ଲାଇଫ୍ ଷ୍ଟାଇଲ୍

ବିଷ୍ଣୁ ପୁରାଣ: ବିପତ୍ତି ଆସିଲେ ମଧ୍ୟ କଦାପି ବିକିବେ ନାହିଁ ଏହି ୬ଟି ଜିନିଷ, ନଚେତ୍‌ ହୋଇଯିବେ କାଙ୍ଗାଳ

ହିନ୍ଦୁ ଧର୍ମର ପୌରାଣିକ ଗ୍ରନ୍ଥଗୁଡ଼ିକରେ ମାନବ ଜୀବନ ସହ ଜଡ଼ିତ ଅନେକ କଥାକୁ ବିସ୍ତାର ରୂପେ ଦର୍ଶାଯାଇଛି। ଏମିତି ହିଁ ବିଷ୍ଣୁ ପୁରାଣରେ ବର୍ଣ୍ଣିତ କିଛି କଥାକୁ ଆପଣ ଯଦି ନିଜ ଜୀବନରେ ବିନିଯୋଗ କରିବେ, ତେବେ ଏକ ସୁଖ, ଶାନ୍ତିର ଜୀବନ ଅତିବାହିତ କରିବେ। ବିଷ୍ଣୁ ପୁରାଣରେ କୁହାଯାଇଛି, ଆପଣଙ୍କ ଜୀବନରେ ଯେତେ ବି ବିପତ୍ତି ଆସୁ, କେବେ ବି ଏହି ୬ଟି ଜିନିଷକୁ ବିକିବେ ନାହିଁ। ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ।

ଔଷଧ: ଔଷଧକୁ କୌଣସି ଗରିବ ଲୋକକୁ ମାଗଣାରେ ଦେଇ ଦେବା ଉଚିତ। ଏଥିପାଇଁ ତାଙ୍କଠାରୁ କୌଣସି ବି ପଇସା ନେବା ଉଚିତ ନୁହେଁ। ଯଦି ଆପଣ ଔଷଧ ବ୍ୟବସାୟୀ ଏବଂ ଆପଣଙ୍କ ଦୋକାନକୁ କେହି ଗରିବ ଲୋକ ଆସୁଛନ୍ତି, ତା’ହେଲେ ବିନା ପଇସାରେ ତାଙ୍କୁ ଔଷଧ ଦିଅନ୍ତୁ।

ଗାଈ କ୍ଷୀର: ବିଷ୍ଣୁ ପୁରାଣରେ ଗାଈ କ୍ଷୀର ତା’ ବାଛୁରୀ ପାଇଁ ହୋଇଥାଏ। ଯଦି ଆପଣ ଏହାକୁ ବିକିଦେବେ, ତା’ହେଲେ ପାପର ଭାଗିଦାରୀ ହେବେ। ତେଣୁ ବଳକା କ୍ଷୀରକୁ ବାଣ୍ଟିଦେବା ଉଚିତ। ଯଦି ଆପଣ ପଇସା ପାଇଁ ଗାଈ କ୍ଷୀର ବିକୁଛନ୍ତି, ତେବେ ଏହି ପଇସାକୁ ପୂଣ୍ୟ କାର୍ଯ୍ୟରେ ଲଗାନ୍ତୁ।

ପୂଜା କପଡ଼ା: ପୂଜାରେ ବ୍ୟବହାର କରାଯାଇଥିବା କପଡ଼ାକୁ କେବେ ବି ବିକ୍ରି କରିବା ଉଚିତ ନୁହେଁ। ଯଦି ଆପଣ ଏହା କରିବାକୁ ଚାହୁଁଛନ୍ତି, ତା’ହେଲେ କୌଣସି ଅସହାୟ ଲୋକକୁ ବିନା ପଇସାରେ ଉକ୍ତ କପଡ଼ା ଦେଇ ଦିଅନ୍ତୁ। ଏହାଦ୍ୱାରା ପୂଣ୍ୟ ପ୍ରାପ୍ତି ହେବ।

ଗୁଡ଼: ଖୁସିର ପ୍ରତୀକ ହୋଇଥାଏ ଗୁଡ଼। ତେଣୁ ଏଥିପାଇଁ କେବେ ବି କାହାଠୁୁ ପଇସା ନିଅନ୍ତୁ ନାହିଁ, ବରଂ ଏହାକୁ ଖୁସି ଖୁସିରେ ଦେଇ ଦିଅନ୍ତୁ।

ସୋରିଷ ତେଲ: ବିଷ୍ଣୁ ପୁରାଣ ଅନୁସାରେ ସୋରିଷ ତେଲର ସଉଦା କଲେ କରଜ ବଢ଼ିଥାଏ। ତେଲ ଦାନ କଲେ ଶନିଙ୍କ ପ୍ରକୋପ କମ୍‌ ହୋଇଥାଏ ଏବଂ ରୋଗ, କଷ୍ଟରୁ ଛୁଟକାରା ମିଳିଥାଏ।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

21 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

23 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

30 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

39 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

39 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

56 mins ago