ଶୋଇବା ପୂର୍ବରୁ କରନ୍ତୁ ନାହିଁ ଏହି ଭୁଲ, ନଚେତ ଆପଣ ହୋଇପାରନ୍ତି ରୋଗାକ୍ରାନ୍ତ

ସୁସ୍ଥ ଶରୀର ପାଇଁ ପ୍ରତିଦିନ ୮ ଘଣ୍ଟା ଶୋଇବା ଆବଶ୍ୟକ । ଏହାଦ୍ୱାରା ଆପଣ ସୁସ୍ଥ ରହିବା ସହ ଫ୍ରେଶ ମଧ୍ୟ ଅନୁଭବ କରିବେ । କିନ୍ତୁ ଶୋଇବା ସମୟରେ ଯଦି ଆପଣ ବାରମ୍ବାର ଉଠନ୍ତି ତେବେ ଆପଣଙ୍କ ଶରୀରକୁ ଠିକ ଭାବେ ଆରାମ ମିଳି ପାରିବ ନାହିଁ । ଯଦ୍ୱାରା ଆପଣ ଅସୁସ୍ଥ ମଧ୍ୟ ହୋଇପାରନ୍ତି । ମୁଣ୍ଡ ବିନ୍ଧା ଭଳି ଆଦି ସମସ୍ୟା ଦେଖାଯିବ । ତେବେ ଆପଣ ଜାଣିଛନ୍ତି କି ଶୋଇବା ପୂର୍ବରୁ ଆମେ ଏମିତି କିଛି ଭୁଲ କରିଦେଇଥାଉ ଯାହାପାଇଁ ବାରମ୍ବାର ଆମର ନିଦ ଭାଙ୍ଗିଥାଏ । ଏଥିପାଇଁ ଆପଣ ଭୁଲରେ ବି ଏହି ଭୁଲ କରନ୍ତୁ ନାହିଁ । ତେବେ ଜାଣି ନିଅନ୍ତୁ ସେସବୁ ଭୁଲ ସଂପର୍କରେ।

ଆଜିକାଲି ମୋବାଇଲ ଫୋନର ବ୍ୟବହାର ଅଧିକ ହେଲାଣି । ଏମିତ କି ପିଲା ଶୋଇବା ସମୟରେ ଫୋନକୁ ମୁଣ୍ଡ ପାଖରେ ରଖି ଶୋଇଥାଆନ୍ତି । ଏହା ଏକ ଖରାପ ଅଭ୍ୟାସ ହୋଇଥାଏ । ଫୋନରେ ବାରମ୍ବାର ମେସଜ କଲ ଆସିବା ଦ୍ୱାରା ନିଦ ଭାଙ୍ଗିଯାଇଥାଏ । ନିଦ ଭାଙ୍ଗିବା ପରେ ଠିକ ଭାବେ ନିଦ ହୋଇନଥାଏ । ଏଥିପାଇଁ ଫୋନକୁ ଦୂରରେ ରଖନ୍ତୁ ।

କିଛି ଲୋକ ଖାଇବା ବେଳେ ଘୁମାଇ ଥାନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଖରାପ । ତେଣୁ ଖାଇବା ସମୟରେ ଶୁଅନ୍ତୁ ନାହିଁ । ଖାଇବାର କିଛି ସମୟ ପରେ ଭଲ ଭାବେ ପାଣି ପିଅନ୍ତୁ । ଆପଣଙ୍କ ଖାଇବା ଓ ଶୋଇବା ସମୟର ବ୍ୟବଧାନ ୨ ଘଣ୍ଟା ରହିବା ଆବଶ୍ୟକ ।

ଶୋଇବା ବେଳେ ମନେ ରଖନ୍ତୁ ଡାହାଣ କଡ଼ ଦେଇ ଶୁଅନ୍ତୁ ନାହିଁ । ଏହାଦ୍ୱାରା ନିଦ ଠିକ ରୂପେ ହୋଇନଥାଏ । ଅନିଦ୍ରା ରହିବା ଦ୍ୱାରା ଶରୀରରେ ଏସିଡିଟି, ପେଟ ଓଜନ ଭଳି ସମସ୍ୟା ଦେଖାଯାଏ ।

ତେଣୁ ଶୋଇବା ସମୟରେ ଏହିସବୁ କଥାକୁ ମନେ ରଖନ୍ତୁ । ଶୋଇବା ସମୟରେ କିଛି ଭାବନ୍ତୁ ନାହିଁ । କାରଣ ଚିନ୍ତାଗ୍ରସ୍ତ ମଣିଷକୁ ନିଦ ହେବା ଅସମ୍ଭବ । ଏହାଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ । ସେଥିପାଇଁ ନିଜକୁ ସଜାଗ ଓ ସତର୍କ ରଖନ୍ତୁ । ଉତ୍ତ ମ ନିଦ୍ରା ଆପଣଙ୍କୁ ଫ୍ରେସ ରଖିବା ସହ ଆପଣଙ୍କୁ ସୁସ୍ଥ ମଧ୍ୟ ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.