ଗର୍ଭାବସ୍ଥାରେ କୁଣ୍ଡାଇ ହେବା ସମସ୍ୟାକୁ ନିଅନ୍ତୁ ନାହିଁ ହାଲୁକା, ଏମିତି କରନ୍ତୁ ସମସ୍ୟାର ସମାଧାନ

ଗର୍ଭାବସ୍ଥାର ୮ ଏବଂ ୯ ମାସରେ କିଛି ମହିଳାଙ୍କଠାରେ କୁଣ୍ଡାଇହେବା ସମସ୍ୟା ବହୁତ ବଢ଼ିଯାଇଥାଏ। ଯଦି ଅଧିକ କୁଣ୍ଡାଇ ହେଉଛି, ତା’ହେଲେ ଏହାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ। ଏହା ଆପଣଙ୍କ ପେଟରେ ବଢ଼ୁଥିବା ପିଲା ପାଇଁ ବିପଦର କାରଣ ହୋଇପାରେ।

pregnancy5

କେତେଜଣଙ୍କର ପେଟ ସହିତ ହାତ, ଗୋଡ଼ ମଧ୍ୟ ଅସହ୍ୟ ଭାବେ କୁଣ୍ଡାଇ ହୋଇଥାଏ। ଏଭଳି ସ୍ଥିତିରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ। କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହାକୁ ଆପଣାଇ ଆପଣ କୁଣ୍ଡେଇ ହେବା ସମସ୍ୟାରୁ ଛୁଟକାରା ପାଇପାରିବେ।

୧. ନଡ଼ିଆ ତେଲ ସ୍କିନରେ ଲଗାଇଲେ କୁଣ୍ଡାଇ ହେବା ସମସ୍ୟା ଦୂର ହୋଇଥାଏ। ଏଥିରେ ଫ୍ୟାଟି ଏସିଡ ରହିଥାଏ। ଗାଧୋଇବା ପରେ ନିଶ୍ଚିତ ଭାବେ ଏହି ତେଲ ଲଗାନ୍ତୁ।

pregnancy2

୨. ଆପଣ ଆଲୋଭେରା ଜେଲ ଲଗାଇ ପାରିବେ। ଏଥିରେ ଷ୍ଟ୍ରେଚ ମାର୍କ ବି ଦୂର ହୋଇଥାଏ। ଯେଉଁ ଜାଗା କୁଣ୍ଡାଇ ହେଉଛି, ସେହି ସ୍ଥାନରେ ଆଲୋଭେରା ଜେଲ ଲଗାଇ ୧ ଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ। ଏହାକୁ ରାତିରେ ଲଗାଇ ସକାଳୁ ଧୋଇପାରିବେ।

୩. କୁଣ୍ଡାଇ ହେଉଥିଲେ ଥଣ୍ଡା ପାଣିରେ ଗାଧାନ୍ତୁ। ତ୍ୱଚା ଶୁଷ୍କ ହେବନାହିଁ।

pregnancy3

୪. ଗର୍ଭାବସ୍ଥାରେ ଅଧିକ ଟାଇଟ କପଡ଼ା ପିନ୍ଧନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ସ୍କିନ କୁଣ୍ଡାଇ ହୋଇପାରେ। ଆପଣ କଟନ ଢ଼ିଲା କପଡ଼ା ପିନ୍ଧନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.