେଲେ ଡାଏଟିଂ ବେଳେ ବେଳେ ଶରୀର ପାଇଁ ହାନୀକାରକ ମଧ୍ୟ ହୋଇଥାଏ । ଏହି ଭୁଲ୍‌ ଡାଏଟିଂ କାରଣରୁ ଶରୀର ପ୍ରଥମେ ଏପରି କିଛି ସଂକେତ ଦେଇଥାଏ । ଏହାକୁ ଯଦି ଆପଣ ଏଡାଇ ଯାଆନ୍ତି କିମ୍ବା ଧ୍ୟାନ ନଦିଅନ୍ତି, ଏହା ଆପଣଙ୍କ ପାଇଁ ବଡ଼ ବିପଦ ଆଣିପାରେ । ଆସନ୍ତୁ ଜାଣିବା ଶରୀର ଦେଉଥିବା ଏହି ସବୁ ସଂକେତ କ’ଣ ।

dieting
photo credit: coach9.com

ଅଧିକ ଥକ୍କା ଲାଗିବା :

ଅଧିକ ପରିଶ୍ରମ କଲେ ଥକ୍କା ଲାଗିବା ଏକ ସାଧାରଣ କଥା । ମାତ୍ର ଯଦି ଡାଏଟିଂ କରିବାର କିଛି ସମୟ ପରେ ଥକ୍କା ଲାଗିଲା, ତେବେ ଆପଣଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ବୋଲି ଧରିନେବାକୁ ହେବ । ଯାହା ପାଇଁ ଶରୀର ରୋଗ ସଂକ୍ରମଣ ହେବାର ଅଧିକ ଆଶଙ୍କା ଥାଏ ।

ଅନିୟମିତ ପରିୟଡ୍‌ସ ସମସ୍ୟା :

ଡାଏଟିଂ ଯୋଗୁ ପିରିୟଡ୍‌ସରେ ଅନିୟମିତତା ଦେଖାଯାଇପାରେ । ଯଦି ଏମିତିରେ ଏପରି ସମସ୍ୟା ବଢ଼ିଯାଏ ତେବେ ତୁରନ୍ତ ଡାଏଟିଂ ବନ୍ଦ କରିବା ଉଚିତ୍‌ । ନଚେତ୍‌ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ ।

dieting
photo credit:punjabkesari.in

ଏସିଡିଟି ହେବା :

ଡାଏଟିଂ ଯୋଗୁ ଲମ୍ବା ସମୟ ପେଟ ଖାଲି ରହିଥାଏ । ଫଳରେ ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ । ଏହାଦ୍ୱାରା ହଜମ କ୍ରିୟା ଖରାପ ହେବା ସହ ବିଭିନ୍ନ ରୋଗର ଆଶଙ୍କା ରହିଥାଏ ।

ଚିଡିଚିଡ଼ା ସ୍ୱଭାବ ହେବା :

ଡାଏଟିଂ ଯୋଗୁ କମ୍‌ ମାତ୍ରାରେ ଭୋଜନ ନେବାକୁ ପଡ଼ିଥାଏ । ଏମିତିରେ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକରେ ରହିବା ଦ୍ୱାରା ବ୍ୟବହାରରେ ଚିଡିଚିଡା ପଣ ଦେଖାଯାଏ । ବାସ୍ତବରେ ଏହା ପଛର କାରଣ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଯୋଗୁ ହୋଇଥାଏ । ଯଦି ଏପରି ହୁଏ ତେବେ କୌଣସି ଏକ୍ସପର୍ଟ ସହ ସମ୍ପର୍କ କରନ୍ତୁ । ଆପଣଙ୍କୁ କିଛି ଟେଷ୍ଟ କରିବାକୁ ପଡିପାରେ ।