ଆପଣ ବି ଦୀର୍ଘ ସମୟ ଯାଏଁ ମାଂସକୁ ଫ୍ରିଜ୍‌ରେ ରଖୁଛନ୍ତି କି! ଜାଣନ୍ତୁ ଏହା ଦ୍ୱାରା ହେଉଥିବା ସମସ୍ୟା ସମ୍ପର୍କରେ

ଅଧିକାଂଶ ଲୋକ ମାଂସକୁ ଫ୍ରିଜ୍‌ରେ ଷ୍ଟୋର କରି ରଖିଥାନ୍ତି ଓ ଦରକାର ବେଳେ କାଢ଼ି ବ୍ୟବହାର କରନ୍ତି। କିନ୍ତୁ ଏଭଳି ମାଂସ ଖାଇବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ବିଶେଷଜ୍ଞଙ୍କ ମତରେ, ମିଟ୍‌ ବା ମାଂସକୁ ସବୁବେଳେ ସଫା ଜାରରେ ପ୍ୟାକ୍‌ କରି ଫ୍ରିଜ୍‌ର ତଳ ଅଂଶରେ ରଖିବା ଉଚିତ। କିନ୍ତୁ ଅଧିକ ଦିନ ଯାଏଁ ଏଭଳି ରଖିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଆସନ୍ତୁ ଜାଣିବା ଅଧିକ ଦିନ ଯାଏଁ ଫ୍ରିଜ୍‌ରେ ମାଂସ ରଖିଲେ କି କି ସମସ୍ୟା ହୁଏ…

ଫ୍ରେସ୍‌ ମାଂସକୁ ଅଧିକ ଦିନ ଯାଏଁ ରଖିଲେ ସେଥିରେ ବ୍ୟାକ୍ଟେରିଆ ସୃଷ୍ଟି ହେବା ଆଶଙ୍କା ରହିଛି। ମାଂସକୁ ସବୁବେଳେ ଅନ୍ୟ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରଖିବା ଉଚିତ୍‌। ଅନ୍ୟପଟେ ବରଫ ସହ ଜମା ହୋଇଥିବା ମିଟ୍‌କୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ହିଁ ଖାଇ ନେବା ଜରୁରୀ। ଏଭଳି ମାଂସକୁ ନ ରାନ୍ଧି ପୁଣିଥରେ ଫ୍ରିଜ୍‌ରେ ରଖିବା ଉଚିତ୍‌ ନୁହେଁ।

ଅଧିକ ସମୟ ଫ୍ରିଜ୍‌ରେ ରହିବା ଦ୍ୱାରା ମାଂସରେ ବ୍ୟାକ୍ଟେରିଆ ଜନ୍ମିଥାନ୍ତି। ଏହା ଦ୍ୱାରା ଫୁଡ୍‌ ପଏଜିଂର ଆଶଙ୍କା ବଢ଼ିଯାଏ। ଏଥିସହ ଅଧିକ ଦିନ ଯାଏଁ ଫ୍ରିଜ୍‌ରେ ରହିଲେ ମାଂସର ସ୍ୱାଦରେ ମଧ୍ୟ ପରିବର୍ତ୍ତନ ଘଟେ। ଏଣୁ ମାଂସକୁ ଗୋଟିଏ ଦିନରୁ ଅଧିକ ଫ୍ରିଜ୍‌ରେ ରଖନ୍ତୁ ନାହିଁ।