ଶୋଇବା ବେଳେ ମୁଣ୍ଡ ପାଖର ଏହି ସବୁ ଜିନିଷ ରଖୁଛନ୍ତି କି ? ସାରା ଜୀବନ ଲାଗି ରହିବି ଆର୍ଥିକ ସଙ୍କଟ

ଜୀବନରେ ବାସ୍ତୁଶାସ୍ତ୍ରର ବିଶେଷ ମହତ୍ବ ରହିଛି | ମଣିଷର ଜୀବନକୁ ବିଭିନ୍ନ ପ୍ରକାରରେ ପ୍ରଭାବିତ କରିଥାଏ ବାସ୍ତୁ | ଘରର ବାସ୍ତୁ ଯଦି ଠିକ ନଥାଏ ତେବେ ଘରେ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି ହୋଇଥାଏ | ସେହିପରି ଘରେ ରଖାଯାଇଥିବା ବସୁ ଜିନିଷର କିଛି ନା କିଛି ଅର୍ଥ ନିଶ୍ଚୟ ରହିବାସ୍ତଛି |

ଶୋଇବା ସମୟରେ ମୁଣ୍ଡ ପାଖରେ ରଖାଯାଇଥିବା କିଛି ଜିନିଷ ମଧ୍ୟ ବାସ୍ତୁ ଦୋଷର କାରଣ ହୋଇଥାଏ | ଆସନ୍ତୁ ଜାଣିବା ଶୋଇବା ସମୟରେ ମୁଣ୍ଡ ଉପରେ କେଉଁ ସବୁ ଜିନିଷ ରଖିବା ଉଚିତ୍ ନୁହେଁ | ଏହି ସବୁ ଜିନିଷ ମୁଣ୍ଡ ପାଖରେ ରଖିଓଳେଘରେ ଆର୍ଥିକ ସଙ୍କଟ ଦେଖା ଦିଏ |

ପାଣି ବୋତଲ : ମୁଣ୍ଡ ପାଖରେ ପାଣି ପାତ୍ର କିମ୍ବା ପାଣି ବୋତଲ ରଖନ୍ତୁ ନାହିଁ କାରଣ ଏହାଦ୍ବାରା ଚନ୍ଦ୍ର ଗ୍ରହ ପ୍ରଭାବିତ ହୋଇଥାଏ | ଚନ୍ଦ୍ର ମନ କାରକ ଗ୍ରହ ହୋଇଥିବାରୁ ବିଭିନ୍ନ ମାନସିକ୍ ରୋଗ ସୃଷ୍ଟି କରିଥାଏ |

ବହି କିମ୍ବା ମାଗାଜିନ୍ : ଶୋଇବା ବେଳେ ମୁଣ୍ଡ ପାଖରେ କେବେ ବି ନ୍ୟୁଜପେପର ଓ ମାଗାଜିନ୍ ରଖନ୍ତୁ ନାହିଁ | ଏଭଳି କରିବା ଫଳରେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ |

ଯୋତା-ଚପଲ : ଅଧିକାଂଶ ଲୋକ ଶୋଇବା ବେଳେ ବେଡ୍‌ର ଆଖପାଖରେ ଜୋତା-ଚପଲ ରଖି ଦେଇଥାନ୍ତି | ବାସ୍ତୁ ଅନୁସାରେ ଏହା ଜୀବନରେ ନକାରତ୍ମକ ପ୍ରଭାବ ପକାଇଥାଏ |

ତେଲ : ତେଲ ଶନି ଗ୍ରହଙ୍କ କାରକ ହୋଇଥାଏ | ବାସ୍ତୁ ଅନୁସାରେ, ମୁଣ୍ଡ ପାଖରେ ତେଲ ବୋତଲ ରଖିବା ଉଚିତ ନୁହେଁ | ଏହାଦ୍ବାରା ଜୀବନରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ |

ପର୍ସ : ଶୋଇବା ବେଳେ ମୁଣ୍ଡ ତଳେ ପର୍ସ ରଖିବାର ଅଭ୍ୟାସ ବହୁ ଲୋକଙ୍କର ରହିଛି | ମୁଣ୍ଡ ପାଖରେ କିମ୍ବା ତକିଆ ତଳେ ପର୍ସ ରଖି ଶୋଇବା ଉଚିତ୍ ନୁହେଁ | ଏଭଳି କଲେ ଜୀବନରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.